CHSE ଯୁକ୍ତ ଦୁଇ ପରୀକ୍ଷା ବାତିଲ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି। CBSE ପରେ CHSE ଯୁକ୍ତ ଦୁଇ ପରୀକ୍ଷା ବି ବାତିଲ। ରାଜ୍ୟରେ କଳା, ବିଜ୍ଞାନ, ବାଣିଜ୍ୟ ବିଷୟରେ ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ କରାଯାଇଛି। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ମାର୍ଚ୍ଚ ୨୩ରୁ ୨୮ ମଧ୍ୟରେ ଥିବା ପରୀକ୍ଷା ବାତିଲ କରାଯାଇଛି।

ଏନେଇ ମନ୍ତ୍ରୀ କହିଛନ୍ତି ଯେ କରୋନା ସ୍ଥିତି ଦେଖି ଆଉ ପରୀକ୍ଷା କରିବା ସମ୍ଭବ ନୁହେଁ। ପରୀକ୍ଷା ବାତିଲ ହୋଇଥିବାରୁ CBSE ଢାଞ୍ଚାରେ ମାର୍କିଂ ହେବ। ପିଲାମାନେ ଦେଇଥିବା ପରୀକ୍ଷାର ଆଭରେଜ ଦେଖି ମାର୍କିଂ କରାଯିବ। ଯେଉଁମାନେ ୫ଟି ପରୀକ୍ଷା ଦେଇଥିବେ, ତାଙ୍କର ଶ୍ରେଷ୍ଠ ୩ଟିରୁ ଆଭରେଜ ନିଆଯିବ। ସେହିପରି ଯେଉଁମାନେ ୪ଟି ପରୀକ୍ଷା ଦେଇଥିବେ, ଶ୍ରେଷ୍ଠ ୨ଟି ଦେଖି ଆଭରେଜ ଦେଖାଯିବ। କମ୍ପାର୍ଟମେଣ୍ଟାଲ ପରୀକ୍ଷାର୍ଥୀଙ୍କ ଗଲାବର୍ଷ ଶ୍ରେଷ୍ଠ ମାର୍କ ଦେଖି ଆଭରେଜ ଦିଆଯିବ।ଯେଉଁମାନେ ମାର୍କରେ ସନ୍ତୁଷ୍ଟ ହେବେନି, କରୋନା ସ୍ଥିତି ଟଳିଲେ ପରୀକ୍ଷା ଦେବେ। ଜୁଲାଇ ୩୧ ସୁଦ୍ଧା ରେଜଲ୍ଟ ପ୍ରକାଶ ପାଇଁ ଚେଷ୍ଟା କରୁଛୁ ମନ୍ତ୍ରୀ କହିଲେ।

କରୋନା ମୁକାବିଲା ପାଇଁ ଲାଗୁ ହୋଇଥିବା ଲକଡାଉନ୍ ପରେ ଯୁକ୍ତ ଦୁଇ ବିଷୟର କିଛି ପରୀକ୍ଷାକୁ ସ୍ଥଗିତ କରାଯାଇଥିଲା। ତେବେ ଏହାକୁ ଏବେ ସମ୍ପୂର୍ଣ୍ଣ ଭାବେ ବାତିଲ କରାଯାଇଛି। ପୂର୍ବରୁ CBSE ପକ୍ଷରୁ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ବାତିଲ କରାଯାଇଛି।

ଆହୁରି ପଢ଼ନ୍ତୁ

ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ତିର୍ତ୍ତୋଲବାସୀଙ୍କୁ ସରକାରଙ୍କ ଭେଟି

ଭୁବନେଶ୍ୱରରେ ଚୋରା ବନ୍ଧୁକ ଡିଲ୍‌ର ପର୍ଦ୍ଦାଫାସ

ଦିନକରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ଆକ୍ରାନ୍ତ

୨୪ ଘଣ୍ଟାରେ ୪,୨୦୮ ପଜିଟିଭ୍‌ ଚିହ୍ନଟ, ଓଡ଼ିଶାରେ ୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

୧,୭୦୯ ଜଣ ପୋଲିସ୍ କର୍ମଚାରୀଙ୍କୁ ଦିଆଯିବ ‘ଆନ୍ତରିକ ସୁରକ୍ଷା ସେବା ପଦକ’

ଆଜିଠୁ ଏହି ଜିଲ୍ଲାରେ ୧୫ଦିନ ଯାଏ ରାସ୍ତାକଡ଼ ଫାଷ୍ଟଫୁଡ୍‌ ଦୋକାନ ବନ୍ଦ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

ଜୀବନକୁ ବାଜି ଲଗାଇ ଏମିତି କାମ କଲେ ଦୁଇ ଅଙ୍ଗନବାଡ଼ି କର୍ମୀ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

ମିଳିଲାନି କାନ୍ଧ, ଟ୍ରଲିରେ ଶ୍ମଶାନକୁ ଗଲା ମୃତଦେହ

ନଦୀରେ ପୋଲ ବ୍ୟବସ୍ଥା ନ କରି ବିକଳ୍ପ ହଟାଇ ଦେଲା ପ୍ରଶାସନ, ତାତିଲେ ଲୋକେ

You might also like