ଟ୍ରେନଯାତ୍ରୀଙ୍କ ପାଇଁ ରାଜ୍ୟ ସରକାର ଜାରି କରିବେ ସ୍ୱତନ୍ତ୍ର ଗାଇଡଲାଇନ

ଭୁବନେଶ୍ୱର: ଲକ୍‌ଡାଉନ୍‌ କଟକଣା ଭିତରେ ଆଜିଠୁ ସାଧାରଣ ଯାତ୍ରୀଙ୍କ ପାଇଁ  ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଛି ‌। ପ୍ରାଥମିକ ପର୍ଯ୍ୟାୟରେ ଦିଲ୍ଲୀରୁ ଭୁବନେଶ୍ୱର ସମେତ ଦେଶର ପ୍ରମୁଖ ସହରକୁ ୧୫ ଯୋଡ଼ା ଟ୍ରେନ୍ ଚାଲିବ ବୋଲି କୁହାଯାଇଛି।

ଓଡ଼ିଶାରେ କରୋନା ସ୍ଥିତି ନିୟନ୍ତ୍ରଣରେ ଥିବାବେଳେ ପ୍ରବାସୀ ଓଡ଼ିଆ ରାଜ୍ୟ ସରକାରଙ୍କର ଚିନ୍ତା ବଢାଇ ଦେଇଛନ୍ତି। ରାଜ୍ୟରେ ଏବେ ହୁ-ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏପରି ପରିସ୍ଥିତିରେ ଟ୍ରେନ ଚଳାଚଳ ଆରମ୍ଭ ହୋଇ ଯାଇଛି ଯାହାକି କରୋନା ସଂକ୍ରମଣକୁ ଆହୁରି ବୃଦ୍ଧି କରିବାର ଆଶଙ୍କା ରହିଛି। ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଟ୍ରେନ ଯାତ୍ରୀଙ୍କ ପାଇଁ ଏକ ନୂଆ ଗାଇଡ଼ ଲାଇନ ଜାରି କରିଛନ୍ତି।

ପାସେଞ୍ଜର ଟ୍ରେନ୍ ଚଳାଚଳ ପ୍ରସଙ୍ଗରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇ କହିଛନ୍ତି, ଆଜି ସଂଧ୍ୟା ସୁଦ୍ଧା ଗାଇଡ୍ ଲାଇନ୍ ପ୍ରସ୍ତୁତ ହେବ। ଯେଉଁମାନେ ଆସିବେ ସେମାନେ ଗାଇଡ୍ ଲାଇନ୍ ମାନିବାକୁ ବାଧ୍ୟ॥ ଟ୍ରେନ୍ ଯୋଗେ ପ୍ରାୟ VIP ଆସୁଛନ୍ତି । ସେମାନେ ନିଜ ସୁବିଧାରେ ଯିବେ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ।

ଏଥିସହିତ ସାମାଜିକ ଦୂରତା, ମାସ୍କ ପିନ୍ଧିବା ଉପରେ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ବିଶେଷ କରି  ଟ୍ରେନ୍‌ରେ ଯେଉଁମାନେ ଆସିବେ ସେମାନେ ନିଜ ସୁବିଧାରେ ଘରକୁ ଯିବେ।  ଯଦି କୌଣସି ବ୍ୟକ୍ତିଙ୍କ ପାଖରେ ଘରକୁ ଫେରିବା ସୁବିଧା ନଥିବ ତେବେ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯିବ।

ସେହିପରି ଅନ୍ୟ ରାଜ୍ୟରୁ ଆସୁଥିବା ଲୋକେ ପଞ୍ଜୀକରଣ କରିନଥିଲେ ଷ୍ଟେସନ୍‌ରେ ପହଞ୍ଚିବା ପରେ ପଞ୍ଜୀକରଣ କରିପାରିବେ ବୋଲି ମନ୍ତ୍ରୀ କହିଛନ୍ତି।

ସୂଚନାଥାଉ କି, କଟକ-ଭୁବନେଶ୍ୱରରେ ଆସନ୍ତାକାଲିଠାରୁ ବସ୍‌ ଚଳାଚଳ କରିବା ପାଇଁ ଆଜି ସୂଚନା ଦିଆଯାଇଛି। ସେହିପରି ଗ୍ରୀନ ଜୋନରେ ବସ୍ ଚାଲିବା ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମଧ୍ୟ ଆଜି ସୂଚନା ଦେଇଛନ୍ତି। ତେବେ  ବସ୍‌ ଭଡ଼ା ଦୁଇ ଗୁଣ ବୃଦ୍ଧି କରାଯିବ ବୋଲି କୁହାଯାଇଛି।

You might also like