• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ଲଗାତାର ୫୦ ଦିନ ଧରି ଲକ୍‌ଡାଉନ୍ ବି କାମ ଦେଲାନି । ଏବେ ଅନଲକ୍ ମୁହାଁ ହୋଇଥିଲେ ବି ରାଜ୍ୟରେ ନା ଦୈନିକ ସଂକ୍ରମଣରେ ସୁଧାର ଆସୁଛି, ନା ମୃତ୍ୟୁ ସଂଖ୍ୟାରେ ବ୍ରେକ ଲାଗୁଛି । ଜୁନ୍ ଶେଷ ସପ୍ତାହରୁ ଲାଗିରହିଥିବା କରୋନାର ଟ୍ରେଣ୍ଡ, ସମ୍ଭାବ୍ୟ ତୃତୀୟ ଲହର ଆଡକୁ ଇଙ୍ଗିତ କରୁଛି । ଏଭଳି ସ୍ଥିତିରେ ସଂକ୍ରମଣ ଏବଂ କୋଭିଡ୍ ମୁକାବିଲା ସ୍ଥିତିର ଅନୁଧ୍ୟାନ ପାଇଁ ଓଡ଼ିଶା ଆସୁଛି କେନ୍ଦ୍ରୀୟ ଟିମ୍ । ଏହି ଟିମ୍ ଓଡ଼ିଶା ସହ ୬ଟି ରାଜ୍ୟରେ କରୋନା ନିୟନ୍ତ୍ରଣ ପାଇଁ ପରାମର୍ଶ ଦେବା ସହ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବ ।

ଦେଶରେ କମୁଛି, କିନ୍ତୁ ଓଡ଼ିଶାରେ ବଢୁଛି । ମେ’ ଗଲା, ଜୁନ୍ ଗଲା, ଜୁଲାଇ ଆସିଲା । ତଥାପି ବେକାବୁ କରୋନା । ବୋଲମାନୁନି ମହାମାରୀ । ଦ୍ୱିତୀୟ ଲହରର କମ୍ପନକୁ ଦେଖି ଲକ୍‌ଡାଉନ୍ ହେଲା, ଅନ୍‌ଲକ୍‌ ଆରମ୍ଭରୁ ତଳମୁହାଁ ହେଉଥିବା କରୋନା ଗ୍ରାଫ୍ ଏବେ ପୁଣି ମୁଣ୍ଡ ଟୁଙ୍ଗାରିଲାଣି । ଜୁନ୍ ୨୨ରେ ୩ ହଜାର ତଳେ ଥିବା ଦୈନିକ ସଂକ୍ରମଣ କେବଳ ୨୫ ଓ ୨୯କୁ ଛାଡ଼ି ଆଜିକୁ ପ୍ରାୟ ୧୦ ଦିନ ହେଲା ୩ ହଜାର ଉପରେ ଟ୍ରେଣ୍ଡ । ଆଜି ପୁଣି ଗତକାଲିର ଦୈନିକ ସଂକ୍ରମଣକୁ ଟପିଛି ସଂଖ୍ୟା ।  କେବଳ ସଂକ୍ରମଣ ନୁହେଁ, ଗତ ୧୦ ଦିନର ମୃତ୍ୟୁ ହାରକୁ ଦେଖିଲେ ଜୁନ୍ ୨୭ ବ୍ୟତୀତ ୪୦ ଉପରେ ଟ୍ରେଣ୍ଡ ରହି ଆଜି ୪୬କୁ ଛୁଇଁଛି ।

