• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଭୁବନେଶ୍ୱର: ରାଜ୍ୟରେ  ଧାର୍ମିକ ପୀଠ ଖୋଲିବା ନେଇ ଦାବି ଜୋର ଧରିଛି। ଏହି ପରୀପ୍ରେକ୍ଷୀରେ ରାଜ୍ୟ ସରକାର କେବେ ମନ୍ଦିର ଖୋଲିବ ସେ ନେଇ ସ୍ପଷ୍ଟ କରିଛନ୍ତି।

ଆଜି ଅନଲକ୍‌-୬ ଗାଇଡଲାଇନ ଘୋଷଣା କରି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି,  ସ୍ଥାନୀୟ ପ୍ରଶାସନର ଅନୁମତି ମିଳିବା ପରେ  ମନ୍ଦିର, ମସଜିଦ, ଚର୍ଚ୍ଚ ଆଦି ଧାର୍ମିକପୀଠ ଖୋଲି ପାରିବ।  ଏଥିପାଇଁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କ ଅନୁମତି ଜରୁରୀ ।

କରୋନା ପରିସ୍ଥିତିକୁ ଦେଖି ଆବଶ୍ୟକ କଟକଣା ସହିତ ଧର୍ମପୀଠ ଖୋଲିବାକୁ ଅନୁମତି ଦେଇପାରିବେ ଜିଲ୍ଲାପାଳ।  ଏହା ପୂର୍ବରୁ ସେ କରୋନା ସ୍ଥିତି କେମିତି ଅଛି ତାହା ଅନୁଧ୍ୟାନ କରିବେ। ସବୁ ବର୍ଗର ଲୋକଙ୍କ ସହିତ ଆଲୋଚନା କରିବା  ପରେ ଉପଯୁକ୍ତ କୋଭିଡ-୧୯ ପ୍ରୋଟୋକଲ ଅନୁସାରେ ଧାର୍ମିକ ପୀଠ ଖୋଲିବାକୁ ଅନୁମତି ଦିଆ ଯାଇପାରିବ ବୋଲି କହିଛନ୍ତି।

ଅନ୍ୟପକ୍ଷେ  ମନ୍ଦିର ଖୋଲିବା ନେଇ ବିଏମସି କମିଶନରଙ୍କ ପ୍ରତିକ୍ରିୟା ରଖିଛନ୍ତି।  କମିଶନର କହିଛନ୍ତି, ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ହୋଇନି।  ମନ୍ଦିର ଖୋଲିବା ପୂର୍ବରୁ ଆମେ ଲୋକଙ୍କ ଫିଡବ୍ୟାକ୍‌ ନେବୁ। ମନ୍ଦିର କର୍ତ୍ତୃପକ୍ଷଙ୍କ ସହ ବସି  ଆଲୋଚନା ମଧ୍ୟ କରିବୁ। ଏଥସହିତ  ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ  ମତାମତ ମଧ୍ୟ ଆମେ ନେବୁ।

ସୂଚନାଥାଉ କି, BMCରେ  ସଂକ୍ରମଣ କମିଛି। ଦୈନିକ ପାଖାପାଖି ୧୦୦ ନୂଆ ମାମଲା ସାମ୍ନାକୁ ଆସୁଛି।
ତଥାପି ଆମକୁ ସତର୍କ ରହିବାକୁ ପଡ଼ିବ କହିଲେ କମିଶନର।

State-govt-says-weather-religious-places-will-reopen-or-not-1
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories