ଲକ୍‌ଡାଉନ୍‌: ନିୟମ ମାନି କାମ କରିବେ ଶ୍ରମିକ

ଭୁବନେଶ୍ୱର: ସରକାରୀ ଓ ବେସରକାରୀ ନିର୍ମାଣ ସ୍ଥାନରେ କୋଭିଡ୍-୧୯କୁ ରୋକିବା ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର ପାଳନ କରିବାକୁ ନିର୍ଦ୍ଦେଶ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଆଜି ଏହି ନିର୍ଦ୍ଦେଶନାମା ଜାରି ହୋଇଛି। ନିର୍ମାଣ କାର୍ଯ୍ୟରେ ଜଡ଼ିତ ଶ୍ରମିକ, ଟେକ୍ନିସିଆନ, ସୁପରଭାଇଜର ଏବଂ ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ଷେତ୍ରରେ ସାମାଜିକ ଦୂରତା ନିର୍ଦ୍ଦେଶାବଳୀଗୁଡିକ କଡ଼ାକଡ଼ି କାର୍ଯ୍ୟକାରୀ କରାଯିବ।

ସବୁ ବ୍ୟକ୍ତି ମାସ୍କ କିମ୍ବା ମୁହଁରେ ରୁମାଲ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଶ୍ରମିକମାନେ କାର୍ଯ୍ୟ କ୍ଷେତ୍ରରେ ଏକାଠି ବସିବାକୁ ଅନୁମତି ଦିଆଯିବ ନାହିଁ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି। ନିର୍ମାଣ ସଂସ୍ଥା ଦ୍ୱାରା କାର୍ଯ୍ୟସ୍ଥଳୀରେ ବାଲଟି, ମଗ, ସାବୁନ, ଟାୱେଲ ସହିତ ହାତ ଧୋଇବାର ବ୍ୟବସ୍ଥା କରାଯିବ।

କରୋନା ରୋକିବାକୁ କଣ କରାଯିବ ଏବଂ କଣ କରାଯିବ ନାହିଁ, ତାର ଏକ ପୋଷ୍ଟର କାର୍ଯ୍ୟସ୍ଥଳୀରେ ଲାଗିବ। ୬୦ ବର୍ଷରୁ ଅଧିକ ବୟସର ଶ୍ରମିକମାନଙ୍କୁ କାମ କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି ସ୍ପଷ୍ଟ ଭାବେ ଲେଖାଯାଇଛି।

You might also like