ରାସନ କାର୍ଡ ନଥିଲେ ବି ରିଲିଫ ମିଳିବ

ଭୁବନେଶ୍ୱର: ରାସନ କାର୍ଡ ନଥିଲେ ବି ବାତ୍ୟା ବିପନ୍ନଙ୍କୁ ରିଲିଫ ମିଳିବ। ଭୁବନେଶ୍ୱର ମହାନଗର ନିଗମ( ବିଏମ୍‌ସି) ଅଞ୍ଚଳର ପ୍ରଭାବିତ ବସ୍ତି ବାସିନ୍ଦାଙ୍କୁ ସହାୟତା ଦେବାକୁ ସ୍ୱତନ୍ତ୍ର ରିଲିଫ କମିଶନର ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି।

ବିଏମ୍‌ସିର ସମସ୍ତ ବସ୍ତି ବାସିନ୍ଦାଙ୍କୁ ୫୦କେଜି ଚାଉଳ ସହ ଦୁଇ ହଜାର ଟଙ୍କା ଦି‌ଆଯିବ। ଏଥିସହ ପଲିଥିନ କିମ୍ବା ପଲିଥିନ ବାବଦକୁ  ପାଞ୍ଚଶହ ଟଙ୍କା ଦିଆଯିବ।

ବର୍ତ୍ତମାନ କେବଳ ରାସନ କାର୍ଡ ଥିବା ବ୍ୟକ୍ତିଙ୍କୁ ରିଲିଫ ଦିଆଯାଉଛି। ସାମୁଦ୍ରିକ ଝଡ ‘ଫୋନି’ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ୱର ମଧ୍ୟ ଏଥିରୁ ବାଦ୍‌ ପଡ଼ିନି।

You might also like