ଆଜି ବହୁ ପୁରାତନ ଏମ୍ଆର ମଠ ଭଙ୍ଗା ପ୍ରକ୍ରିୟା ଆରମ୍ଭ

ପୁରୀ : ଜାରି ରହିଛି ଶ୍ରୀମନ୍ଦିର ଚାରିପାଖ ୭୫ ମିଟର ଉଚ୍ଛେଦ ପ୍ରକ୍ରିୟା। ଗତକାଲି ଲଙ୍ଗୁଳି ମଠ ଧରାଶାୟୀ କରାଯିବା ପରେ ଆଜି ବହୁ ପୁରାତନ ଏମ୍ଆର ମଠ ଭଙ୍ଗା ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମେ ମଠ ଭିତରେ ରହିଥିବା ଆସବାବପତ୍ର ସମେତ ରଘୁନନ୍ଦନ ଲାଇବ୍ରେରୀର ସମସ୍ତ ସାମଗ୍ରୀକୁ କଢ଼ା ଯାଇ ସ୍ଥାନାନ୍ତର କରାଯାଉଛି। ଏହାପରେ ମଠକୁ ଭଙ୍ଗାଯିବ।  ଏମଆର ମଠ ସହ ଆହୁରି ୭ଟି ପୁରୁଣା ମଠ ଭଙ୍ଗାଯିବାକୁ ପ୍ରସ୍ତୁତି ବି ଆରମ୍ଭ ହୋଇଛି। ତା ପୂର୍ବରୁ ସ୍ୱତନ୍ତ୍ର ଟିମ୍ ଦ୍ୱାରା ମାପଚୁପ କରାଯାଇଛି।

ମେଘନାଦ ପାଚେରି ସଂଲଗ୍ନ ୭୫ ମିଟର ପରିସରରେ ଥିବା ସମସ୍ତ ଘର, ଦୋକାନ ଓ ବ୍ୟାବସାୟିକ ପ୍ରତିଷ୍ଠାନଗୁଡିକୁ ଚିହ୍ନଟ କରି ତାଲିକା ପ୍ରସ୍ତୁତ କରାଯାଇ ଉଚ୍ଛେଦ ଚାଲିବ। ଯେଉଁମାନଙ୍କ ଦୋକାନ ଉଚ୍ଛେଦ କରାଯିବ ସେମାନଙ୍କୁ ଜଗନ୍ନାଥ ବଲ୍ଲଭ ମଠରେ ଥିବା ୩୧ଟି ଦୋକାନ ଘର ଓ ହବିଷ୍ୟାଳି ଶିବିର ତଳେ ଥଇଥାନ କରାଯିବ। ଏଥିସହ ଅନ୍ୟ ଜାଗାରେ ଦୋକାନ କଲେ ସେମାନଙ୍କୁ ଦେୟ ଦିଆଯିବ।

ସେହିପରି ପଶ୍ଚିମ ଓ ଉତ୍ତରଦ୍ୱାରରେ ଥିବା ସମସ୍ତ କମର୍ସିଆଲ ହାଉସ ଯଥା ଲଜିଂ, ଗେଷ୍ଟହାଉସ୍, ଆଶ୍ରମ, ହୋଟେଲଗୁଡିକୁ ଉଚ୍ଛେଦ କରିବା ପରେ ସେମାନଙ୍କୁ ବଡ଼ଦାଣ୍ଡରେ ଥିବା ମନ୍ଦିର ଜାଗା କିମ୍ବା ଜିଲ୍ଲା ପ୍ରଶାସନ ଜାଗାକୁ ସ୍ଥାନାନ୍ତର କରାଯିବ।  ଶ୍ରୀମନ୍ଦିର ମେଘନାଥ ପାଚେରୀ ଚତୁଃପାର୍ଶ୍ୱରେ ପାଖାପାଖି ଆକଳନ କରାଯାଇଥିବା ୧୭୨ଟି ଘର ଉଚ୍ଛେଦ ହେବା ପରେ ସେମାନଙ୍କୁ ମହିପ୍ରକାଶ ମଠ, ଗୋପାଳ ତୀର୍ଥ ମଠ ମାନଙ୍କରେ ରହିବା ପାଇଁ ଜାଗା ଦିଆଯିବ।

ସେପଟେ ୭୫ମିଟର ପରିଧି ମଧ୍ୟରେ ଆସୁଥିବା ସମସ୍ତ ମଠର ମନ୍ଦିର ଓ ଗାଦି ଘରକୁ ଉଚ୍ଛେଦ କରାଯିବ ନାହିଁ। ୭୫ମିଟର ବାହାରେ ଥିବା ମନ୍ଦିର ଜମି ଓ ପ୍ରଶାସନ ଜାଗାରେ ମଠର ମହନ୍ତ, କର୍ମଚାରୀ ଓ ପ୍ରାର୍ଥନା ଗୃହ ନିମନ୍ତେ ତିନୋଟି ଗୃହ ଯୋଗାଇ ଦିଆଯିବ।

ଆହୁରି ପଢ଼ନ୍ତୁ

ଓଡ଼ିଶାରେ କରୋନା ଟିକା ମାଗଣାରେ ଦିଆଯିବ କି? ରଣେନ୍ଦ୍ରଙ୍କ ପ୍ରଶ୍ନର ଜବାବ ରଖିଲା ବିଜେପି

ବିଶ୍ୱାସରେ ବିଷ ଦେଇଦେଲେ ସାଙ୍ଗ !

ଥାନା ଅଧିକାରିଣୀଙ୍କ ଶୁଭେଚ୍ଛା ବିଜ୍ଞାପନରେ ବିଧାୟକଙ୍କ ଫଟୋ ଓ ଦଳୀୟ ଚିହ୍ନ

‘ଓଡ଼ିଶା ଲୋକଙ୍କୁ ମାଗଣା ଟିକା ପାଇଁ କଥାଦେବାକୁ ପଛଘୁଞ୍ଚା କାହିଁକି?’

କୋରାପୁଟରେ ମାଓ ବିରୋଧୀ ପୋଷ୍ଟର

ରାସ୍ତାରୁ ଉଠୁ ନାହାନ୍ତି ମହିଳା

ବରମୁଣ୍ଡା ବ୍ରିଜ୍‌ ତଳୁ ମିଳିଲା ଯୁବକଙ୍କ କ୍ଷତାକ୍ତ ମୃତଦେହ

୨୯ରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା

ଓଡ଼ିଶାରେ କରୋନା ସ୍ଥିତି: ଆଖି ବୁଜିଲେ ଆଉ ୧୬ କରୋନା ଆକ୍ରାନ୍ତ

ଦିନକରେ ଓଡ଼ିଶାରେ ୧,୬୩୩ କରୋନା ପଜିଟିଭ୍‌‌ ଚିହ୍ନଟ

ଟ୍ରକ୍‌କୁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ୨ ଜୀବନ

ନିଖୋଜ ହୋଇଥିବା ବୀରମିତ୍ରପୁର ଥାନା ଦୁଷ୍କର୍ମ ପୀଡ଼ିତା ଉଦ୍ଧାର

You might also like