ଯାଜପୁରରେ ଷ୍ଟେଟ୍ ରାପିଡ୍ ରେସ୍‌ପନ୍ସ ଟିମ୍

ଯାଜପୁର: ଷ୍ଟେଟ୍ ରାପିଡ୍ ରେସ୍‌ପନ୍ସର ୫ ଜଣିଆ ଟିମ୍ ଯାଜପୁର ଜିଲ୍ଲାରେ ପହଞ୍ଚିଛନ୍ତି। ଏହି ଟିମ୍‌ ହଟ୍‌ସ୍ପଟ୍‌ ଅଞ୍ଚଳ କୁହାଯାଉଥିବା କଟିକଟାକୁ ଯାଇ ସ୍ଥିତି ଅନୁଧ୍ୟାନ କରିବେ।

କଣ୍ଟେନମେଣ୍ଟ ଜୋନ୍‌ରେ କିଭଳି ସ୍ଥିତି ରହିଛି, କଟକଣା କିଭଳି ପାଳନ କରାଯାଉଛି ସେ ସମ୍ପର୍କରେ ଅନୁଧ୍ୟାନ କରିବ ଏହି ଟିମ୍‌। ଗତକାଲି ଗୋଟିଏ ଦିନରେ କଟିକଟା ଅଞ୍ଚଳରୁ ୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ଯାଜପୁର ଦଶରଥପୁର ବ୍ଲକ କଟିକଟା ପଞ୍ଚାୟତ ସମେତ ଗୋପାଳପୁର, ଦହନହଟା ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍‌ରେ ରଖାଯାଇଛି। କଟିକଟା ପଞ୍ଚାୟତରେ ବଳବତ୍ତର ଥିବା କଣ୍ଟେନମେଣ୍ଟ ଅବଧିକୁ ୧୩ ତାରିଖ ସକାଳ ୬ଟା ଯାଏ ବଢ଼ାଇ ଦିଆଯାଇଛି।

ସେହିପରି ଗୋପାଳପୁର ପଞ୍ଚାୟତର ବିଭୁତିପୁର ଓ ମେର୍ଦ୍ଦା ଗାଁକୁ ଆଂଶିକ ଭାବେ, ଦହନହଟା ପଞ୍ଚାୟତର ଦେପୁରା, କୁଆଁ, ଦହନହଟା ଗାଁର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ରେ ରଖାଯାଇଛି।  ଏସବୁ ଅଞ୍ଚଳରେ ଲୋକଙ୍କ ଯା’ଆସକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି।

ସୂଚନାଥାଉ କି, ଯାଜପୁରରୁ ଆଉ ୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୯ ଛୁଇଁଛି। ଅନ୍ୟପକ୍ଷରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୮କୁ ବୃଦ୍ଧି ପାଇଛି।

ଆହୁରି ପଢ଼ନ୍ତୁ

Bhubaneswar Corona News: ଭୁବନେଶ୍ୱରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ, ୨୧୮ ଲୋକାଲ କେସ୍

ଶ୍ରୀକୃଷ୍ଣଙ୍କ ପ୍ରେମରେ ବାୟା ଋଷିଆନ୍ ଦମ୍ପତି

‘ବିଜେଡିର ବିରୋଧ ପଛରେ ସିବିଆଇ ରେଡ୍’

ବୋହୂର ପିଲାପିଲି ନହେବାରୁ ଶ୍ୱଶୁର ଭିଆଇଲା ଏଭଳି କାଣ୍ଡ

ରାଜ୍ୟରେ କାହିଁକି ବଢ଼ୁଛି କରୋନା ସଂକ୍ରମଣ?

ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ଶୁଆଇ ସହର ବୁଲିଲେ ସଂପର୍କୀୟ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଘର ଭିତରୁ ମିଳିଲା ବାଘର କଟା ମୁଣ୍ଡ, ଛାଲ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

ଦିନକରେ ୧୦ ଆକ୍ରାନ୍ତଙ୍କ ମୃତ୍ୟୁ, ଓଡ଼ିଶାରେ ୭୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା

୨୪ ଘଣ୍ଟାରେ ଓଡ଼ିଶାରେ ୪,୩୩୦ କରୋନା ପଜିଟିଭ୍‌ ଚିହ୍ନଟ: ଖୋର୍ଦ୍ଧାରୁ ୬୪୪, କଟକରୁ ୫୪୯

ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି, ଆସନ୍ତା ୩ ଦିନ ଯାଏ ବର୍ଷା ସମ୍ଭାବନା

You might also like