• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଭୁବନେଶ୍ୱର: କରୋନା ପାଇଁ ବନ୍ଦ ଥିବା ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ପୁଣିଥରେ ଆରମ୍ଭ ହେବ। DL ଓ LL ଟେଷ୍ଟ ଆରମ୍ଭ ନେଇ ସୂଚନା ଦେଇଛନ୍ତି ପରିବହନ କମିଶନର। ସାମାଜିକ ଦୂରତ୍ୱ ସହ ସବୁ ଗାଇଡଲାଇନ ମାନି ଟେଷ୍ଟ ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି।

ତେବେ ଡିଏଲ୍ ଟେଷ୍ଟ ପାଇଁ ଆସନ୍ତାକାଲିଠାରୁ ପୁଣିଥରେ ସ୍ଲଟ ବୁକିଂ ଆରମ୍ଭ ହେବ। ସକାଳ ୭ଟାରୁ DL ଟେଷ୍ଟ ସ୍ଲଟ ବୁକିଂ ଖୋଲିବ।

ଲର୍ଣ୍ଣିଂ ଲାଇସେନ୍ସ ସ୍ଲଟ ବୁକିଂ ୨୨ ତାରିଖ ଠାରୁ ଆରମ୍ଭ ହେବ। ଡିଏଲ୍ ଟେଷ୍ଟ ୧୮ରୁ ଓ ଏଲ୍ଏଲ୍ ଟେଷ୍ଟ ୨୯ରୁ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଟେଷ୍ଟିଂ ବେଳେ ସାମାଜିକ ଦୂରତ୍ୱ ପାଳନ କରିବା ନେଇ RTOଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଦିଆଯାଇଛି। ସମସ୍ତ ଆବେଦନକାରୀ ଓ କର୍ମଚାରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି କୁହାଯାଇଛି।

ଡ୍ରାଇଭିଂ ଲାଇସେନ୍ସ ପାଇଁ ଆର୍‌ଟିଓ ଅଫିସ୍‌ଗୁଡ଼ିକରେ ଅସମ୍ଭବ ଭିଡ଼ ଲାଗୁଥିବାରୁ କରୋନା ଭାଇରସ୍‌ ସ୍ଥିତି ପାଇଁ ରାଜ୍ୟରେ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟିଂ କାର୍ଯ୍ୟକୁ ରଦ୍ଦ କରିଥିଲେ ସରକାର। ଉଭୟ ଲର୍ଣ୍ଣିଂ ଲାଇସେନ୍ସ ଓ ଡ୍ରାଇଭିଂ ଲାଇସେନ୍ସ କାର୍ଯ୍ୟ ବନ୍ଦ ହୋଇଥିଲା। ଏବେ ପୁଣିଥରେ କାର୍ଯ୍ୟ ଆରମ୍ଭ କରବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ସେହିଭଳି ଡ୍ରାଇଭିଂ ଲାଇସେନ୍ସ ଓ ଲର୍ଣ୍ଣର୍ସ ଲାଇସେନ୍ସ ସମ୍ପର୍କିତ କାର୍ଯ୍ୟ ପାଇଁ ଆବେଦନକାରୀଙ୍କୁ RTO କାର୍ଯ୍ୟାଳୟକୁ ନ ଯିବା ପାଇଁ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ(State Transport Authority ପକ୍ଷରୁ ଆଜି ଟ୍ୱିଟ୍ କରି ସୂଚନା ଦିଆଯାଇଥିଲା।

ସାରଥୀ ପୋର୍ଟାଲ କାର୍ଯ୍ୟକ୍ଷମ ନ ଥିବାରୁ ଆବେଦନକାରୀଙ୍କୁ RTO ଅଫିସ୍ ଯିବା ପାଇଁ ମନା କରାଯାଇଥିଲା। DL ଏବଂ LL ସ୍ଲଟ୍ ପୁଣି ଥରେ ବୁକିଂ କରିବା ନେଇ ପ୍ରକ୍ରିୟା ସମ୍ପର୍କରେ ପରେ ଘୋଷଣା କରାଯିବ ବୋଲି କୁହାଯାଇଥିଲା।

ସୂଚନା ଥାଉକି, ଜୁନ୍‌ ୯ ତାରିଖ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ପକ୍ଷରୁ ଗାଡି ଡକ୍ୟୁମେଣ୍ଟ ବୈଦ୍ଧତା ଅବଧି ବୃଦ୍ଧି କରାଯାଇଥିଲା।  ସେପ୍ଟେମ୍ବର ପର୍ଯ୍ୟନ୍ତ ଅବଧି ବୃଦ୍ଧି ନେଇ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଘୋଷଣା କରିଥିଲେ। ଏନେଇ ସବୁ ରାଜ୍ୟକୁ ଆଡଭାଇଜରୀ ଜାରି ମଧ୍ୟ କରାଯାଇଥିଲା।

ଏହି ନିଷ୍ପତ୍ତି ଅନୁସାରେ, ଗାଡିର ଫିଟ୍‌ନେସ, ପରମିଟ୍, ରେଜିଷ୍ଟ୍ରେସନ ଓ ଡ୍ରାଇଭିଂ ଲାଇସେନସ୍ କିମ୍ବା ଅନ୍ୟ କୌଣସି ଡକ୍ୟୁମେଣ୍ଟର ଅବଧି ଯଦି ଚଳିତବର୍ଷ ୧ ଫେବୃଆରୀ ପରେ ଶେଷ ହେଉଥାଏ, ତେବେ ତାହା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବୈଧ ରହିବ।

 

State-transport-authority-to-resume-dl-skill-test
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories