୩ ଜିଲ୍ଲାର କରୋନା ସ୍ଥିତି ସମୀକ୍ଷା କରିବେ ଷ୍ଟେଟ୍‌ ରାପିଡ ରେସ୍‌ପନ୍ସ ଟିମ୍‌

ଭୁବନେଶ୍ୱର: ଭଦ୍ରକ, ବାଲେଶ୍ୱର, ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଉଦବେଗଜନକ ଭାବେ ବୃଦ୍ଧି ପାଉଛି । ଗତ ଦୁଇ ଦିନ ଭିତରେ ୧୮ଟି ପଜିଟିଭ୍ ବାହାରିଥିବାରୁ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି । ପରିସ୍ଥିତିର ଅନୁଧ୍ୟାନ ପାଇଁ ୩ଟି ଷ୍ଟେଟ ରାପିଡ ରେସପନ୍ସ ଟିମ ଗଠନ ହୋଇଛି ।

ଏହି ତିନିଟି ଟିମ୍ ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଗସ୍ତରେ ଯିବେ । ଏସସିବି ମେଡିକାଲ କଲେଜର ଟେକନିକାଲ ଟିମ୍ ଯାଜପୁର ଜିଲ୍ଲାରେ ସହାୟତା କରିବ। ଫକୀର ମୋହନ ମେଡିକାଲ କଲେଜର ଟେକନିକାଲ ଟିମ୍ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ସହାୟତା କରୁଛନ୍ତି॥ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବାଲେଶ୍ୱର ଜିଲ୍ଲା ଗସ୍ତ କରିବେ । ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଭଦ୍ରକ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଯାଜପୁର ଗସ୍ତରେ ଯିବେ।

ମେଡିକାଲ କଲେଜର ବିଶେଷଜ୍ଞ ଓ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ବାଲେଶ୍ୱର, ଭଦ୍ରକ ଓ ଯାଜପୁର କଣ୍ଟେନମେଣ୍ଟ ଜୋନ ତଦାରଖ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

You might also like