କାଲିଠୁ କଣ ହେବ କଟକଣା, ଆସିଲା ନୂଆ ଗାଇଡ୍‌ଲାଇନ୍‌

ଭୁବନେଶ୍ୱର: କେନ୍ଦ୍ରର ଲକଡାଉନ୍ କଟକଣା ଆଧାରରେ ରାଜ୍ୟ ସରକାର ବି ଆଜି ଜାରି କରିଛନ୍ତି ଗାଇଡ୍ ଲାଇନ୍। ରେଡ୍ ଓ ଅରେଞ୍ଜ ଜୋନ୍‌ରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହେବ। ଏହି ଏଞ୍ଚଳରେ ଏସ୍ଓପିରେ ଦିଆଯାଇଥିବା କଠୋର ଯାଞ୍ଚ ବ୍ୟବସ୍ଥାର କଡ଼ା ଅନୁପାଳନ କରାଯିବ। ଏଠାକାର ସମସ୍ତ ବାସିନ୍ଦାଙ୍କ ପାଇଁ ଆରୋଗ୍ୟସେତୁ  ଆପ୍‌କୁ ବାଧ୍ୟତାମୂଳକ କରାଯାଇଛି। ଏହି ଅଞ୍ଚଳକୁ ଯାଆସ ସଂପୂର୍ଣ୍ଣ  ନିଷେଧ ରହିବ ସେହିପରି ଦେଶବ୍ୟାପୀ ଲାଗି ଅନ୍ୟ ସମସ୍ତ କଟକଣାକୁ କଡ଼ାକଡି ପାଳନ କରାଯିବ।

ସେହିପରି ରେଡ୍‌ ଜୋନ୍‌ରେ ମଧ୍ୟ କେନ୍ଦ୍ର ଲାଗୁ କରିଥିବା ପୂର୍ବ ନିୟମ ଗୁଡ଼ିକର କଡ଼ା ପାଳନ କରାଯିବ। ଅନୁମତି ଓ ଆବଶ୍ୟକତା ନଥିବା କୌଣସି ଗାଡି ଚଳାଚଳ କରିପାରିବ ନାହିଁ। ତେବେ ସହରାଞ୍ଚଳର SEZ, ରପ୍ତାନୀ ଭିତ୍ତିକ ଶିଳ୍ପ, ଇଣ୍ଟଷ୍ଟ୍ରିଆଲ ଇଷ୍ଟେଟ୍, ଔଷଧ ଓ ମେଡିକାଲ ଉପକରଣ ଭଳି ଅତ୍ୟାବଶକୀୟ ସାମଗ୍ରୀ ଉତ୍ପାଦନକାରୀଙ୍କ ଭଳି କଂପାନୀ ଚାଲିପାରିବ। ତେବେ ସାମାଜିକ ଦୂରତ୍ୱ ନିୟମର ଅନୁପାଳନ ହେବ।

ତେବେ ଗ୍ରାମାଞ୍ଚଳ ହୋଇଥିଲେ ସମସ୍ତ ପ୍ରକାର ଶିଳ୍ପ  କାର୍ଯ୍ୟ ଚାଲିପାରିବ। ସହରାଞ୍ଚଳରେ ଯେଉଁଠାରେ ଶ୍ରମିକ ଉପଲବ୍ଧ ଥିବା ସେଠାରେ ନିର୍ମାଣ କାମ ଲାଗି ଅନୁମତି ଦିଆଯାଇଛି। ତେବେ ଗ୍ରାମାଞ୍ଚଳରେ ନିର୍ମାଣ କାମ ଚାଲିପାରିବ ମାର୍କେଟ କପ୍ଲେକ୍ସ ଥିବା ଅତ୍ୟାବଶକୀୟ ଜିନିଷ ବିକ୍ରେତା ଦୋକାନ ଖୋଲିପାରିବେ। ସେହିପରି ଗୋଟି ଗୋଟିକା ଦୋକାନଗୁଡିକ ବି ଖୋଲାଯାଇପାରିବ। ଗ୍ରାମାଞ୍ଚଳରେ ମଲକୁ ଛାଡି ଅନ୍ୟ ଦେକାନ ଖୋଲା ରହିବ।

ଅତ୍ୟାବଶ୍ୟକ ସାମଗ୍ରୀର ଇ-କମର୍ସକୁ ଅନୁମତି ଦିଆଯାଇଛି। ଘରୋଇ ସଂସ୍ଥାଗୁଡିକରେ ୩୩ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବାକୁ କୁହାଯାଇଛି। ସେହିପରି ଡେପୁଟି ସେକ୍ରେଟାରୀ ସ୍ତରରୁ ଅଧିକାରୀମାନଙ୍କୁ ନେଇ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟଗୁଡିକ କାର୍ଯ୍ୟ କରିବେ। ପୂର୍ବଭଳି ପୋଲିସ, ହୋମଗାର୍ଡ, ପ୍ରତିରକ୍ଷା ଓ ଅନ୍ୟ ସେବା ପ୍ରଦାନ କରୁଥିବା ସଂସ୍ଥାମାନଙ୍କ କାର୍ଯ୍ୟକଳାପ ସ୍ୱାଭାବିକ ଚାଲିବ। ଦୋକାନଗୁଡିକ ବି ଖୋଲାଯାଇପାରିବ।

ଗ୍ରାମାଞ୍ଚଳରେ ମଲ୍‌କୁ ଛାଡି ଅନ୍ୟ ଦେକାନ ଖୋଲା ରହିବ। ଅତ୍ୟାବଶକ ସାମଗ୍ରୀର ଇ-କମର୍ସକୁ ଅନୁମତି ଦିଆଯାଇଛି। ଘରୋଇ ସଂସ୍ଥାଗୁଡିକରେ ୩୩ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବାକୁ କୁହାଯାଇଛି। ସେହିପରି ଡେପୁଟି ସେକ୍ରେଟାରୀ ସ୍ତରରୁ ଅଧିକାରୀମାନଙ୍କୁ ନେଇ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟଗୁଡିକ କାର୍ଯ୍ୟ କରିବେ। ପୂର୍ବଭଳି ପୋଲିସ, ହୋମଗାର୍ଡ, ପ୍ରତିରକ୍ଷା ଓ ଅନ୍ୟ ସେବା ପ୍ରଦାନ କରୁଥିବା ସେବା କାର୍ଯ୍ୟ ସ୍ୱାଭାବିକ ରହିବ

You might also like