• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ପୁରୀ: ୟୁନିୟନ୍‌ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ରହିବନି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା। ଏମିତି ସୂଚନା ଦେଇଛି ପ୍ରଶାସନ। ୟେସ ବ୍ୟାଙ୍କ ଦେବାଳିଆ ହେବା ପରେ ଜଗା ଟଙ୍କାକୁ ନେଇ ରାଜ୍ୟବାସୀ ଉଦ୍‌ବେଗ  ପ୍ରକାଶ କରିଥିଲେ। ଏହାକୁ ନେଇ ବହୁତ ତୁମ୍ଭିତୋଫାନ ହେବା ପରେ ଶେଷରେ  ମହାପ୍ରଭୁଙ୍କ ଟଙ୍କା ୟୁନିୟନ୍‌ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ରହିବ ବୋଲି  ନିଷ୍ପତ୍ତି ହୋଇଥିବା ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ସୂଚନା ଦେଇଥିଲେ ।

ହେଲେ ଏବେ ଏହି ନିଷ୍ପତ୍ତି ବଦଳି ଯାଇଛି।  ୟୁନିୟନ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା ରହିବା ନିଷ୍ପତ୍ତି ରଦ୍ଦ କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ଏପରିକି ଗତ ୧୮ ତାରିଖରେ ହୋଇଥିବା ଏହି ଟେଣ୍ଡରକୁ ମଧ୍ୟ ପ୍ରଶାସନ ବାତିଲ କରି ଦେଇଛି। ଏ ନେଇ ଟେଣ୍ଡରରେ ଭାଗ ନେଇଥିବା ସମସ୍ତ ବ୍ୟାଙ୍କକୁ ଚିଠି କରି ଅବଗତ କରାଇଛି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସନ।

ଏଥିସହ ପୁରୁଣା ଟେଣ୍ଡର ବାତିଲ ସହ ପୁନଃ ଟେଣ୍ଡର ଆହ୍ୱାନ କରାଯାଇଛି । ୨୬ ତାରିଖ ଦିନ ୧୧ଟା ସୁଦ୍ଧା ଟେଣ୍ଡର ପକାଇବାକୁ ଆହ୍ୱାନ  କରାଯାଇଛି । ୩ ବର୍ଷ ପାଇଁ ଟେଣ୍ଡର ନକରି ବର୍ଷିକିଆ ସ୍ଥାୟୀ ଜମା ପାଇଁ ଏହି ଟେଣ୍ଡର ଆହ୍ୱାନ କରାଯାଇଛି ।

ସୂଚନାଥାଉ କି, ଏହା ପୂର୍ବରୁ ଜଗନ୍ନାଥଙ୍କ ଟଙ୍କା ନେଇ ଗତ ୧୮ ତାରିଖରେ ଟେଣ୍ଡର ହୋଇଥିଲା । ୟୁନିୟନ ବ୍ୟାଙ୍କ ସର୍ବାଧିକ ୫ ଦଶମିକ ୭୫ ପ୍ରତିଶତ ସୁଧ ଅଫର୍ ଦେଇ ବିଡ୍ ଜିତିଥିଲା।   ତେବେ ଶ୍ରୀଜଗନ୍ନାଥଙ୍କ ଟଙ୍କା ଜମା ଟେଣ୍ଡର ବାତିଲ ନେଇ ଶ୍ରୀମନ୍ଦିର ପ୍ରଶାସନର ପ୍ରତିକ୍ରିୟା ମିଳିପାରିନି।

ଏଠି କହିରଖିବୁ, ଇ-ଟ୍ରାନ୍ସଫର ମାଧ୍ୟମରେ ୟେସ୍ ବ୍ୟାଙ୍କରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ୩୯୭ କୋଟି ୨୩ ଲକ୍ଷ ୨୭ ହଜାର ୬୩୬ ଟଙ୍କା SBIର ପୁରୀ ମୁଖ୍ୟ ଶାଖାକୁ ଟ୍ରାନ୍ସଫର ହୋଇଥିଲା।

Srimandir-fund-quotation-cancelled-1
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories