‘କାଳିଆ’ ଯୋଜନା ଫର୍ମ ବଣ୍ଟନ ବେଳେ ଛୁରାମାଡ଼

ଜଗତ୍‌ସିଂହପୁର : ‘କାଳିଆ’ ଯୋଜନା ପାଇଁ ଫର୍ମ ବଣ୍ଟନ ବେଳେ ଛୁରାମାଡ଼। ଜଗତ୍‌ସିଂହପୁର ଜିଲ୍ଲା ଏରସମା ବ୍ଲକ୍ ଗୋଡ଼ା ପଞ୍ଚାୟତରେ ଆଜି ଘଟିଛି ଏଭଳି ଅଘଟଣ। ଫର୍ମ ନେବାକୁ ଧାଡ଼ିରେ ଠିଆ ହୋଇଥିବା ଦୁଇ ଜଣ ଯୁବକଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା। ପରେ ଏହା ଉଗ୍ର ରୂପ ନେଇଥିଲା।

ଛୁରାମାଡ଼ରେ ବିଶ୍ୱନାଥପୁର ଗାଁର ଦିଗମ୍ବର ସ୍ୱାଇଁ ନାମକ ବ୍ୟକ୍ତି ଆହତ ହୋଇଛନ୍ତି, ପରେ ସେ ଏରସମା ଥାନାରେ ଏତଲା ଦେଇଛନ୍ତି।

ସେପଟେ ବାଲେଶ୍ୱରରେ ମଧ୍ୟ ଆଜି କାଳିଆ ଯୋଜନାରେ ଫର୍ମ ପାଇଁ ତୁମୁଳକାଣ୍ଡ ଦେଖିବାକୁ ମିଳିଛି। ସଦର ବ୍ଲକ୍‌ ଗୋପିନାଥପୁର ପଞ୍ଚାୟତ ଅଫିସରେ ଲୋକଙ୍କ ପ୍ରବଳ ଗହଳି ଲାଗିଥିଲା। ହେଲେ ଦିନ ୧୨ଟା ପର୍ଯ୍ୟନ୍ତ ନୋଡାଲ ଅଫିସର ନଆସିବାରୁ ଫର୍ମ ମିଳିନଥିଲା।

ପରେ ନୋଡାଲ ଅଫିସର ପହଞ୍ଚିବା ମାତ୍ରେ ତାଙ୍କୁ ଉତ୍ତ୍ୟକ୍ତ ଲୋକେ ଘେରି ଯାଇ ପାଟିତୁଣ୍ଡ କରିଥିଲେ। ଫର୍ମ ଦଳୀୟ ଲୋକଙ୍କୁ ଅଗ୍ରାଧିକାର ଭିତ୍ତିରେ ବଣ୍ଟନ କରାଯାଉଥିବା ଲୋକେ ଅଭିଯୋଗ କରିଛନ୍ତି। ତେବେ ନୋ଼ଡାଲ ଅଫିସର ଏହାକୁ ଅସ୍ୱୀକାର କରିଛନ୍ତି।

ଆହୁରି ପଢ଼ନ୍ତୁ

ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁଉଛି ବଙ୍ଗୋପସାଗରରେ ସୃଷ୍ଟ ଡିପ୍ରେସନ୍‌

ମାତ୍ର ୬ ମିନିଟ୍‌ରେ ନୟାପଲ୍ଲୀରୁ ଏୟାରପୋର୍ଟ ପହଞ୍ଚିଲା ଆମ୍ବୁଲାନ୍ସ

ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଡ୍ରୟର୍‌ରୁ ମିଳିଲା ଲକ୍ଷାଧିକ ଟଙ୍କା

ଦିନକରେ ଆଖି ବୁଜିଲେ ୧୮ କରୋନା ରୋଗୀ

ଓଡ଼ିଶାରେ ତଳ ମୁହାଁ କରୋନା ଗ୍ରାଫ୍‌, ଦିନକରେ ୧,୭୯୩ ପଜିଟିଭ୍‌ ଚିହ୍ନଟ

ମାଟ୍ରିକ୍‌ ସପ୍ଲିମେଣ୍ଟାରୀରେ ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ: ୩୦ ମାର୍କରୁ ମିଳିଲା ୪୨

ଜାହାଜରୁ ଖସି ପଡ଼ିଲେ ୩ ନାବିକ

ଆଜି ପବିତ୍ର ମହା ସପ୍ତମୀ; ଖାଁ ଖାଁ ଲାଗୁଛି ପୂଜା ମଣ୍ଡପ

ଜେଲ୍‌ ଗଲେ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ

ରାଜ୍ୟରେ ସୁସ୍ଥ ହେଲେ ଆଉ ୨୧୨୮ କରୋନା ଆକ୍ରାନ୍ତ

‘ପ୍ରତିଦିନ ହୋଲସେଲ୍ ଓ ଖୁଚୁରା ଦୋକାନ ଯାଞ୍ଚ କର’

ଏଣିକି ଯୋଗାଣ ବିଭାଗର ୪ ବ୍ୟବସ୍ଥା ଅନଲାଇନ୍‌

You might also like