‘ମନକୁ ପାଉନି ପ୍ରସ୍ତାବ, ପୁଣି ଥରେ କର’

NHAI କର୍ତ୍ତୃପକ୍ଷଙ୍କୁ କହିଲେ ରାଜ୍ୟ ସରକାର

ଭୁବନେଶ୍ୱର: କୋଷ୍ଟାଲ ହାଇେୱ ନେଇ NHAI ପକ୍ଷରୁ ଉପସ୍ଥାପିତ ପ୍ରସ୍ତାବ ରାଜ୍ୟ ସରକାରଙ୍କ ମନକୁ ପାଉନି। ତେଣୁ ପୁଣି ଥରେ ଉକ୍ତ ଯୋଜନାର ରୂପରେଖ ପ୍ରସ୍ତୁତ କରିବାକୁ NHAI କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଆୟୋଜିତ ଉଚ୍ଚସ୍ତରୀୟ ବୈଠକରେ ଏ ନେଇ ବିସ୍ତୃତ ଆଲୋଚନା ହୋଇଛି ।

ବୈଠକ ପରେ ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ ଦେଇଥିବା ସୂଚନା ଅନୁସାରେ, NHAI ଦେଇଥିବା ପ୍ରସ୍ତାବକୁ ରାଜ୍ୟ ସରକାର ଗ୍ରହଣ କରୁନାହାନ୍ତି । ରାଜ୍ୟ ସରକାର NHAI ସାତପଡ଼ାରୁ ପୁରୀ ଏକଜଷ୍ଟିଂ ରୋଡରେ ହାଇେୱେ କରିବାକୁ ଚାହୁଁଛନ୍ତି । ହେଲେ ଏହି ହାଇେୱେ  ହେବା ଦ୍ୱାରା ପ୍ରସ୍ତାବିତ କୋଣାର୍କ-ଅସ୍ତରଙ୍ଗ କୋଷ୍ଟାଲ ହାଇେୱେ ୧୦ କି.ମି. ଦୂର ହେଉଛି ।  ରାଜ୍ୟ ସରକାର ଏହି ପ୍ରସ୍ତାବକୁ ଗ୍ରହଣ କରୁନଥିବା ସେ କହିଛନ୍ତି ।

ତେଣୁ ଆଉଥରେ ଯୋଜନାର ରୂପରେଖ ପ୍ରସ୍ତୁତି ପାଇଁ NHAIକୁ କୁହାଯାଇଥିବା ପୂର୍ତ୍ତ ସଚିବ କହିଛନ୍ତି । ସେହିପରି ଚିଲିକା ଉପରେ ୨ଟି ସିଗନେଚର ବ୍ରିଜ୍ କରାଯିବାକୁ ମଧ୍ୟ ଯୋଜନା ରହିଛି । ଏହାଦ୍ୱାରା ଯେମିତି ପରିବେଶର କ୍ଷତି ନ ହେବ ସେଥପ୍ରତି ଦୃଷ୍ଟି ଦିଆଯାଉଛି।

You might also like