• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita
  • ଜାଗର ପାଇଁ କଟକଣା ଜାରି କଲେ ସ୍ୱତନ୍ତ୍ର ରିଲିଫ୍ କମିଶନର
  • ମନ୍ଦିର ପରିସରରେ ଓ ବାହାରେ ଗହଳି ନ କରିବାକୁ ନିର୍ଦ୍ଦେଶ
  • ମେଳା ବସିବା ଉପରେ ମଧ୍ୟ କଟକଣା ଜାରି କଲେ SRC
  • ନିୟମ ଉଲ୍ଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଜାଗର ଯାତ୍ରା ପାଇଁ କଡ଼ା କଟକଣା।  ମହାମାରୀର ବଢ଼ୁଥିବା ପ୍ରକୋପକୁ ଦୃଷ୍ଟିରେ ରଖି ମେଳା ଓ ଗହଳିକୁ ମନା କରାଯାଇଛି। ସେହପରି ଯାତ୍ରା ସମୟରେ ମନ୍ଦିର ପରିସରରେ ଓ ବାହାରେ ଗହଳି ନକରିବାକୁ ନିର୍ଦ୍ଦେଶ ଦଆଯାଇଛି। କେବଳ ଏତିକି ନୁହେଁ କରୋନା କାଳରେ ଗୋଟିଏ ସ୍ଥାନରେ ଭିଡ଼ି ଜମାଇଲେ ସଂକ୍ରମଣ ବଢ଼ିବାର ଆଶଙ୍କା କରି ମେଳାକୁ ମନା କରାଯାଇଛି। ତେବେ ଏହି ସବୁ ନିର୍ଦ୍ଦେଶାନାମା ଜାରି କରି ନିୟମ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଏସଆରସି। ଏନେଇ ସବୁ ଜିଲ୍ଲାପାଳ, ମ୍ୟୁନିସପାଲ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି SRC  ।

ସେପଟେ ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି ପ୍ରସ୍ତୁତି ଚାଲିଛି। ଆଜିଠାରୁ ସେବାୟତ ଓ ପୋଲିସ କର୍ମଚାରୀଙ୍କ କୋଭିଡ ଟେଷ୍ଟ କରାଯାଉଛି। ଯେହେତୁ କରୋନା କଟକଣା ଭିତରେ ଲିଙ୍ଗରାଜଙ୍କ ଜାଗର ହେବ, ତେଣୁ ପ୍ରଥମେ ସେବାୟତ ଓ ଜାଗରରେ ନିୟୋଜିତ ହେବାକୁ ଥିବା ପୋଲିସ କର୍ମଚାରୀଙ୍କର କୋଭିଡ ଟେଷ୍ଟ କରାଯାଉଛି।  ମନ୍ଦିର ସେବାରେ ନିୟୋଜିତ ପ୍ରାୟ ପ୍ରାୟ ୧ ହଜାର ଲୋକଙ୍କ ପରୀକ୍ଷା ହେବ ରିପୋର୍ଟ । ଯେଉଁମାନଙ୍କର ନେଗେଟିଭ ରହିବ, ସେହିମାନଙ୍କୁ କେବଳ ସେବା ପୂଜାରେ ସୁଯୋଗ ମିଳିବ । ଏପଟେ ଶିବରାତ୍ରୀ ସମୟରେ ଲିଙ୍ଗରାଜ ଓ କପିଳନାଥଙ୍କ ଭେଟଘାଟ ହେବାର ପରମ୍ପରା ରହିଛି ହେଲେ ବାରମ୍ବାର ବ୍ୟତିକ୍ରମ ଘଟୁଛି ବୋଲି ଅଭିଯୋଗ କରିଛି ବ୍ରାହ୍ମଣ ନିଯୋଗ ଏଭଳି ହେଲେ ଅସହଯୋଗ କରିବାକୁ ଚେତାବନୀ ଦେଇଛି ।

 

ସୂଚନାଯୋଗ୍ୟ ପୂର୍ବରୁ ଜାଗରରେ ଏକାଠି ଦୀପ ଜାଳିବାକୁ ବାରଣ କରାଯାଇଥିଲା ।  କୋଭିଡ କଟକଣା ମଧ୍ୟରେ  ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଲିଙ୍ଗରାଜ ମହାପ୍ରଭୁଙ୍କ ଜାଗର ଯାତ୍ରା ପାଇଁ ମନ୍ଦିରର ୩ ସେବାୟତ ନିଯୋଗଙ୍କ ସହ ପୋଲିସ ଓ ପ୍ରଶାସନର ବୈଠକ ବସିଥିଲା।  କୋଭିଡ କଟକଣା ସହ ଶାନ୍ତି ଶୃଙ୍ଖଳାରେ ଭକ୍ତମାନେ କିଭଳି ମହାପ୍ରଭୁଙ୍କ ଦର୍ଶନ କରିବେ, ସେ ନେଇ ବୈଠକରେ ଆଲୋଚନା ହୋଇଥିଲା।

ନିଷ୍ପତ୍ତି ଅନୁସାରେ ଚଳିତ ଥର  ରାତି ୧୦ଟା ପରେ ମହାଦୀପ ଉଠିବା ପରେ ଶ୍ରଦ୍ଧାଳୁ କିଭଳି ମନ୍ଦିରରୁ ବାହାରିବେ ସେ ଦିଗ ଉପରେ ବିଶେଷ ଧ୍ୟାନ ଦିଆଯିବ। ତା’ଛଡ଼ା ମହାଦୀପ ଉଠିବା ପୂର୍ବରୁ ଶ୍ରଦ୍ଧାଳୁମାନେ ଯେପରି, ଏକତ୍ରିତ ହୋଇ ଦୀପ ନଜାଳନ୍ତି ତା ଉପରେ ବିଶେଷ ଧ୍ୟାନ ଦିଆଯିବ ।

Src-restricts-public-congregation-in-temples-mela-other-large-gatherings-outside-shrine
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories