ବରିଷ୍ଠ ଆଇପିଏସ ସ୍ତରରେ ଅଦଳ ବଦଳ, ଅଗ୍ନିଶମ ଡିଜି ହେଲେ ସତ୍ୟଜିତ୍ ମହାନ୍ତି

ଭୁବନେଶ୍ୱର: ବରିଷ୍ଠ ଆଇପିଏସ ସ୍ତରରେ ଅଦଳ ବଦଳ।  ବର୍ତ୍ତମାନ ଗୁଇନ୍ଦା ବିଭାଗ ସ୍ପେଶାଲ ଡିଜି ଥିବା ସତ୍ୟଜିତ ମହାନ୍ତିଙ୍କୁ କେତୋଟି ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ପୂର୍ବ ଦାୟିତ୍ୱ ସହ ଅଗ୍ନିଶମ ବିଭାଗର ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ନିର୍ବାହ କରିବେ ସତ୍ୟଜିତ ମହାନ୍ତି। ସେହିପରି ସେ ହୋମଗାର୍ଡ ଆଣ୍ଡ ଡାଇରେକ୍ଟର ସିଭିଲ୍ ଡିଫେନ୍ସର କମାଣ୍ଡାଣ୍ଟ ଜେନେରାଲ୍ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ବହନ କରିବେ।

ଏପଟେ ସେସୁର ସିଇଓ ଭାବେ କାର୍ଯ୍ୟରତ ଅରୁଣ ବୋଥ୍ରାଙ୍କୁ OSRTCର ସିଏମଡି କରାଯାଇଛି। ହେଲେ ପୂର୍ବରୁ କ୍ରୁଟର ପରିଚାଳନା ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନିର୍ବାହ କରୁଥିବା ଅରୁଣ ବୋଥ୍ରା। ସେଥିରେ ଅତିରିକ୍ତ ଦାୟିତ୍ୱ ନିର୍ବାହ କରିବେ।

ଏପଟେ ଦୁଇ ଜଣ ଏସପିଙ୍କୁ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବାଲେଶ୍ୱର ଏସପି ବି. ଯୁଗଳ କିଶୋର ହୋଇଛନ୍ତି କଟକର ନୂଆ ଏସପି। ସେହିପରି କ୍ରାଇମବ୍ରାଞ୍ଚ ଏସପି ଭାବେ କାର୍ଯ୍ୟ କରୁଥିବା ସୁଧାଂଶୁ ଶେଖର ମିଶ୍ରଙ୍କୁ କରାଯାଇଛି ବାଲେଶ୍ୱର ଏସପି।

You might also like