ବଢ଼ିଲା ଲର୍ଣ୍ଣର୍ସ ଲାଇସେନ୍ସର ବୈଧତା ଅବଧି

ଭୁବନେଶ୍ୱର: ବଢ଼ିଲା ଲର୍ଣ୍ଣର୍ସ ଲାଇସେନ୍ସର ବୈଧତା ଅବଧି। ଲର୍ଣ୍ଣର୍ସ ଲାଇସେନ୍ସର ବୈଧତା ଅବଧି ଆଉ ୩ ମାସ ବଢାଇଲେ ରାଜ୍ୟ ସରକାର। ବୈଧତା ଅବଧିକୁ ୨୦୨୧ ଜୁନ୍‌ ୩୦ ଯାଏଁ ବଢାଯାଇଥିବା ଟ୍ୱିଟ ଯୋଗେ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଏହି ସମୟ ସୀମା ଥିଲା। କୋଭିଡ୍ କଟକଣା ଯୋଗୁଁ ଆରଟିଓରେ ସୀମିତ ସଂଖ୍ୟକ ଡିଏଲ୍ ଆବେଦନକାରୀଙ୍କ ସ୍ଲଟ୍ ବୁକିଂ ହେଉଛି। ତେଣୁ ଲର୍ଣ୍ଣର୍ସ ଲାଇସେନ୍ସ ଥିବା ଗାଡ଼ିଚାଳକ ଡିଏଲ୍ ଫାଇନାଲ୍ ଟେଷ୍ଟ୍ ପାଇଁ ସ୍ଲଟ୍ ବୁକିଂରେ ଅସୁବିଧା ଭୋଗୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

ସେହି ସମସ୍ୟା ଦେଖାଦେଇଥିବାରୁ ରାଜ୍ୟ ସରକାର ଆଗରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଓ ପରେ ଆଉ ୩ ମାସ ଅର୍ଥାତ୍ ମାର୍ଚ୍ଚ ୩୧ ଯାଏଁ ବଢାଇଥିଲେ। ତେବେ ଏହି ଅବଧି ପୂରିବାକୁ ଆଉ ୧୦ ଦିନ ବାକି ଥିବାବେଳେ ସରକାର ପୁଣି ଲର୍ଣ୍ଣିଂ ଲାଇସେନ୍ସ ବୈଧତାକୁ ବଢାଇଛନ୍ତି।

ଏଣିକି ଲର୍ଣ୍ଣର ଲାଇସେନ୍ସ ପାଇଁ ନିୟମ ଅଧିକ କଡ଼ାକଡ଼ି ସହ ବ୍ୟବସ୍ଥାରେ ସରଳୀକରଣ କରାଯାଇଛି। ଏହି ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ କରିବାକୁ ଲର୍ଣ୍ଣିଂ ଲାଇସେନ୍ସ ସେଣ୍ଟରରେ ଆଇପି କ୍ୟାମେରା ଲଗାଯାଇଛି। କ୍ୟାମେରାରେ ଉତ୍ତୋଳିତ ଭିଡିଓ ଫୁଟେଜକୁ କଟକ ସ୍ଥିତ ରାଜ୍ୟ ପରିବହନ କର୍ତ୍ତୃପକ୍ଷ STA ପରିଚାଳନା କରିବେ। ସେହିଭଳି ପରୀକ୍ଷାର ମାନ ବୃଦ୍ଧି ଲାଗି ପୂର୍ବରୁ ଥିବା ୧୦ ପ୍ରଶ୍ନ ବଦଳରେ ଏଣିକି ୨୦ ପ୍ରଶ୍ନର ଉତ୍ତର ଦେବାକୁ ପଡୁଛି।

RTOକୁ ପେପରଲେସ ପାଇଁ ମୋବାଇଲ ଆପ୍ ଜରିଆରେ ଏଣିକି ଲର୍ଣ୍ଣିଂ ଲାଇସେନ୍ସ ମିଳିପାରୁଛି। UMANG ଆପ୍ ଜରିଆରେ ଲର୍ଣ୍ଣିଂ ଲାଇସେନ୍ସ, ଦେଶରେ ପ୍ରଥମ। ଏହାସହ ଗାଡି ରେଜିଷ୍ଟ୍ରେସନ, ମାଲ ପରିବହନ ପରମିଟ ଆଦି ପେପରଲେସ୍ ହୋଇଛି। ଗାଡ଼ି ରେଜିଷ୍ଟ୍ରେସନ ନବୀକରଣ କିମ୍ବା ମାଲିକାନା ପରିବର୍ତ୍ତନ ବି ପେପରଲେସ୍ ହେବ। କେବଳ ସେତିକି ନୁହେଁ, ଯେକୌଣସି RTOରେ ନବୀକରଣ କିମ୍ବା ମାଲିକାନା ପରିବର୍ତ୍ତନ ହୋଇପାରିବ। ରେଜିଷ୍ଟ୍ରେସନ, ନବୀକରଣ, ପରିବହନ ପରମିଟ ପାଇଁ ଆଉ RTO ଯିବାକୁ ପଡ଼ିବନି।

You might also like