ଆପ୍‌ରେ ଯୋଗଦାନ ଚର୍ଚ୍ଚାକୁ ଶ୍ରୀକାନ୍ତଙ୍କ ଖଣ୍ଡନ

ଭୁବନେଶ୍ୱର : ଆମ୍ ଆଦ୍‌ମୀ ପାର୍ଟିରେ ଯୋଗ ଦେବେ ନାହିଁ କି ଆସନ୍ତା ସାଧାରଣ ନିର୍ବାଚନ ଲଢ଼ିବେ ନାହିଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା। ସେ କହିଛନ୍ତି, ସାମାଜିକ ନ୍ୟାୟ ଅଭିଯାନରେ ସାମିଲ ଥିବା ଲୋକ, ଯେଉଁମାନେ ନିର୍ବାଚନରେ ପ୍ରାର୍ଥୀ ହେବେ, ସେମାନଙ୍କ ପାଇଁ ପ୍ରଚାର କରିବେ।

ଆସନ୍ତା ୩୧ ତାରିଖରେ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ସାମାଜିକ ନ୍ୟାୟ ଅଭିଯାନ ପକ୍ଷରୁ ଏକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଏଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦ୍‌ମୀ ପାର୍ଟି ନେତା ଅରବିନ୍ଦ କେଜ୍ରିୱାଲଙ୍କ ସହ ଶ୍ରୀକାନ୍ତ ଓ କଂଗ୍ରେସରୁ ବହିଷ୍କୃତ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଏହି ଆଧାରରେ ଶ୍ରୀକାନ୍ତ ଆମ୍ ଆଦ୍‌ମୀ ପାର୍ଟିରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଥିଲା। ତେବେ ସେ ଏହାକୁ ଖଣ୍ଡନ କରିଛନ୍ତି।

 

You might also like