• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଭୁବନେଶ୍ୱର: ମାସକ ପୂର୍ବରୁ ଆସିଥିବା ସାମୁଦ୍ରିକ ଝଡ଼ ‘ଫୋନି’ ଉପକୂଳ ଓଡ଼ିଶାକୁ ଛାରଖାର କରିଦେଇଥିବା ବେଳେ ଏବେ ଏହାର କ୍ଷୟକ୍ଷତିର ଆକାଳନକୁ କମାଇ ଦିଆଯାଇଛି। ଫୋନି ଯୋଗୁ ରାଜ୍ୟରେ ମୋଟ ୧୧,୯୪୨ କୋଟି ଟଙ୍କାର କ୍ଷୟକ୍ଷତି ହେବ ବୋଲି ଆକଳନ କରାଯାଇ ଥିବା ବେଳେ ଏବେ ଏହାକୁ ୯,୩୩୬ କୋଟି ଟଙ୍କାକୁ ହ୍ରାସ କରିଦିଆଯାଇଛି।

ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି) ବିଷ୍ଣୁପଦ ସେଠୀ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ‘ଫୋନି’ର ଚୂଡ଼ାନ୍ତ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରି ଏଭଳି ତଥ୍ୟ ଦେଇଛନ୍ତି। ଚୂଡ଼ାନ୍ତ କ୍ଷୟକ୍ଷତି ଆକଳନ ପ୍ରାୟ ୨୬୦୦କୋଟି ଟଙ୍କା ହ୍ରାସ ପାଇଛି ବୋଲି ଏଥିରୁ ଜଣାପଡ଼ିଛି।

ଏହି ଚୂଡ଼ାନ୍ତ ରିପୋର୍ଟରେ ଦର୍ଶାଯାଇଛି ଯେ, ‘ଫୋନି’ରେ ମୋଟ ୯,୩୩୬କୋଟି ଟଙ୍କାର କ୍ଷତି ହୋଇଛି। ଏଥିରେ ୬୬୪୩.୬୩ କୋଟି ଟଙ୍କାର ସାର୍ବଜନୀନ ସମ୍ପତ୍ତି ନଷ୍ଟ ହୋଇଥିବାବେଳେ ୨,୬୯୨ କୋଟି ଟଙ୍କାର ରିଲିଫ୍ ଓ ସହାୟତା ବଣ୍ଟନ କରାଯାଇଛି। ଏହି ମୋଟ କ୍ଷୟକ୍ଷତି ମଧ୍ୟରୁ ୫୨୨୭.୬୮କୋଟି ଟଙ୍କା ଏନଡିଆରଏଫ୍ ପାଣ୍ଠିରୁ ଦାବି କରାଯାଇଛି।
ସେହିପରି, ‘ଫୋନି’ରେ ମୋଟ ୬୪ଜଣ ଲୋକ ପ୍ରାଣ ହରାଇଥିବାବେଳେ ଏକ କୋଟି ୬୦ ଲକ୍ଷ  ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି ବୋଲି ଏଥିରେ ଦର୍ଶାଯାଇଛି। ଫୋନିରେ ୧୪ଟି ଜିଲ୍ଲାର ୨୦,୩୭୬ଟି ଗାଁ ପ୍ରଭାବିତ ହୋଇଛି।

୫ଲକ୍ଷ ୫୬ହଜାର ୭୬୧ଟି ଘର ସମ୍ପୂର୍ଣ୍ଣ ଅବା ଆଂଶିକ ନଷ୍ଟ ହୋଇଥିବାବେଳେ ୧.୮୮ଲକ୍ଷ ହେକ୍ଟର ଚାଷ ଜମିର ଫସଲ ନଷ୍ଟ ହୋଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତ ସମୟରେ ଏହି ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯିବ ବୋଲି ସୂତ୍ରରୁ ଖବର ମିଳିଛି।
ଅନ୍ୟପକ୍ଷରେ ‘ଫୋନି’ କ୍ଷୟକ୍ଷତି ଆକଳନ ପାଇଁ ଆସିଥିବା କେନ୍ଦ୍ରୀୟ ଟିମକୁ ରାଜ୍ୟ ସରକାର ଦେଇଥିବା ପ୍ରାରମ୍ଭିକ କ୍ଷୟକ୍ଷତି ଆକଳନ ରିପୋର୍ଟରେ ମୋଟ ୧୧,୯୪୨ କୋଟି ଟଙ୍କା କ୍ଷତି ହୋଇଥିବା ଦର୍ଶାଯାଇଥିଲା।ଏଥିରେ କ୍ଷତିଗ୍ରସ୍ତ ଲୋକଙ୍କୁ ରିଲିଫ ଓ ବିଭିନ୍ନ ସହାୟତା ବାବଦରେ ୬୭୬୭.୫୬ କୋଟି ଟଙ୍କା ଓ ସାର୍ବଜନୀନ ସମ୍ପତ୍ତି ନଷ୍ଟ ବାବଦରେ ୫୧୭୫.୧୨ କୋଟି ଟଙ୍କା କ୍ଷତି ହୋଇଥିବା ରାଜ୍ୟ ସରକାର ସେତେବେଳେ ଦାବି କରିଥିଲେ।

Src-reduce-prediction-on-foni-destruction
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories