ଶ୍ରୀମନ୍ଦିର ସଂସ୍କାର ବୈଠକ

ଚଳିତମାସ ଶେଷରେ କୋର୍ଟରେ ସତ୍ୟପାଠ ଦାଖଲ କରିବ ପ୍ରଶାସନ

ପୁରୀ : ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କିଭଳି କାର୍ଯ୍ୟକାରୀ ହେବ ସେନେଇ ଶ୍ରୀମନ୍ଦିର ପ୍ରଶାସନ ଓ ବିଭିନ୍ନ ନିଯୋଗ ସହ ଅାଲୋଚନା ହୋଇଛି। କୋର୍ଟ ୧୨ଟି ପ୍ରସ୍ତାବ ଦେଇଥିବା ବେଳେ ସେଗୁଡ଼ିକ ମଧ୍ୟରୁ ଯେଉଁଗୁଡ଼ିକ ତୁରନ୍ତ ଲାଗୁ କରାଯାଇ ପାରିବ ସେନେଇ ଅାଲୋଚନା କରାଯାଇଛି।

ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ ଦିଅାଯାଇଛି। ସୁପ୍ରିମ୍‌କୋର୍ଟଙ୍କ ୪ଟି ନିର୍ଦ୍ଦେଶାବଳୀ ଉପରେ ଅାଲୋଚନା କରିଛି ପ୍ରଶାସନ। ତେବେ ବଂଶଗତ ସେବା ଉଚ୍ଛେଦ ପ୍ରସ୍ତାବ ପ୍ରସଙ୍ଗରେ ଏହି ବୈଠକରେ ଅାଲୋଚନା ହୋଇନାହିଁ। ଶୃଙ୍ଖଳିତ ଦର୍ଶନ, ଉଚିତ୍ ମୂଲ୍ୟରେ ମହାପ୍ରସାଦ ଯୋଗାଇବାକୁ ନିଷ୍ପତ୍ତି ହୋଇଛି। ରୋଷଘର ଚୁଲିର ହିସାବ ନେଇ ମଧ୍ୟ ଅାଲୋଚନା ହୋଇଛି।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ନେଇ ଚଳିତମାସ ଶେଷ ସୁଦ୍ଧା ପ୍ରଶାସନ କୋର୍ଟରେ ସତ୍ୟପାଠ ଦାଖଲ କରିବ।

You might also like