• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ପ୍ରବାସୀ ଓଡ଼ିଆ କେମିତି ଫେରିବେ ସେନେଇ ଚିନ୍ତାରେ ରାଜ୍ୟ ସରକାର। ବିଗତ ୪୮ ଘଣ୍ଟାରେ ଓଡିଶା ଫେରିବାକୁ ପଞ୍ଜିକରଣ କଲେଣି ୪ ଲକ୍ଷ ୮୬ ହଜାର ପ୍ରବାସୀ। ଆଜି କୋଭିଡ୍ ମୁଖ୍ୟମୁଖପାତ୍ରଙ୍କ ଏ ତଥ୍ୟ ଲକଡାଉନ୍ ପରେ ପ୍ରବାସ ଫେରନ୍ତାଙ୍କ ଆକଳନକୁ ପୁରା ଗଡ଼ବଡ଼ କରିଦେଇଛି।

ଆଗରୁ ୫ ଲକ୍ଷ ପ୍ରବାସୀ ଫେରିବାର ଆକଳନ ଥିଲା ବେଳେ, ପ୍ରକୃତ ସଂଖ୍ୟା କେଉଁଠି ପହଞ୍ଚିବ ଏବଂ ଏତେ ସଂଖ୍ୟକ ଲୋକଙ୍କୁ କିଭଳି ସୁରକ୍ଷିତ ଓଡ଼ିଶା ଅଣାଯିବ ତା ଉପରେ ବିରାଟ ପ୍ରଶ୍ନବାଚୀ ଠିଆ ହୋଇଛି। ଏ ଭିତରେ ପ୍ରବାସୀ ଫେରନ୍ତାଙ୍କ ଲାଗି ଜାତୀୟସ୍ତରରେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିୟୋର ବା ଏସ୍ଓପି ଲାଗି ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ।

ଭିଡିଓ କନ୍ଫରେନ୍ସିଂରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୃଥକ ପୃଥକ ଆଲୋଚନା ରାଜ୍ୟ ସରକାରଙ୍କ ଆକଳନ ଥିଲା ଲକଡାଉନ୍ ଖୋଲିବା ପରେ ଛାତ୍ର, ଶ୍ରମିକ, ତୀର୍ଥଯାତ୍ରୀ, ରୋଗୀ ଓ ଅନ୍ୟ ବୃତ୍ତିଧାରୀଙ୍କ ସହ ଓଡ଼ିଶାକୁ ଆସିବେ ୫ ଲକ୍ଷ ଓଡ଼ିଆ।

ହେଲେ ଆଜି ସାମ୍ବାଦିକ ସମ୍ମିଳନୀ କୋଭିଡ୍ ମୁଖ୍ୟ ମୁଖପାତ୍ରଙ୍କ ତଥ୍ୟ ସରକାରୀ ଆକଳନକୁ ଗଡ଼ବଡ଼ କରିଦେଇଛି। କୋଭିଡ୍ ମୁଖ୍ୟ ମୁଖପାତ୍ର ସୂଚନା ଦେଇଛନ୍ତି ଗତ ୪୮ ଘଣ୍ଟା ଭିତରେ ଓଡ଼ିଶା ଫେରିବାକୁ ପଞ୍ଜିକରଣ କଲେଣି ୪ ଲକ୍ଷ ୮୬ ହଜାର ପ୍ରବାସୀ ଏହି ସଂଖ୍ୟା ଆଗକୁ ଆହୁରି ବଢ଼ିବାର ସମ୍ଭାବନା ବି ଅଛି।

