ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ପ୍ରଚାର ଷ୍ଟ୍ରାଟେଜି

ଭୁବନେଶ୍ୱର : ନିର୍ବାଚନ ପ୍ରଚାର ପାଇଁ ରାଜ୍ୟ ସରକାରଙ୍କ ନୂଅା ଚାଲ୍। ସଫଳ ଯୋଜନାର ପ୍ରଚାର ପ୍ରସାର ପାଇଁ ଅାଉ ଏକ ଷ୍ଟ୍ରାଟେଜି ଗାଁରୁ ସହର ସବୁଠି ଛାଇଯିବ ଏଭଳି ବିଭିନ୍ନ ସ୍କିମ୍‌ର ହୋର୍ଡିଂ। ଯାହାର କିଛିଟା ଝଲକ୍ ଏବେଠାରୁ ଦେଖିବାକୁ ମିଳିଲାଣି ରାଜଧାନୀ ଭୁବନେଶ୍ୱରରେ।

ରାଜ୍ୟର ସବୁ ପ୍ରମୁଖ ସ୍ଥାନରେ ଏଭଳି ହୋର୍ଡିଂ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ପଞ୍ଚାୟତଠାରୁ ପୌରାଞ୍ଚଳ, ବ୍ଲକ୍ ହେଡ୍‌କ୍ୱାର୍ଟର ଠାରୁ ଗ୍ରାମାଞ୍ଚଳ, ସବୁ ଅଞ୍ଚଳରେ ହୋର୍ଡିଂ ଲଗାଇବା ପାଇଁ ସ୍ଥାନ ସଂରକ୍ଷିତ ରଖିବାକୁ ଜିଲ୍ଲାପାଳଙ୍କୁ ଦିଅାଯାଇଛି ନିର୍ଦ୍ଦେଶ। ଏନେଇ ଜିଲ୍ଲାମାନଙ୍କୁ ଚିଠି ଲେଖିଛନ୍ତି ସୂଚନା ଓ ଲୋକସଂପର୍କ ସଚିବ।

ରାଜ୍ୟ ସରକାରଙ୍କର ନୂଅା ସ୍କିମ୍‌ ଓ ସଫଳ ଯୋଜନା ସଂପର୍କରେ ଲୋକଙ୍କୁ ଅବଗତ ପାଇଁ ଏହା ଉଦ୍ଦିଷ୍ଟ ବୋଲି କୁହଯାଉଛି। ଯାହାକୁ ନେଇ ବିରୋଧୀ, କଡା ସମାଲୋଚନା କରିଛନ୍ତି। ପିସିସି ସଭାପତି ନିରଂଜନ ପଟ୍ଟନାୟକ ମଧ୍ୟ ଟୁଇଟ୍ କରି କହିଛନ୍ତି ଲୋକଙ୍କ ଅର୍ଥର ଅପଚୟ କରି ମିଥ୍ୟା ପ୍ରଚାର କରି ବିଜ୍ଞାପନ ଦିଅାଯାଉଛି। ନିର୍ବାଚନ ପ୍ରଚାର ପାଇଁ ଏହା ଉଦ୍ଦିଷ୍ଟ ବୋଲି କହି ଉଭୟ ବିଜେଡି ଓ ବିଜେପିକୁ ସମାଲୋଚନା କରିଛନ୍ତି।

