ସ୍ଥିତି ଦେଖି କଣ୍ଟେନମେଣ୍ଟ୍‌ ଅଞ୍ଚଳ ଘୋଷଣା କରିବେ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନର

ସତର୍କତାର ସହ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରିବାକୁ ନିର୍ଦ୍ଦେଶ

  • ସତର୍କତାର ସହ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରିବାକୁ ନିର୍ଦ୍ଦେଶ
  • କଣ୍ଟେନମେଣ୍ଟ କରିପାରିବେ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର
  • ଟେଷ୍ଟିଂ, ଟ୍ରାକିଂ ଏବଂ ଟ୍ରିଟମେଣ୍ଟ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ
  • କଣ୍ଟେନମେଣ୍ଟ ଜୋନ୍‌ରୁ କେହି ବାହାରି ପାରିବେନି, ଘରକୁ ଘର ସର୍ଭେ ହେବ
  • ଯଥା ସମ୍ଭବ ଅଧିକ RTPCR ଟେଷ୍ଟ କରିବାକୁ ନିର୍ଦ୍ଦେଶ
  • ମାସ୍କ, ସାନିଟାଇଜର ବ୍ୟବହାର କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ
  • ସାମାଜିକ, ରାଜନୈତିକ ଓ ଧାର୍ମିକ ସମାବେଶରେ ସର୍ବାଧିକ ୨ଶହ ଲୋକଙ୍କୁ ଅନୁମତି

ଭୁବନେଶ୍ୱର: କରୋନାକୁ ନଜରରେ ରଖି ଏପ୍ରିଲ ମାସ ଲାଗି ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର। ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନିୟମ ଅନୁସାରେ, ଏହି ଗାଇଡ ଲାଇନ ଆଜିଠୁ ୩୦ ତାରିଖ ପର୍ଯ୍ୟନ୍ତ ଲାଗୁ ହେବ। ନୂଆ ଗାଇଡଲାଇନ ଏପ୍ରିଲ ୧ରୁ ୩୦ ପର୍ଯ୍ୟନ୍ତ ଲାଗୁ ହେବ ବୋଲି କହିଲେ SRC । ସତର୍କତାର ସହ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରିବାକୁ ନିର୍ଦ୍ଦେଶ ଦେବା ସହ କଣ୍ଟେନମେଣ୍ଟ କରିପାରିବେ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନର। କଣ୍ଟେନମେଣ୍ଟ ଜୋନରୁ କେହି ବାହାରି ପାରିବେନି, ଏହାସହ ଘରକୁ ଘର ସର୍ଭେ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। କେବଳ ଏତିକି ନୁହେଁ ବରଂ ଟେଷ୍ଟିଂ, ଟ୍ରାକିଂ ଏବଂ ଟ୍ରିଟମେଣ୍ଟ ଉପରେ ଗୁରୁତ୍ୱ ଦେବାକୁ ବି ନିର୍ଦ୍ଦେଶ ରହିଛି। ଏହାସହ ଯଥା ସମ୍ଭବ ଅଧିକ RTPCR ଟେଷ୍ଟ କରିବାକୁ ନିର୍ଦ୍ଦେଶରେ କୁହାଯାଇଛି। ମାସ୍କ, ସାନିଟାଇଜର ବ୍ୟବହାର କଡ଼ାକଡ଼ି କରିବାକୁ ବି ନିର୍ଦ୍ଦେଶ ଦିଆଯାଇଛି। ସାମାଜିକ, ରାଜନୈତିକ, ଧାର୍ମିକ ସମାବେଶରେ ସର୍ବାଧିକ ୨ଶହ ଲୋକଙ୍କୁ ଅନୁମତି ମିଳିବ ବୋଲି ସୂଚନା ମିଳିଛି।

 

You might also like