ହେଲେ ଏତେ ସଂଖ୍ୟକ ଲୋକ ଫେରିବାର ମାଧ୍ୟମ କଣ ହେବ? ଟ୍ରେନ୍, ବସ୍, ଉଡ଼ାଜାହାଜ ନା ପାଣି ଜାହାଜ ? ଯେହେତୁ ଗୁଜରାଟ, ମହାରାଷ୍ଟ୍ର, ତାମିଲନାଡୁ, ଆନ୍ଧ୍ର, ତେଲେଙ୍ଗାନା ଓ ଦିଲ୍ଲୀରେ ବହୁ ସଂଖ୍ୟାରେ ପ୍ରବାସୀ ଅଛନ୍ତି, ଏସବୁ ରାଜ୍ୟରୁ ବସ୍‌ରେ ପ୍ରବାସୀଙ୍କୁ ଆଣିବା ସମ୍ଭବ କି? କୁହାଯାଉଛି ଗୁଜୁରାଟରୁ କେବଳ ଆସିବେ ଲକ୍ଷାଧିକ ଓଡ଼ିଆ। ଯଦି ବସରେ ଅଣାଯିବାର ବ୍ୟବସ୍ଥା ହୁଏ, ତାହେଲେ ଗୁଜୁରାଟରୁ ଓଡ଼ିଶା ତିନିଦିନ ଲାଗିବ। ଏହି ସମୟ ଭିତରେ ଯାତ୍ରୀଙ୍କ ଖାଦ୍ୟପେୟ, ସ୍ନାନଶୌଚର ବ୍ୟବସ୍ଥା ହେବ କିଭଳି?

ଏସବୁକୁ ଦୃଷ୍ଟିରେ ରଖି ସରକାରୀ ସ୍ତରରେ ତନାଘନା ଚାଲିଥିଲା ବେଳେ ପରିବହନ ମନ୍ତ୍ରୀ କହିଛନ୍ତି, ଆମ ପାଖରେ ୧୪ରୁ ୧୫ ହଜାର ବସ୍‌ ଥିଲା ବେଳେ ସେଥିରୁ ୧୦ ହଜାର ବସ୍‌ରେ ପାଖପଡୋଶୀ ରାଜ୍ୟରୁ ପ୍ରବାସୀଙ୍କୁ ଅଣାଯାଇ ପାରିବ। ହେଲେ ଦୂର ରାଜ୍ୟରେ ଥିବା ପ୍ରବାସୀଙ୍କ ପାଇଁ ଟ୍ରେନ ବ୍ୟବସ୍ଥା ଲାଗି ସେ ମତ ରଖିଛନ୍ତି।

ସେପଟେ ଆଜି ପ୍ରଧାନମନ୍ତ୍ରୀଙ୍କ ସହ କରୋନା ମୁକାବିଲା ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ବାହାର ରାଜ୍ୟରେ ଫସିଥିବା ପ୍ରବାସୀ, ତୀର୍ଥଯାତ୍ରୀ ଓ ରୋଗୀଙ୍କ ଫେରିବା ଲାଗି ଜାତୀୟସ୍ତରରେ ଏସ୍ଓପି ଲାଗି ଦାବି କରିଛନ୍ତି। ତା ସହିତ ବାହାର ରାଜ୍ୟରେ ଫସିଥିବା ଶ୍ରମିକଙ୍କ ଯତ୍ନ ନେବାକୁ ବି ଦାବି କରିଛନ୍ତି।

ରାଜ୍ୟର କୋଭିଡ୍ ଲଢ଼େଇରେ ଆଗକୁ ପ୍ରବାସ ଫେରନ୍ତା ମୁଖ୍ୟ ଚ୍ୟାଲେଞ୍ଜ ପାଲଟିବାକୁ ଯାଉଥିଲାବେଳେ ବିରୋଧୀ ମଧ୍ୟ ପ୍ରବାସୀଙ୍କ ସୁରକ୍ଷିତ ଆଗମନ ଏବଂ ରାଜ୍ୟରେ ସଂକ୍ରମଣକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବାକୁ ଦାବି କରିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯିଏ ଯେଉଁ ରାଜ୍ୟରେ ଅଛନ୍ତି ସେଠି ସେମାନଙ୍କ କୋଭିଡ୍ ଟେଷ୍ଟ କରି ପଠାଯାଉ।

State-govt-is-on-tension-how-can-migrants-come-to-odisha
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories