୨୪ ଲକ୍ଷ ଟଙ୍କା ଲୁଟ୍‌, ନିଜେ ଲୁଟି ପୋଲିସ୍‌ ନିକଟରେ ଫେରାଦ ହେଲେ !

ରାୟଗଡ଼ା: ରାୟଗଡ଼ାରେ ୨୪ ଲକ୍ଷ ଟଙ୍କା ଲୁଟ୍‌ ଘଟଣାର ପର୍ଦ୍ଦାଫାସ୍‌ ହୋଇଛି। ଟଙ୍କା ଲୁଟ୍‌ ନେଇ ଅଭିଯୋଗ କରିଥିବା ବ୍ୟକ୍ତି ନିଜେ ହିଁ ଅଭିଯୁକ୍ତ ବୋଲି ତଦନ୍ତ ବେଳେ ରାୟଗଡ଼ା ପୋଲିସ୍‌ ଜାଣିବାକୁ ପାଇଛି। ଲୁଟ୍‌ ହୋଇଥିବା ୨୪ ଲକ୍ଷ ଟଙ୍କାକୁ ପୋଲିସ୍‌ ଜବତ କରିବା ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ୪ ଜଣଙ୍କୁ ଗିରଫ କରାଯାଇଛି।

ଗତ ୧୦ ତାରିଖରେ ଏକ ଘରୋଇ ଅର୍ଥ କାରବାର ସଂସ୍ଥାର କର୍ମଚାରୀଙ୍କୁ ମାରଣାସ୍ତ୍ର ଦେଖାଇ ୨୪ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଥିଲା। ତେବେ ଲୁଟ୍ ଘଟଣାର ମାଷ୍ଟର ମାଇଣ୍ଡ ନିଜେ ଅଭିଯୋଗ କରିଥିବା ବ୍ୟକ୍ତି ବୋଲି ପୋଲିସ୍‌ ତଦନ୍ତ ବେଳେ ଜାଣିବାକୁ ପାଇଥିଲା। ଜନଗହଳିପୂର୍ଣ୍ଣ ସ୍ଥାନରୁ ମାରଣାସ୍ତ୍ର ଦେଖାଇ ଲୁଟ୍‌ ଘଟଣାକୁ ପୋଲିସ୍‌ ସହଜରେ ଗ୍ରହଣ କରିପାରିନଥିଲା। ଏହାପରେ ତଦନ୍ତ ବେଳେ ସଂପୃକ୍ତ ଅଭିଯୋଗକାରୀଙ୍କୁ ପଚରାଉଚରା ବେଳେ ଶେଷରେ ସମ୍ପୃକ୍ତ ବ୍ୟକ୍ତି ଜଣକ ସତ ମାନିଥିଲେ।

ନିଜର ୩ଜଣ ସହଯୋଗୀଙ୍କ ସହ ମିଶି ସେ ଏହି ଲୁଟ୍‌ ନାଟକ କରିଥିବା ମାଷ୍ଟରମାଇଣ୍ଡ ତଥା ଲୁଟ ଅଭିଯୋଗ ଆଣିଥିବା ବ୍ୟକ୍ତି ସ୍ୱୀକାର କରିଛନ୍ତି। ଏହାପରେ ପୋଲିସ୍‌ ଟଙ୍କା ଜବତ କରିବା ସହ ସଂପୃକ୍ତ କର୍ମଚାରୀ ଓ ଲୁଟ୍‌ ପାଇଁ ତାଙ୍କୁ ସହାୟତା କରିଥିବା ଅନ୍ୟ ୩ ଜଣଙ୍କୁ ଗିରଫ କରିଛି।

You might also like