ଭୁବନେଶ୍ୱରରେ ରାଜ୍ୟ ବିଜେପି ଇସ୍ତାହାର କମିଟିର ୨ୟ ବୈଠକ ଅନୁଷ୍ଠିତ ହୋଇଛି। ଲୋକଙ୍କ ମତାମତ ସଂଗ୍ରହ ପାଇଁ ଏକ ଇସ୍ତାହାର ୱେବ୍ସାଇଟ୍ ଉନ୍ମୋଚିତ ହୋଇଛି।
ଏନେଇ ସୂଚନା ଦେଇଛନ୍ତି ଇସ୍ତାହାର କମିଟି ମୁଖ୍ୟ ବିଶ୍ୱଭୂଷଣ ହରିଚନ୍ଦନ। ଇସ୍ତାହାରରେ କୃଷି ଓ କୃଷକ, ଶିଳ୍ପ ଓ ଖାଦ୍ୟ ପ୍ରକ୍ରିୟାକରଣକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଏଥିସହ ସମବାୟ ଓ ଜଳସେଚନ କ୍ଷେତ୍ରକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି।
ଛୋଟ ଛୋଟ ଡ୍ୟାମ୍ ଗଢି ଜଳସେଚନ ଓ ବିଦ୍ୟୁତ୍ ଉତ୍ପାଦନ କରାଯିବ ବୋଲି କହିଛନ୍ତି ବିଶ୍ୱଭୂଷଣ। ତେବେ ଏ ଅବସରରେ ରାଜ୍ୟ ସରକାରଙ୍କ କାଳିଆ ଯୋଜନାକୁ ଟାର୍ଗେଟ କରିଛନ୍ତି ବିଶ୍ୱଭୂଷଣ ହରିଚନ୍ଦନ। କାଳିଆ ଯୋଜନାର କାର୍ଯ୍ୟକାରିତା ଉପରେ ସନ୍ଦେହ ପ୍ରକଟ କରିବା ସହ ଆଇନରେ ଭାଗଚାଷ ବେଆଇନ ବୋଲି କହିଛନ୍ତି ବିଶ୍ୱଭୂଷଣ।
ଭାଗଚାଷୀ କିପରି ସହାୟତା ପାଇବେ ବୋଲି ସେ ପ୍ରଶ୍ନ କରିଛନ୍ତି।
https://youtu.be/UjV9x_Lp5JM