ଶ୍ରୀମନ୍ଦିର ସଂସ୍କାର ନେଇ ୧୨ ସୂତ୍ରୀ ପ୍ରସ୍ତାବରେ କାହିଁକି ଅସହମତି

ଶଙ୍କରାଚାର୍ଯ୍ୟଙ୍କ ମତ ନେଲେ ଅାମିକସ୍‌କ୍ୟୁରୀ

ପୁରୀ : ସୁପ୍ରିମକୋର୍ଟଙ୍କ ୧୨ ସୂତ୍ରୀ ସଂସ୍କାର ମୂଳକ ପ୍ରସ୍ତାବ କାର୍ଯ୍ୟକାରୀ କରିବାରେ କେଉଁଠି ରହୁଛି ଅସୁବିଧା ? କାହିଁକି ୧, ୨ ଓ ୧୨ ନମ୍ବର ପ୍ରସ୍ତାବ ଉପରେ ହୋଇପାରୁନି ସହମତି ? ଜାଣିବାକୁ ଅାଜି ଦିନ ତମାମ ମାରାଥନ୍ ଅାଲୋଚନା କରି ତଥ୍ୟ ସଂଗ୍ରହ କରିଛନ୍ତି ଅାମିକସ୍‌କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ୍।

ଅାଜି ଭୋରରେ ପ୍ରଥମେ ସେବାୟତଙ୍କ ଅଗୋଚରରେ ଜଗନ୍ନାଥ ଦର୍ଶନ କରିଥିଲେ ସୁବ୍ରମଣ୍ୟମ୍।  ତାପରେ ଶ୍ରୀମନ୍ଦିର ପ୍ରଶାସନ ଅଫିସ୍‌ରେ ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଭେଟି ଅାଲୋଚନା କରିଥିଲେ। ପରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଥିଲେ ଅାମିକସ୍‌କ୍ୟୁରୀ। ସୁପ୍ରିମକୋର୍ଟଙ୍କ ସମସ୍ତ ପ୍ରସ୍ତାବ କିଭଳି ଗ୍ରହଣୀୟ ହେବ ସେ ନେଇ ରୁଦ୍ଧଦ୍ୱାର ପରାମର୍ଶ ଲୋଡ଼ିଥିଲେ।

ପରେ ରାଜ୍ୟ ସରକାରଙ୍କ ୩ ଜଣିଅା ସଂସ୍କାର କମିଟି ଓ ପୁରୀ ଜିଲ୍ଲା ଜଜ୍‌ଙ୍କୁ ଭେଟି ମଧ୍ୟ ଅାଲୋଚନା କରିଥିଲେ ସୁବ୍ରମଣ୍ୟମ୍। ଅାସନ୍ତାକାଲି ସେ ଗଜପତି ମହାରାଜା, ଛତିଶା ନିଯୋଗ ଓ ସ୍ଥାନୀୟ ଲୋକ ପ୍ରତିନିଧିଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି।

ଗୋଟିଏ ପଟେ ଶ୍ରୀମନ୍ଦିର ସଂସ୍କାର ନେଇ ଅାମିକସ୍‌କ୍ୟୁରୀଙ୍କ ମାରାଥନ୍ ଅାଲୋଚନା ଚାଲିଥିବାବେଳେ ଅନ୍ୟପଟେ ଅାନନ୍ଦ ବଜାରରେ ଅାଜି ଲାଗିଥିଲା ଅବଢ଼ା ରେଟ୍ ଚାର୍ଟ।  ୭୦, ୮୦ ଓ ୧୨୦ ଟଙ୍କା ଦରରେ ୩ ପ୍ରକାର ଅବଢ଼ା ଥାଳି ସହ ବିଭିନ୍ନ ପ୍ରକାର ବ୍ୟଞ୍ଜନ କୁଡୁଅାର ବି ଦର ତାଲିକା ଲାଗିଥିଲା। ତେବେ କିଏ ଲଗାଇଛି ଏଭଳି ରେଟ୍‌ଚାର୍ଟ ? ପ୍ରଶ୍ନରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ସୁଅାର ନିଯୋଗ ସଭାପତି, ଉଭୟେ ଏ ନେଇ କିଛି ଜାଣିନଥିବା କହିବା ପରେ ଦ୍ୱନ୍ଦ୍ୱରେ ପଡିଥିଲେ ଭକ୍ତ।

ବିଭିନ୍ନ ପକ୍ଷଙ୍କ ସହ ଅାଲୋଚନା ଓ ପରାମର୍ଶ ପରେ ସୁପ୍ରିମକୋର୍ଟଙ୍କୁ କି ରିପୋର୍ଟ ଦେବେ ଅାମିକସ୍‌କ୍ୟୁରୀ। ତାହା ଅାସନ୍ତା ଅକ୍ଟୋବର ୨୩ରେ ଶୁଣାଣି ବେଳେ ସ୍ପଷ୍ଟ ହେବ।

You might also like