ତେବେ ଜୀବନ ଓ ଜୀବିକାକୁ ଗୁରୁତ୍ୱ ଦେଇ A ଏବଂ B ଦୁଇଟି କାଟାଗୋରୀ କରି ରାଜ୍ୟ ସରକାର ଅନ୍‌ଲକ୍‌ ମୁହାଁ ହୋଇଛନ୍ତି ସତ । କିନ୍ତୁ B କାଟାଗୋରୀରେ ଥିବା ୧୦ ଜିଲ୍ଲାରେ ଯେଉଁଠି ପ୍ରଶାସନିକ ଓ ବାଣିଜ୍ୟିକ ପେଣ୍ଠସ୍ଥଳି ସବୁ ରହିଛି, ସେଠି ଖସୁନି ସଂକ୍ରମଣ ହାର । ଆଜି ବି ରେଡ୍ ଜୋନ୍‌ରେ ଖୋର୍ଦ୍ଧା, କଟକ ଏବଂ ବାଲେଶ୍ୱର । ଏହାର ଅନୁଧ୍ୟାନ କରିବାକୁ ପବ୍ଲିକ ହେଲ୍ଥ ସ୍ପେସାଲିଷ୍ଟ ଡାକ୍ତର ଏ.ଡାନ୍‌ଙ୍କ ନେତୃତ୍ୱରେ ଓଡ଼ିଶା ସମେତ ୬ଟି ରାଜ୍ୟକୁ ଯିବ ଏକ କେନ୍ଦ୍ରୀୟ ଟିମ । ଏହି ଟିମ୍ କୋଭିଡ ନିୟନ୍ତ୍ରଣ, କଣ୍ଟେନମେଣ୍ଟ ଜୋନ୍ ଅନୁଧ୍ୟାନ ଓ ଟିକାକରଣ ବ୍ୟବସ୍ଥାର ଅନୁଧ୍ୟାନ କରିବ । ତାସହିତ ହସ୍ପିଟାଲ ବେଡ୍, ଭେଣ୍ଟିଲେଟର, ଅକ୍ସିଜେନର ମଧ୍ୟ ସ୍ଥିତି ଦେଖିବ । ତାପରେ କରୋନା ନିୟନ୍ତ୍ରଣ ପାଇଁ ରାଜ୍ୟକୁ ଏହି ଟିମ୍ ପରାମର୍ଶ ଦେବ । ତା ସହିତ କେନ୍ଦ୍ର ସରକାରଙ୍କୁ ମଧ୍ୟ ଏକ ରିପୋର୍ଟ ଦେବ ।

ତେବେ ରାଜ୍ୟରେ କାହିଁକି ଜାରି ରହିଛି ଏଭଳି ଟ୍ରେଣ୍ଡ ? ମେ’ ୫ ରୁ ୫୭ ଦିନ ଧରି ତାଲାବନ୍ଦ କଟକଣା ସତ୍ତ୍ୱେ କାହିଁକି ସଂକ୍ରମଣରେ ଆସୁନି ସୁଧାର ? ମାଡ଼ି ଚାଲିଥିବା ମହାମାରୀକୁ ଚେକ୍ ଦେବା ପାଇଁ ରାଜ୍ୟ ସରକାରଙ୍କ ରଣନୀତି ଫେଲ୍ ହେବା ପରେ ଅନୁଧ୍ୟାନ ପାଇଁ କେନ୍ଦ୍ରୀୟ ଟିମ୍‌ର ପଡ଼ିଲା କି ଆବଶ୍ୟକତା ? ଓଟିଭି ଇଙ୍ଗ୍ଲିସ୍ ଟ୍ୱିଟର ହ୍ୟାଣ୍ଡେଲ୍ ପକ୍ଷରୁ କରାଯାଇଥିବା ଏକ ସର୍ଭେରେ ୬୦ ହଜାରରୁ ଅଧିକ ଲୋକ ମତ ରଖି ୫୬.୮ ପ୍ରତିଶତ ସରକାରଙ୍କ ବିଫଳ ରଣନୀତିକୁ ଦାୟୀ କରିଥିବା ବେଳେ ୪୧.୬ ପ୍ରତିଶତ ନା କହିଛନ୍ତି । ଆଉ ଏଭଳି ବିଫଳ ରଣନୀତିକୁ ନେଇ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ବିରୋଧୀ ।

ତେବେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ କହିଛି, ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାରେ ସଂକ୍ରମଣ କମିଛି । ଏମାସ ଦ୍ୱିତୀୟ ସପ୍ତାହ ବେଳକୁ ରାଜ୍ୟରେ ସେହି ଧାରାରେ ଆହୁରି ସଂକ୍ରମଣ କମିବ । ୨୩ରୁ ୨୯ ଜୁନ୍ ମଧ୍ୟରେ ରାଜ୍ୟର ୪ ଜିଲ୍ଲାରେ ଦୈନିକ ପଜିଟିଭ୍ ହାର ୧୦ ପ୍ରତିଶତ ରହୁଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦର୍ଶାଇଛି । ଆଉ ଏସବୁ ଭିତରେ ପ୍ରଶ୍ନ କଟକ-ଭୁବନେଶ୍ୱର ସମେତ ଉପକୂଳବର୍ତ୍ତୀ ଜିଲ୍ଲାରେ କରୋନା ନିୟନ୍ତ୍ରଣ ନହେଲା ଯାଏଁ ଓଡ଼ିଶାର ସ୍ଥିତି ସ୍ୱାଭାବିକ୍ ହେବ କିପରି ।

State-failed-to-protect-from-corona-after-applying-lockdown-formula
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories