ରାଜ୍ୟରେ ସମସ୍ତ ଡିଏଲ୍, ଲର୍ଣ୍ଣିଂ ଲାଇସେନ୍ସ ଟେଷ୍ଟ ସ୍ଥଗିତ

ଭୁବନେଶ୍ୱର: ରାଜ୍ୟରେ ବେକାବୁ କରୋନା। ଏଥିପାଇଁ ଗୋଟିଏ ପରେ ଗୋଟିଏ କଟକଣା ଜାରି ହେଉଛି। ଆସନ୍ତା ୨୨ ତାରିଖରୁ ସମସ୍ତ ଡ୍ରାଇଭିଂ ଲାଇସେନ୍ସ ଏବଂ ଲର୍ଣ୍ଣିଂ ଲାଇସେନ୍ସ ଟେଷ୍ଟ ସ୍ଥଗିତ କରାଯାଇଛି। କରୋନା ସଂକ୍ରମଣ ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଟେଷ୍ଟ ସ୍ଥଗିତ ରଖିଛନ୍ତି ରାଜ୍ୟ ପରିବହନ କର୍ତ୍ତୃପକ୍ଷ। ଅନ୍ୟାଦେଶ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶନାମା ବଳବତ୍ତର ନେଇ ସୂଚନା ଦିଆଯାଇଛି। ସମସ୍ତ RTOଙ୍କୁ ଏନେଇ ଫେସବୁକ୍ ଓ ଟ୍ୱିଟରରେ ସୂଚନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଲର୍ଣ୍ଣର୍ସ ଲାଇସେନ୍ସର ବୈଧତା ଅବଧି ଆଉ ୩ ମାସ ବଢାଇଥିଲେ ରାଜ୍ୟ ସରକାର। ବୈଧତା ଅବଧିକୁ ୨୦୨୧ ଜୁନ୍‌ ୩୦ ଯାଏଁ ବଢାଯାଇଥିଲେ। ପୂର୍ବରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଏହି ସମୟ ସୀମା ଥିଲା। କୋଭିଡ୍ କଟକଣା ଯୋଗୁଁ ଆରଟିଓରେ ସୀମିତ ସଂଖ୍ୟକ ଡିଏଲ୍ ଆବେଦନକାରୀଙ୍କ ସ୍ଲଟ୍ ବୁକିଂ ହେଉଥିଲା।
You might also like