ଆଜି ଅଣସରଘରେ ଉଠି ବସିବେ ଶ୍ରୀଜିଉ

ପୁରୀ: ଆଜି ଶ୍ରୀଜିଉଙ୍କ ଚକାବିଜେ ନୀତି। ମହାସ୍ନାନ ସାରି ଅସୁସ୍ଥ ହୋଇ ପଡ଼ିଥିଲେ ବ୍ରହ୍ମାଣ୍ଡ ଠାକୁର।  ଅଣସରରେ ଶୋଇ ରହିଥିଲେ ଶ୍ରୀଜିଉ ।  ଫୁଲୁରି ତେଲ ଓ ଓଷୁଅ ଲାଗି ପରେ ଆଜି  ସାମାନ୍ୟ ସୁସ୍ଥ ହୋଇଛନ୍ତି ଠାକୁର। ଆଜି ପରେ ଉଠି ବସିବେ। ଅଣସର ଘରର ପୂର୍ବ ଭାଗରେ ଥିବା ତିନୋଟି ଚକାକୁ ସେବକମାନେ ଗଡାଇ ଗଡାଇ ଆଣିବେ। ତାରି ଉପରେ ବସିବେ ତିନି ଠାକୁର।

ବ୍ରହ୍ମାଣ୍ଡକର୍ତ୍ତା, ଦାରୁବ୍ରହ୍ମଙ୍କ ଶରୀର ସଂପୂର୍ଣ୍ଣ ସସ୍ଥ ପାଇଁ ରାଜବୈଦଙ୍କ ଦ୍ୱାରା ଦଶମୂଳ ମୋଦକ ପ୍ରସ୍ତୃତ କରାଯାଇଛି । ଏହାକୁ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ପ୍ରଦାନ କରିଛନ୍ତି ରାଜବୈଦ୍ୟ। ଶାଳପର୍ଣ୍ଣି, ଗମ୍ଭାରୀ, ଫଣଫଣା, କୃଷ୍ଣପର୍ଣ୍ଣି, ବେଲ, ଅଗବଥ, ଗୋଖରା, ନବାଙ୍କଡି ଆଦିକୁ ଚୁର୍ଣ୍ଣ କରି ସେଥିରେ ଖୁଆ, ଘିଅ, ମହୁ, ଭାଙ୍ଗ, ନବାତରେ ଗୋଳେଇ ମୋଦକ ପ୍ରସ୍ତୃତ କରଯାଇଛିା

ଗଜପତିଙ୍କ ନିର୍ଦ୍ଦେଶ ଅନୁସାରେ ତୁରନ୍ତ ଚତୁର୍ଦ୍ଧାମୂର୍ତ୍ତିଙ୍କ ଶରୀର ସୁସ୍ଥ ପାଇଁ ଦଶମୂଳ ମୋଦକ ପ୍ରସ୍ତୃତ କରାଯାଇଛି। ଅଣବସର ଗୃହରେ ଦଇତାପତି ସେବକମାନେ କରୁଛନ୍ତି ଗୁପ୍ତ ସେବା।  ଦଶମୀରେ ବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ମୋଦକ ଏକାଦଶୀରେ ସେବନ କରିବେ। ଆଉ ସଂପୂର୍ଣ୍ଣ ସୁସ୍ଥ ହେବେ ଚତର୍ଦ୍ଧାମୂରତି।

ଦୁଇଦିନ ଧରି ଦଶମୀ ରହିଥିବାରୁ ଗତକାଲି ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୃତ ଦଶମୂଳମୋଦକ ଶ୍ରୀମନ୍ଦିରକୁ ଆସିଛି ଆସନ୍ତାକାଲି ଦଶମୂଳ ମୋଦକ ପ୍ରଦାନ କରାଯିବ ଏବଂ ମହାପ୍ରଭୁ ସୁସ୍ଥ ହେବେ।

ଆହୁରି ପଢ଼ନ୍ତୁ

ପୁରୀରେ ୨ ଛଦ୍ମବେଶୀ ସେବାୟତ ଅଟକ

ଆଡ଼ପ ମଣ୍ଡପକୁ ବିଜେ କଲେ ତିନି ଠାକୁର

ରଥଯାତ୍ରାରେ ସାମିଲ ୫ ହଜାର ବ୍ୟକ୍ତିଙ୍କର କୋଭିଡ୍ ଟେଷ୍ଟ ହେବ

ରଥଯାତ୍ରା 2020: ବଡଦାଣ୍ଡରେ ଗଡ଼ିଲା ତାଳଧ୍ୱଜ

ରଥଯାତ୍ରା 2020: ରଥ ଉପରେ ତିନି ଠାକୁର..ଅପେକ୍ଷା ଗଜପତିଙ୍କୁ…

ରଥଯାତ୍ରା 2020:ପହଣ୍ଡି ବେଳେ ଏମିତି ଦିଶୁଛନ୍ତି ବଡ଼ଠାକୁର, ଭିଡିଓ ଦେଖି ବିହ୍ୱଳ ଭକ୍ତ

ରଥଯାତ୍ରା 2020:ସୁପ୍ରିମକୋର୍ଟଙ୍କ ଏହିସବୁ ସର୍ତ୍ତାବଳୀ ଭିତରେ ଚାଲିଛି ପୁରୀ ରଥଯାତ୍ରା

ରଥଯାତ୍ରା 2020: ଆରମ୍ଭ ହେଲା ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ

ରଥଯାତ୍ରା 2020: ଆଜି ଘୋଷଯାତ୍ରା- ଭାଇଭଉଣୀଙ୍କୁ ଧରି ଗୁଣ୍ଡିଚା ଘର ଯିବେ ଜଗତର ନାଥ

ରଥଯାତ୍ରା 2020:ଘୋଷଯାତ୍ରା ପାଇଁ ନୀତି ନିର୍ଘଣ୍ଟ- ଜାଣନ୍ତୁ, ପହଣ୍ଡି ଆରମ୍ଭର ସମୟ

ବଡଦାଣ୍ଡରେ ଗଡ଼ିବ ନନ୍ଦିଘୋଷ, ଅନୁମତି ଦେଲେ ସୁପ୍ରିମକୋର୍ଟ

ରଥଯାତ୍ରା ବନ୍ଦ ପାଇଁ ଆବେଦନ କରିଥିବା ବ୍ୟକ୍ତିଙ୍କ ଘର ଉପରକୁ ଅଣ୍ଡା ମାଡ଼

You might also like