ବିଧାନସଭାରେ ଶ୍ରୀମନ୍ଦିର ପରିକ୍ରମା ସଂକଳ୍ପ ପାରିତ

ଭୁବନେଶ୍ୱର: ବିଧାନସଭାରେ ଶ୍ରୀମନ୍ଦିର ପରିକ୍ରମା ସଂକଳ୍ପ ପାରିତ ହୋଇଛି। ବାଚନିକ ଭୋଟରେ ସଂକଳ୍ପ ପାରିତ ନେଇ ବାଚସ୍ପତିଙ୍କ ଘୋଷଣା କରିଛନ୍ତି। ସଂକଳ୍ପ ଆଗତ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିବୃତି ରଖିଥିଲେ। ପରିକ୍ରମା ଯୋଜନା ପାଇଁ ୩ଟି ବିଷୟରେ ସଂକଳ୍ପ ଆଣିଲେ ମୁଖ୍ୟମନ୍ତ୍ରୀ। ବିଧାନସଭାକୁ ଭର୍ଚୁଆଲରେ ବିବୃତି ଦେବା ସମୟରେ ମୁଖ୍ୟମନ୍ତ୍ରୀ ୩ଟି ବିଷୟକୁ ଗୁରୁତ୍ୱ ଦେଇଛନ୍ତି।

ଶ୍ରୀମନ୍ଦିର ସହ ପୁରୀକୁ ଆସୁଥିବା ଲକ୍ଷ ଲକ୍ଷ ଭକ୍ତଙ୍କ ନିରାପତ୍ତାକୁ ଗୁରୁତ୍ୱ ଭକ୍ତଙ୍କ ପାଇଁ ଏକ ସୁନ୍ଦର ଆଧ୍ୟାତ୍ମିକ ପରିବେଶକୁ ଗୁରୁତ୍ୱ ଦିଆଯାଇଛି। ଯୋଜନା ପାଇଁ ଗଜପତି ମହାରାଜଙ୍କ ଅବଦାନକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି। ସମସ୍ତ ସେବାୟତ, ପୁରୀବାସୀଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି। ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଓ ସୁବାସ ପାଣିଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।

ଭର୍ଚୁଆଲ୍ ମୋଡ଼ରେ ମୁଖ୍ୟମନ୍ତ୍ରୀ ଆଜି ୩ଟି ସଂକଳ୍ପ ଆଣିଥିଲେ। ସେଗୁଡ଼ିକ ହେଉଛି (୧) ଯୋଜନାକୁ ସମ୍ପୂର୍ଣ୍ଣ କରିବାକୁ ସଂକଳ୍ପ ନେବା ସହ ଶୀଘ୍ର କାମ ସାରିବାକୁ ନିଷ୍ଠାର ସହ ଉଦ୍ୟମ କରିବା (୨) ପ୍ରତ୍ୟେକ ଓଡ଼ିଆ ଓ ଜଗନ୍ନାଥ ପ୍ରେମୀଙ୍କୁ ମହାପ୍ରଭୁଙ୍କ ଏହି କାର୍ଯ୍ୟରେ ସେମାନଙ୍କ ଅବଦାନ ପାଇଁ ସୁଯୋଗ ଦେବା ଏବଂ (୩) ଏହି ଯୋଜନା ପାଇଁ ତ୍ୟାଗ କରିଥିବା ପୁରୀବାସୀଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇବା। 

ଶ୍ରୀମନ୍ଦିର ସଂକଳ୍ପ ପାରିତ ନେଇ ଗଜପତି ମହାରାଜା ଦିବ୍ୟସିଂହ ଦେବ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି ଯେ ସର୍ବସମ୍ମତିକ୍ରମେ ଶ୍ରୀମନ୍ଦିର ପ୍ରକଳ୍ପକୁ ମଂଜୁରୀ ଦେଇଥିବାରୁ କୃତଜ୍ଞ। ବିଧାନସଭାର ସମସ୍ତ ସଦସ୍ୟଙ୍କୁ ମୁଁ କୃତଜ୍ଞତା ଜଣାଉଛି। ପୁରୀକୁ ବିଶ୍ୱର ସର୍ବୋତ୍କୃଷ୍ଟ ଧାର୍ମିକ, ଆଧ୍ୟାତ୍ମିକ, ସାଂସ୍କୃତିକ କେନ୍ଦ୍ରଭାବେ ଗଢ଼ି ତୋଳିବାକୁ ଏହା ରାଜ୍ୟ ସରକାରଙ୍କ ଏକ ଐତିହାସିକ ପ୍ରକଳ୍ପ। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟ ସରକାରଙ୍କ ଏହା ଐତିହାସିକ ପ୍ରକଳ୍ପ। ମହାପ୍ରଭୁ ଜଗନ୍ନାଥ ପ୍ରକଳ୍ପକୁ ସଫଳ କରିବାକୁ ଆଶୀର୍ବାଦ ଦିଅନ୍ତୁ ବୋଲି ସେ କହିଛନ୍ତି।

ଶ୍ରୀକ୍ଷେତ୍ର ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହର କରିବା ପାଇଁ ଅବଢ଼ା ଯୋଜନାରେ ୨୨ଟି ପ୍ରକଳ୍ପ ପାଇଁ ୩୨ ଶହ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ତାମଧ୍ୟରେ ରହିଛି ଶ୍ରୀମନ୍ଦିରର ଚତୁଃପାର୍ଶ୍ୱରେ ୭୫ ମିଟର ପରିଧି ମଧ୍ୟରେ ବିକାଶମୂଳକ କାର୍ଯ୍ୟ। ସେହିପରି ୯ଟି ହେରିଟେଜ୍ କରିଡର୍ କମ୍ପୋନେଣ୍ଟ୍ସ, ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର, ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର କ୍ଲୋକରୁମ୍ ନିର୍ମାଣ ସହ ମଠ ମନ୍ଦିରର ବିକାଶ। ଏହି ଲକ୍ଷ୍ୟରେ ଶ୍ରୀମନ୍ଦିର ପରିକ୍ରମା ଯୋଜନା ପାଇଁ ବିଧାନସଭାରେ ସଂକଳ୍ପ ପାରିତ ହୋଇଥିବାବେଳେ ଏହାକୁ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଏବଂ ସେବାୟତ ସ୍ୱାଗତ କରିଛନ୍ତି।
You might also like