ଭୁବନେଶ୍ୱର : ନୂଆବର୍ଷ ପୂର୍ବରୁ କଲେଜ ଅଧ୍ୟାପକଙ୍କ ପାଇଁ ଖୁସି ଖବର। ସରକାରୀ ଓ ଅନୁଦାନପ୍ରାପ୍ତ କଲେଜର ଅଧ୍ୟାପକଙ୍କ ଦରମା ବୃଦ୍ଧି ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟର ଅନୁମୋଦନ ମିଳିଛି।
ଅଧ୍ୟାପକଙ୍କ ବର୍ଦ୍ଧିତ ଦରମା ପିଛିଲା ଭାବେ ୨୦୧୬ ଜାନୁଆରୀ ପହିଲାରୁ ଲାଗୁ ହେବ। ଏହାଦ୍ୱାରା ରାଜ୍ୟର ମୋଟ ୫୨୦୦ ଅଧ୍ୟାପକ, ଅଧ୍ୟାପିକା ଉପକୃତ ହେବେ। ସେହିଭଳି ନିକଟରେ ରାଜ୍ୟ ସରକାରଙ୍କ କୃଷି ଓ କୃଷକଙ୍କ ପାଇଁ ଘୋଷଣା କରିଥିବା କାଳିଆ ଯୋଜନାରେ ପାଣ୍ଠି ଯୋଗାଡ଼ ପାଇଁ ଅଧ୍ୟାଦେଶ ଆଣିବା ନିଷ୍ପତ୍ତି ସହ ମୋଟ ୧୨ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।