ଆଜି ରାତି ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ; ହଠାତ ବଢ଼ିପାରେ ପବନ

ଭୁବନେଶ୍ୱର: ବାତ୍ୟା ଅମ୍ପନ୍ ପ୍ରଭାବରେ ବିଳମ୍ବିତ ରାତିରେ ହଠାତ ବଢ଼ିପାରେ ପବନ। ଆଜି ସଂଧ୍ୟାରୁ ଓଡ଼ିଶା ଉପକୂଳରେ ବର୍ଷା, ପବନ ହେବ ଏବଂ କାଲି  ସକାଳୁ ଓଡ଼ିଶା ଉପକୂଳରେ ପବନର ବେଗ ବଢ଼ିବ।

ବାଲେଶ୍ୱର ଜିଲ୍ଲାର ଭୋଗରାଇ, ତାଳସାରି ଅଞ୍ଚଳରେ ପବନ ବେଗ ଅଧିକ ରହିବ। ଏଠାରେ ୧୦୦ରୁ ୧୨୫ କିମି ଯାଏ ପବନ ହୋଇପାରେ ବୋଲି କିଛି ସମୟ ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସ୍‌ଆରସି ପ୍ରଦୀପ ଜେନା।

ବାତ୍ୟା ଅପଡେଟ ନେଇ SRC କହିଛନ୍ତି ଯେ ବାତ୍ୟା କାଲି ଦିନ ୧୨ଟାରୁ ୨ଟା ଭିତରେ ଓଡ଼ିଶା ଅତିକ୍ରମ କରିବାକୁ ଥିବା ବେଳେ ୩ଟା ପର୍ଯ୍ୟନ୍ତ ପବନର ବେଗ ଜାରି ରହିବ। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ ସମ୍ପର୍କରେ ଏସଆରସି କହିଛନ୍ତି।

ଆଜି ଦିନ ୩ଟା ସୁଦ୍ଧା ୩୫ ହଜାର ଲୋକଙ୍କୁ ଆଶ୍ରୟସ୍ଥଳୀକୁ ନିଆଯାଇଛି। ରାତି ୧୦ଟା ସୁଦ୍ଧା ସ୍ଥାନାନ୍ତରଣ ପ୍ରକ୍ରିୟା ସାରିବାକୁ ଯୋଜନା ରହିଛି। ଆଜି ରାତି ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି SRC କହିଛନ୍ତି।

କାଲି ସକାଳେ ପବନ ହେବାକୁ ଥିବାରୁ ଅପେକ୍ଷା ନକରି ଆଜି ଆଶ୍ରୟସ୍ଥଳୀ ଆସିବାକୁ ସେ ନିବେଦନ କରିଛନ୍ତି। କେହି ଅମଙ୍ଗ ହେଲେ ପୋଲିସ ଲଗାଇ ଆଶ୍ରୟସ୍ଥଳୀ ଅଣାଯିବ ବୋଲି ