ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଶ୍ରୀମନ୍ଦିର ସେବାୟତଙ୍କୁ ଦିଆଯିବ ହୋମିଓପାଥି ଔଷଧ

ପୁରୀ: ଶ୍ରୀମନ୍ଦିର ସେବାୟତଙ୍କୁ ଦିଆଯିବ ହୋମିଓପାଥି ଔଷଧ। ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ହୋମିଓପାଥି ଔଷଧ ଦିଆଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଆସନ୍ତାକାଲିଠାରୁ ନୀଳାଦ୍ରି ଭକ୍ତ ନିବାସରେ  ଆୟୋଜିତ ଏକ ଶିବିର ଔଷଧ ବଣ୍ଟନ କରାଯିବାର କାର୍ଯ୍ୟକ୍ରମ ରହିଛି।

କରୋନା ସ୍ଥିତି ରାଜ୍ୟରେ ବୃଦ୍ଧି ପାଉଥିବାବେଳେ ରଥଯାତ୍ରା ହେବ କି ନାହିଁ ସ୍ଥିର ହୋଇନାହିଁ। ଏପରି ପରିସ୍ଥିତିରେ ସ୍ନାନଯାତ୍ରା ପରେ ଅଣସରରେ ଅଛନ୍ତି ଶ୍ରୀଜିଉ।

ଏହି ଅବସରରେ ସେବାୟତଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ହୋମିଓପାଥି ଔଷଧ ଦିଆଯିବାର ବ୍ୟବସ୍ଥା କରାଯାଇଛି।  ଆସନ୍ତାକାଲିଠାରୁ ଆରମ୍ଭ ହୋଇ ଆସନ୍ତା ୧୩ ତାରିଖ ଯାଏ ଚାଲିବ ଏହି ହୋମିଓପାଥି ଚିକିତ୍ସା ଶିବିର।  ଏହି ଔଷଧ ଦଇତାପତି, ପ୍ରତିହାରୀ, ସୁଆର, ପୂଜାପଣ୍ଡା, ଗରାବଡ଼ୁ ସେବକଙ୍କୁ ଦିଆଯିବ ।

୭୪ଜଣ ଦଇତାପତି ସେବାୟତଙ୍କୁ ଆସନ୍ତା ୯ ତାରିଖରେ ଏହି ଔଷଧ ଦିଆଯିବ। ସେହିପରି ୩୪୫ଜଣ ପ୍ରତିହାରୀ ସେବାୟତଙ୍କୁ ୧୦ ତାରିଖରେ, ୧୧ ତାରିଖରେ ୬୦୦ଜଣ ସୁଆର ଓ ମହାସୁଆର ସେବାୟତଙ୍କୁ ଏହି ଔଷଧ ଦିଆଯିବ।

ଅନ୍ୟପକ୍ଷେ ୧୫୪ଜଣ ପୂଜାପଣ୍ଡାଙ୍କୁ ୧୨ତାରିଖରେ,  ୩୪ଜଣ ଗରାବଡ଼ୁ ସେବକଙ୍କୁ ୧୩ତାରିଖରେ ଏହି ହୋମିଓପାଥି ଔଷଧ ଦିଆଯିବାର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ହୋମିଓପାଥି କର୍ତ୍ତୃପକ୍ଷଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଚିଠି ଲେଖିଛି।

ଆହୁରି ପଢ଼ନ୍ତୁ

ପ୍ରକାଶ ପାଇଲା OJEE ପରୀକ୍ଷା ସୂଚୀ

ଇନ୍‌ଫର୍ମର ସନ୍ଦେହରେ ଦୁଇ ଜଣଙ୍କୁ ହତ୍ୟା କଲେ ମାଓବାଦୀ

ରାଜଧାନୀରେ ଚାଞ୍ଚଲ୍ୟ: ଲୁଟେରା ଆକ୍ରମଣରେ ସ୍କୁଟିରୁ ଖସି ଯୁବତୀ ଗୁରୁତର

ବିଧାନସଭା ସମ୍ମୁଖରେ ମହିଳାଙ୍କ ବେକରେ ଛୁରୀ ଲଗାଇ ଯୁବକଙ୍କ ହାଇଡ୍ରାମା

ଦିନକରେ ଓଡ଼ିଶାରେ ୧୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

୨୪ ଘଣ୍ଟାରେ ଓଡ଼ିଶାରେ ୩,୬୧୫ କରୋନା ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୭୧

ଆଜିଠୁ ଖୋଲିଲା ଭିତରକନିକା

ନୂଆ ନିୟମ: ଆଉ ସାଙ୍ଗରେ ଆଣିବାକୁ ପଡ଼ିବନି DL

୬୦ ଟଙ୍କା ପାଇଁ ପାନ ଦୋକାନୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ବାଲେଶ୍ୱରରେ ସଟ୍‌ଡାଉନ୍ ନିଷ୍ପତ୍ତିକୁ ବିରୋଧ

କଟକ ଓ ଭୁବନେଶ୍ୱରରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ ସୂଚନା ଜାରି

ପ୍ରାଣୀ ଉଦ୍ୟାନ ଓ ଡିୟର୍ ପାର୍କ ଖୋଲିବାର ଗାଇଡ୍ ଲାଇନ ଜାରି କଲେ ରାଜ୍ୟ ସରକାର

You might also like