ବିଜେପି କହିଛି ଏହା ପ୍ରଧାନମନ୍ତ୍ରୀଙ୍କ ହୋର୍ଡିଂ ଲଗାଇ ନଦବା ପାଇଁ ଉଦ୍ୟମ। ଅାସନ୍ତା ଅଗଷ୍ଟ ୧୫ରେ ରାଜ୍ୟ ସରକାର ଅାରମ୍ଭ କରିବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା। ସେହିପରି ଅକ୍ଟୋବର ୨ରେ ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା, ଖୁସି ଯୋଜନା ଓ ପ୍ଲାଷ୍ଟିକ୍ ବ୍ୟାନ୍ କାର୍ଯ୍ୟକାରୀ ହେବ। ତାସହ ଏବେ ବିଜୁ ଯୁବ ବାହିନୀ ଓ ଅାମ ଗାଁ ଅାମ ବିକାଶ କାର୍ଯ୍ୟକ୍ରମ ଚାଲିଛି। ଏସବୁ ସ୍କିମ୍ ପ୍ରଚାର କରି  ଭୋଟ୍ ବ୍ୟାଙ୍କ୍‌ ମଜଭୁତ ପାଇଁ ଉଦ୍ୟମ ହେଉଥିବା ବେଳେ ବିଜେଡି କହିଛି ଲୋକଙ୍କୁ ଜଣାଇବା ପାଇଁ ଏହି ପ୍ରୟାସ।

ହୋର୍ଡିଂ, ପୋଷ୍ଟର ଓ ବ୍ୟାନର୍‌କୁ ନେଇ ବିଭିନ୍ନ ସମୟରେ ବିଜେଡି-ବିଜେପି ମଧ୍ୟରେ ପ୍ରତିଯୋଗିତା ଚାଲିଛି।  ଅାଉ ରାଜ୍ୟ ସରକାରଙ୍କ ସାନି ନିର୍ଦ୍ଦେଶକୁ ନେଇ ପୁଣି ସବୁ ରାଜନୈତିକ ଦଳ ମୁହାଁମୁହିଁ ହେବା ଏକ ପ୍ରକାର ନିଶ୍ଚିତ।

ଆହୁରି ପଢ଼ନ୍ତୁ

ଅଧ୍ୟାପକ ସ୍ୱାମୀଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ମହିଳା IIC

ମହଙ୍ଗା ପଡ଼ିଲା କ୍ଷମତାର ଅପବ୍ୟବହାର: ଆଦିବାସୀଙ୍କ ଘର ଭାଙ୍ଗିଥିବା ମହିଳା ସରପଞ୍ଚ ନିଲମ୍ବିତ

ହୋଟେଲରେ ଚାଲିଥିଲା ସେକ୍ସ ରାକେଟ୍, ୨ ମହିଳାଙ୍କ ସମେତ ଗ୍ରାହକ ଓ ହୋଟେଲ ମ୍ୟାନେଜର ଅଟକ

ସୁପ୍ରିମକୋର୍ଟ ଗଲେ ବର୍ଷା

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

Corona Update In Odisha: ୨୪ ଘଣ୍ଟାରେ ୪,୨୦୯ ପଜିଟିଭ୍‌ ଚିହ୍ନଟ

ଏକାଧିକ ଦୋକାନ ଉପରକୁ ଚଢ଼ି ଓଲଟି ପଡ଼ିଲା ଟ୍ରକ୍‌

ଶୁଦ୍ଧିକ୍ରିୟାରେ ଯୋଗ ଦେଇ ଘରକୁ ଫେରୁଥିଲେ, ବାଟରେ ଘଟିଲା ଦୁର୍ଘଟଣା

ଭୁବନେଶ୍ୱରରେ ୪୧ ଦୋକାନ ସିଲ୍‌, ୨୮୩୩ ଜଣଙ୍କୁ ଫାଇନ୍‌; କଟକରେ ବି ଆକ୍ସନ ମୋଡ୍‌ରେ ପୋଲିସ୍

ନା ଥିଲା ମାସ୍କ ନା ଥିଲା ସାମାଜିକ ଦୂରତା: କରୋନା କଟକଣାକୁ ଫୁ’ କରି ଧୁମ୍‌ଧାମ୍‌ରେ ଚାଲିଥିଲା ବିଶ୍ୱକର୍ମା ଭସାଣ

SCB କୋଭିଡ୍‌ ୱାର୍ଡରେ‌ ଅବ୍ୟବସ୍ଥା ଘଟଣାର ତଦନ୍ତ କରିବ ୩ ଜଣିଆ କମିଟି

ତାଗିଦ ନାଁରେ ବ୍ୟବସାୟ ଉପରେ ଛାଟ !

You might also like