କେନ୍ଦ୍ରୀୟ ନେତାଙ୍କୁ ହିସାବ ଦେଉଛନ୍ତି ରାଜ୍ୟ ନେତା
ରାଜ୍ୟ ବିଜେପି ବୈଠକ
ଭୁବନେଶ୍ୱର : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଦେଇଥିବା ଟାସ୍କ ରାଜ୍ୟରେ କେତେ ପୂରଣ କରିଛି ଦଳ ଏନେଇ ଅାଜି ରାଜ୍ୟ ବିଜେପି ପଦାଧିକାରୀଙ୍କ ବସିଛି ବୈଠକ। ଗତମାସ ୧ ତାରିଖରେ ଶାହ ଓଡିଶା ଅାସି ମିଶନ ୧୨୦ ପ୍ଲସ୍ ପାଇଁ କାର୍ଯ୍ୟକର୍ତ୍ତାଙ୍କୁ ଦେଇଥିଲେ ୩୦ଟି ଟାସ୍କ। ସେଥିରୁ ମାସେ ଭିତରେ କେତେ ପୂରଣ ହୋଇଛି ସେସବୁର ସମୀକ୍ଷା କରାଯାଉଛି।
ବିଜେପି ରାଷ୍ଟ୍ରୀୟ ସଙ୍ଗଠନ ସମ୍ପାଦକ ସୌଦାନ ସିଂ ଏହି ବୈଠକରେ ଯୋଗଦେଇଛନ୍ତି। ଗତ ମାସ ୧ ତାରିଖରେ ଓଡିଶା ଅାସି ଶାହ, ପଞ୍ଚାୟତ ପ୍ରମୁଖରୁ ଅାରମ୍ଭ କରି ବିସ୍ତାରକ ଓ କୋର ଟିମର ସଦସ୍ୟଙ୍କୁ ୩୦ ଟି ଟାସ୍କ ଦେଇଥିଲେ। ଯେଉଁଥିରେ ପ୍ରମୁଖ ଥିଲା ବୁଥ୍ରେ ବିଜେପିର ନୂଅା ସଦସ୍ୟ କରିବା ଓ ପୁରଣା ସଦସ୍ୟଙ୍କ ସହ ସଂପର୍କ ସ୍ଥାପନ କରିବା ଜଣେ କାର୍ଯ୍ୟକର୍ତ୍ତାଙ୍କୁ ୨ ଟି ବୁଥ୍ର ଦାୟିତ୍ୱ ଦିଅାଯାଇଥିଲା।
ଏଥି ସହିତ ୪-୫ ହଜାର ବୁଥ୍ କମିଟି ଗଠନ କରିବାକୁ ଶାହ ନିର୍ଦ୍ଦେଶ ଦେଇଥିଲେ। ପ୍ରତି ପଞ୍ଚାୟତରେ ପ୍ରସଙ୍ଗକୁ ନେଇ ଅାନ୍ଦୋଳନ କରିବାକୁ ମଧ୍ୟ କହିଥିଲେ ବିଜେପି କମାଣ୍ଡର। କେନ୍ଦ୍ରର ସଫଳ ଯୋଜନା ସହ ରାଜ୍ୟର ବିଫଳତା କଥାକୁ ବି ଘରେ ଘରେ ପହଁଞ୍ଚାଇବାକୁ ମିଳିଥିଲା ନିର୍ଦ୍ଦେଶ।