ଭୁବନେଶ୍ଵର: ସମ୍ପୂର୍ଣ୍ଣ ସଂସଦ ଢାଞ୍ଚାରେ ବସିବ ବିଧାନସଭାର ମୌସୁମୀ ଅଧିବେଶନ। କେବଳ ପ୍ରଶ୍ନ କାଳକୁ ଛାଡିଲେ ନିୟମ ଅନୁଯାୟୀ ଶୂନ୍ୟକାଳ, ମୁଲତବୀ ପ୍ରସ୍ତାବ, ମୋସନ, କଲିଂ ଆଟେନସନ ଆଦି ସବୁ ରହିବ। ବସିବା ପାଇଁ ବିଧାୟକମାନେ ୪ ଫୁଟ ଦୂରତା ବଜାୟ ରଖିବେ। ଦର୍ଶକ ଗ୍ୟାଲେରିରେ ମଧ୍ୟ ବସିବେ ବିଧାୟକ।
ଏଥିଲାଗି ୧୪୫ଟି ସିଟ୍ ପ୍ରସ୍ତୁତ ରଖାଯାଇଛି। ସଂସଦ ଭଳି ବିଧାୟକ ସିଟ୍ ସମ୍ମୁଖରେ ପ୍ଲାଷ୍ଟିକ୍ ସିଲ୍ଡ ଲଗାଯାଇଛି। ଯେଉଁ ବରିଷ୍ଠ ବିଧାୟକ ଆସିପାରିବେନି ସେମାନେ ଆଗରୁ ସୂଚନା ଦେବେ। ଜିଲା ମୁଖ୍ୟାଳୟ, ନିଜ ଘର କିମ୍ବା ଓକାକରେ ଭିଡିଓ କନ୍ଫରେନ୍ସିରେ ବସିପାରିବେ।
ସବୁ ଗଣମାଧ୍ୟମର ଗୋଟିଏ ଟିମକୁ ଅନୁମତି ମିଳିବ। ଗଣମାଧ୍ୟମ ସିଟକୁ ଫାଙ୍କା ରଖାଯାଇଥିବା ନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ଗତକାଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବିଧାନସଭା କକ୍ଷର ଅନୁଧ୍ୟାନ କରିଥିଲେ। ଅଧିବେଶନ ପୂର୍ବରୁ ସଭାଗୃହରେ କିଭଳି ବ୍ୟବସ୍ଥା ହୋଇଛି, ସେ ନେଇ ବାଚସ୍ପତି ଅନୁଧ୍ୟାନ କରିଛନ୍ତି। ଏହି ସମୟରେ ବାଚସ୍ପତିଙ୍କ ସହ ବିଧାନସଭା ସଚିବ ଦାସରଥି ଶତପଥି ମଧ୍ୟ ଉପସ୍ଥିତ ଥିଲେ।
ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତକାଳୀନ ଅଧିବେଶନ। ଅଧିବେଶନ ଅକ୍ଟୋବର ୭ ତାରିଖ ଯାଏଁ ଚାଲିବ। ସମସ୍ତ କୋଭିଡ୍ କଟକଣା ମଧ୍ୟରେ ଅଧିବେଶନ ଚାଲିବ। ଏଥିପାଇଁ ସବୁ ସଦସ୍ୟ, ଅଧିକାରୀ ଓ କର୍ମଚାରୀଙ୍କୁ ଅଧିବେଶନର ଦୁଇ ଦିନ ଆଗରୁ କୋଭିଡ୍ ଟେଷ୍ଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
https://www.youtube.com/watch?v=Qeqdd2Mk5VQ