୧୦ ପ୍ରସ୍ତାବକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର : ଅବଢ଼ା ସ୍କିମରେ ପୁରୀରେ ୩ ବର୍ଷରେ ଖର୍ଚ୍ଚ ହେବ ୩ ହଜାର ୨୦୮ କୋଟି। ଚଳିତ ବର୍ଷ ଅବଢ଼ା ସ୍କିମ୍‌ରେ ଖର୍ଚ୍ଚ ହେବ ୭୧୯ କୋଟି ଟଙ୍କା। ଏହି ଯୋଜନାରେ ୩ ବର୍ଷରେ ୧୫ଟି ପ୍ରକଳ୍ପ କାର୍ଯ୍ୟ କରିବ।

ଆଜି ରାଜ୍ୟ କ୍ୟାବିନେଟରେ ଏହି ପ୍ରସ୍ତାବ ଉପରେ ମୋହର ଲାଗିଛି। ଏଥି ସହ ୧୦ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରୀ ମିଳିଛି। ଏଣିକି ଜାତି ଓ ଆୟ ପ୍ରମାଣପତ୍ର ପାଇଁ ୟୁଜର୍ସ  ଫି ଓ ଆବେଦନ ଫି ଦେବାକୁ ପଡିବ ନାହିଁ।

ମୟୁରଭଞ୍ଜ, କେନ୍ଦୁଝର ଓ ଯାଜପୁର ଜିଲ୍ଲାର ୩ଟି ବ୍ଲକରେ ପାନୀୟ ଜଳ ପ୍ରକଳ୍ପ ହେବ। ଏଥିପାଇଁ ଖର୍ଚ୍ଚ ହେବ ୬୪୧ କୋଟି । ଉପକୃତ ହେବେ ୩ ଲକ୍ଷ ୨୦ ହଜାର ଲୋକେ ।

ଓଡିଶା ହିନ୍ଦୁ ଧର୍ମ ଦେବୋତ୍ତର ଆଇନ୍‌ରେ ସଂଶୋଧନ ହୋଇଛି ଗୋବର୍ଦ୍ଧନ ମଠ। ଏହି ଆଇନରେ ଆଉ ଆସିବ ନାହିଁ। ସେହିପରି ଅନ୍ୟ ଏକ ନିଷ୍ପତ୍ତିରେ ସାଧାରଣ ପ୍ରଶାସନ ବିଭାଗ ଅଧିନରେ ଥିବା ବେସାମରିକ ବିମାନ ଚଳାଚଳ ଶାଖା ପରିବହନ ବିଭାଗ ଅଧୀନରେ ରହିବ।

You might also like