ମାଗଣାରେ ପରୀକ୍ଷା ଦେବାକୁ ଯିବେ JEE ପରୀକ୍ଷାର୍ଥୀ

ଭୁବନେଶ୍ୱର: JEE ମେନ୍ ପରୀକ୍ଷା ୧ରୁ ୬ ତାରିଖ ମଧ୍ୟରେ ହେବ। ଓଡ଼ିଶାର ୭ଟି ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି। ସେଥିପାଇଁ JEE ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ଏଥର ମାଗଣାରେ ପରୀକ୍ଷା ଦେବାକୁ ଯିବେ JEE ପରୀକ୍ଷାର୍ଥୀ।

ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ପ୍ରେସମିଟ୍ କହିଛନ୍ତି ଯେ ଓଡ଼ିଶାର ୩୭ ହଜାର ପରୀକ୍ଷାର୍ଥୀ JEE, NEET ପରୀକ୍ଷା ଦେବେ। ଯେଉଁ ପିଲାଙ୍କର ଯାଆସ ଓ ରହିବା ବ୍ୟବସ୍ଥା ଦରକାର, ସରକାର ଯୋଗାଇବେ। ନିଜ ସୁବିଧା ଅନୁସାରେ ଆସୁଥିଲେ, ଆମେ ସହଯୋଗ କରିବୁ। ଯେଉଁମାନେ ଆବଶ୍ୟକ କରିବେ ମାଗଣାରେ ପରିବହନ ଯୋଗାଇବୁ ବୋଲି ସେ କହିଛନ୍ତି।

କେବଳ ଆଡମିଟ କାର୍ଡ ଦେଖାଇଲେ, ଯାଆସ ବ୍ୟବସ୍ଥା କରିବୁ। JEE ମେନ୍ ପରୀକ୍ଷା ୧ରୁ ୬ ତାରିଖ ମଧ୍ୟରେ ହେବ। ଓଡ଼ିଶାର ୭ଟି ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି। ପିଲାଙ୍କ ସୁବିଧା ପାଇଁ ପ୍ରତି ଜିଲ୍ଲାରେ ନୋଡାଲ ସେଣ୍ଟର ହୋଇଛି।

ପରିବହନ ବ୍ୟବସ୍ଥା ଦରକାର ଥିଲେ, ନୋଡାଲ ସେଣ୍ଟରରେ ଜଣାଇବେ। ପରୀକ୍ଷାର୍ଥୀଙ୍କ ଯାଆସ ନେଇ କୌଣସି କଟକଣା ରହିବ ନାହିଁ। ପିଲାମାନେ କେମିତି ରହିବେ, ନୋଡାଲ ସେଣ୍ଟର ବ୍ୟବସ୍ଥା କରିବ। ବିଭିନ୍ନ ଜିଲ୍ଲାରୁ ପିଲାମାନେ କେମିତି ଆସିବେ, ନୋଡାଲ ସେଣ୍ଟର ଦେଖିବ ବୋଲି ସଚିବ କହିଛନ୍ତି।

You might also like