ଟ୍ରାନ୍ସଫର୍ମର ସହ ଜଳିଗଲେ ବିଦ୍ୟୁତ୍ କର୍ମଚାରୀ

ଝାରସୁଗୁଡ଼ା: ଟ୍ରାନ୍ସଫର୍ମରରେ ଫ୍ୟୁଜ୍‌ ବାନ୍ଧିବା ବେଳେ ନିଆଁ ଲାଗି ଜଣେ ବିଦ୍ୟୁତ୍ କର୍ମଚାରୀ ଟ୍ରାନ୍ସଫର୍ମର ସହ ଜଳି ଯାଇଛନ୍ତି। ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲିରେ ଏହି ଦୁଃଖଦ ଘଟଣା ଘଟିଛି।

ମୃତକଙ୍କ ନାଁ କାହ୍ନୁ ଚରଣ ସାହୁ। ତାଙ୍କ ଘର ଛତିଶଗଡ଼ ସରିଆ ଅଞ୍ଚଳରେ। ମୃତ କର୍ମଚାରୀ ଜଣଙ୍କ ଠିକାରେ କାମ କରୁଥିଲେ।

ମିଳିଥିବା ସୂଚନା ଅନୁସାରେ, କାହ୍ନୁ ଟ୍ରାନ୍ସଫର୍ମରରେ  ଫ୍ୟୁଜ୍‌ ବାନ୍ଧିବା ବେଳେ ହଠାତ୍ ବିଦ୍ୟୁତ୍ ଚାର୍ଜ ହୋଇଯାଇଥିଲା। ଫଳରେ ସେ ଟ୍ରାନ୍ସଫର୍ମର ସହ ଜଳି ଯାଇଥିଲେ।

ଫ୍ୟୁଜ୍‌ ବାନ୍ଧିବା ପୂର୍ବରୁ ସେ ପଞ୍ଚଗାଁ ସବ୍‌ଷ୍ଟେସନ୍‌ ଅଫିସ୍‌ରେ ଏନେଇ ଅବଗତ କରିଥିଲେ। ତେବେ କେହି ଜଣେ ବ୍ୟକ୍ତି ଟ୍ରାନ୍ସଫର୍ମରରେ ବିଦ୍ୟୁତ୍ ସଂଯୋଗ କରିଦେଇଥିଲେ। ଫଳରେ ଏହି ଅଘଟଣ ଘଟିଥିବା କୁହାଯାଉଛି।

ରେଙ୍ଗାଲି ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସେପଟେ କ୍ଷତିପୂରଣ ଦାବିରେ ପଞ୍ଚଗାଁରେ ଲୋକେ ରାସ୍ତା ଅବରୋଧ କରିଛନ୍ତି।

You might also like