ଏନ୍‌ଏଚ୍‌ରେ ଦୁର୍ଘଟଣା ବଢ଼ୁଛି, ଗୃହ ବିଭାଗକୁ ପରିବହନ ବିଭାଗର ଚିଠି

ଭୁବନେଶ୍ୱର: ଜାତୀୟ ରାଜପଥରେ ଦିନକୁ ଦିନ ଦୁର୍ଘଟଣା ବଢ଼ିବାରେ ଲାଗିଛି। ଏହାକୁ କିପରି କମାଯାଇପାରିବ, ସେନେଇ ପରିବହନ ବିଭାଗ ରାଜ୍ୟ ଗୃହ ବିଭାଗକୁ ଚିଠି ଲେଖିଛି। NHରେ ପାଟ୍ରୋଲିଂ ପାଇଁ ଆବଶ୍ୟକ ପଦବି ପୂରଣ କରିବାକୁ ଚିଠିରେ ଦର୍ଶାଯାଇଛି।

ଓଡ଼ିଶାରେ ଜାତୀୟ ରାଜପଥରେ ଅଧିକ ଦୁର୍ଘଟଣା ଘଟୁଥିବାରୁ ସଡ଼କ ନିରାପତ୍ତା ପାଇଁ ଗଠିତ ସୁପ୍ରିମକୋଟ୍‌ କମିଟି କିଛି ଦିନ ତଳେ ଉଦ୍‌ବେଗ ପ୍ରକାଶ କରିଥିଲେ। ମୋଟ୍‌ ଦୁର୍ଘଟଣାରୁ ଏକ-ତୃତୀୟାଂଶରୁ ଅଧିକ ଦୁର୍ଘଟଣା ଜାତୀୟ ରାଜପଥରେ ଘଟୁଛି ବୋଲି ସୁପ୍ରିମକୋଟ୍‌ କମିଟି ତଥ୍ୟ ଦେଇଥିଲେ। ବିଶେଷ କରି ପ୍ରାରମ୍ଭିକ ପର୍ଯ୍ୟୟରେ ଜଳେଶ୍ୱରରୁ ଇଚ୍ଛାପୁରମ୍, ଭୁବନେଶ୍ୱରରୁ ପୁରୀ, ସମ୍ବଲପୁରରୁ ସୋହେଲା, ମଙ୍ଗୁଳିରୁ ସମ୍ବଲପୁର ଏବଂ ସମ୍ବଲପୁରରୁ ରାଉରକେଲା ଏହି ୫ଟି ରୁଟ୍‌ରେ ହାଇୱେ ପାଟ୍ରୋଲିଂ ପାଇଁ ପ୍ରସ୍ତାବ ଦିଆଯାଇଛି।

You might also like