ପ୍ରଦୀପ ମହାରଥୀଙ୍କ ସରକାରୀ ବାସଭବନ ଉପରକୁ ମହିଳା କଂଗ୍ରେସର ଅଣ୍ଡା ଓ ଟମାଟୋ ମାଡ଼

ଭୁବନେଶ୍ୱର: ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନ ଉପରକୁ ରାଜ୍ୟ ମହିଳା କଂଗ୍ରେସ ଆଜି ଅଣ୍ଡା ଓ ଟମାଟୋ ମାଡ଼ କରିଛି। ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ପ୍ରଦୀପ ମହାରଥୀଙ୍କ ବିବାଦୀୟ ବୟାନକୁ ବିରୋଧ କରି ମହିଳା କଂଗ୍ରେସ ପକ୍ଷରୁ ଆନ୍ଦୋଳନ ବେଳେ ମହାରଥୀଙ୍କ ବାସଭବନ ଉପରକୁ ଅଣ୍ଡା ଓ ଟମାଟୋ ମାଡ଼ କରାଯାଇଥିଲା।

ଏପରିକି ଛାଞ୍ଚୁଣି ଧରି ମହିଳା କଂଗ୍ରେସର ଆନ୍ଦୋଳନକାରୀ ମନ୍ତ୍ରୀଙ୍କ ବାସଭବନ ଭିତରକୁ ଧସେଇ ପଶିବାକୁ ଉଦ୍ୟମ ମଧ୍ୟ କରିଥିଲେ। ତେବେ ଏତିକି ବେଳେ ଉପସ୍ଥିତ ଥିବା ପୁଲିସ୍‌ଙ୍କ ସହ ମହିଳା କଂଗ୍ରେସ କର୍ମକର୍ତ୍ତାଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା।

ମନ୍ତ୍ରୀ କ୍ଷମା ମାଗିବା ସହ ଇସ୍ତଫା ଦିଅନ୍ତୁ ବୋଲି ମହିଳା କଂଗ୍ରେସ ଦାବି କରିଛି।

ପିପିଲି ଗଣଦୁଷ୍କର୍ମ ମାମଲାରେ ୨ ଅଭିଯୁକ୍ତ ନିର୍ଦୋଷରେ ଖଲାସ ପରେ ପୀଡ଼ିତାକୁ ନ୍ୟାୟ ମିଳିଥିବା କହିଥିଲେ ମନ୍ତ୍ରୀ ପ୍ରଦୀପ ମହାରଥୀ।

You might also like