ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ୭୫ ମିଟର ଉଚ୍ଛେଦ ନେଇ ଆଜି ଆଲୋଚନା ଆରମ୍ଭ

ପୁରୀ  : ପୁରୀ ମେଘନାଦ ପାଚେରୀ ଉଚ୍ଛେଦ ପରେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ୭୫ ମିଟର ଉଚ୍ଛେଦ ନେଇ ଆଜି ଆଲୋଚନା ଆରମ୍ଭ ହେବ। ମଠ ଜାଗାରେ ଥିବା ଦୋକାନୀଙ୍କୁ ଉଚ୍ଛେଦ କରିବା ଲାଗି ନିଷ୍ପତ୍ତି ହୋଇଥିବା ବେଳେ ଆଜି ମଠ ମହନ୍ତଙ୍କୁ ଡାକି ଆଲୋଚନା କରିବେ ଅତିରିକ୍ତ ଜିଲ୍ଲାପାଳ।

ଲଙ୍ଗୁଳି ମଠ, ଏମ୍ଆର ମଠ ଓ ବଡ଼ଆଖଡ଼ା ମଠରେ ଥିବା ଦୋକାନୀଙ୍କୁ ଉଚ୍ଛେଦ ନେଇ ଆଲୋଚନା କରାଯିବ। ତେବେ ମଠର ଗାଦି ଜାଗା ରଖି ଦୋକାନ ଘର ଭଙ୍ଗାଯିବା ନେଇ ଆଜି ଆଲୋଚନା ହେବ। ଦୋକାନୀଙ୍କ ସହ ଏନେଇ ପୂର୍ବରୁ ଆଲୋଚନା ହୋଇଛି। ଦୋକାନୀମାନେ ସେମାନଙ୍କୁ ଥଇଥାନ ପାଇଁ ଜିଲ୍ଲା ପ୍ରଶାସନକୁ ଅଧିକ ସମୟ ମାଗିବେ ବୋଲି ଜଣାପଡିଛି।

You might also like