ତେଜିଲା ଶ୍ରୀକାନ୍ତ – ନିରଞ୍ଜନ କଳି

ଖଣି ଦୁର୍ନୀତି ଓ ପରିବାରବାଦ ଅଭିଯୋଗ ଜବାବରେ ନିରଞ୍ଜନ କହିଲେ ଗପ କହନ୍ତି ଶ୍ରୀକାନ୍ତ

ଭୁବନେଶ୍ୱର : ତେଜିଲା ଶ୍ରୀକାନ୍ତ- ନିରଞ୍ଜନ କଳି। ପରିବାରବାଦ୍ ଓ ଖଣି ଦୁର୍ନୀତି ଅଭିଯୋଗ ଆଣି ଗତକାଲି ନିରଞ୍ଜନଙ୍କୁ ଟାର୍ଗେଟ କରିଥିଲେ ବରିଷ୍ଠ ନେତା ଶ୍ରୀକାନ୍ତ ଜେନା। ଆଉ ଆଜି ଏହାର ଜବାବ ଦେଇଥିଲେ ନିରଞ୍ଜନ। ଶ୍ରୀକାନ୍ତ ଏମିତି ଗପ କହନ୍ତି ବୋଲି ନିରଞ୍ଜନ କହିଥିଲେ। ଶ୍ରୀକାନ୍ତଙ୍କୁ ଇତିହାସ ମନେପକେଇ ଦେବା ସହ ସେ ବିଜୁ ବାବୁଙ୍କୁ ମଧ୍ୟ ଛାଡିନଥିବା କହିଛନ୍ତି।

ଅନ୍ୟପକ୍ଷରେ ଦଳ ଯଦି ତାଙ୍କ କଥା ଅନୁସରଣ ନ କରେ ତେବେ ରାଜ୍ୟ କଂଗ୍ରେସ ପଙ୍ଗୁ ହୋଇଯିବ ବୋଲି ଶ୍ରୀକାନ୍ତ ଚେତାବନୀ ଦେଇଥିଲେ। ଏହାର ଜବାବ ରଖିବାକୁ ଯାଇ ନିରଞ୍ଜନ କହିଛନ୍ତି ଦଳରେ ସ୍ୱଚ୍ଛତା ଅଛି ନା ନାହିଁ, ଶ୍ରୀକାନ୍ତ ଠିକ୍ ସମୟରେ ତାର ପ୍ରମାଣ ପାଇବେ।

ନିରଞ୍ଜନଙ୍କ କଟାକ୍ଷ ପରେ ଆଜି ପୁଣି ମୁହଁ ଖୋଲିଛନ୍ତି ଶ୍ରୀକାନ୍ତ। ଗପ କହିବାକୁ ହେଲେ ବି ଅଭ୍ୟାସ ଦରକାର ବୋଲି ସେ ପାଲଟା ଜବାବ ଦେଇଛନ୍ତି। ଏପଟେ ଶ୍ରୀକାନ୍ତ-ନିରଞ୍ଜନ କଳିରେ ଏଣ୍ଟ୍ରି ମାରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି  ଓ ବିଧାୟକ ପଦରୁ ଇସ୍ତଫା ଦେଇଥିବା କୃଷ୍ଣ ସଗରିଆ।

ଶ୍ରୀକାନ୍ତଙ୍କ ଆଚରଣ ଦଳକୁ କ୍ଷତି ପହଞ୍ଚାଇଥିବା ତାରା କହିଛନ୍ତି। ଅନ୍ୟପକ୍ଷରେ ତାଙ୍କ କାମ ଯଦି ଦଳ ବିରୋଧୀ, ତାହେଲେ ତାଙ୍କୁ କିଛି କହିବାର ନାହିଁ ବୋଲି କହିଛନ୍ତି କୃଷ୍ଣ।

ନିର୍ବାଚନ ଯେତିକି ପାଖକୁ ଆସୁଛି ରାଜ୍ୟ କଂଗ୍ରେସରେ ଗୋଷ୍ଠୀ କନ୍ଦଳ ସେତିକି ତୀବ୍ର ହେଉଛି। ଏଭଳି ସ୍ଥିତିରେ ବିଜେଡି ଓ ବିଜେପିକୁ ଚ୍ୟାଲେଞ୍ଜ ଦେବା ଲାଗି ଦଳ ସଂଗଠନକୁ ମଜଭୁତ କରିବା ଲାଗି ଆଗକୁ କି କାର୍ଯ୍ୟପନ୍ଥା ଗ୍ରହଣ କରୁଛି ତା ଉପରେ ନଜର।

You might also like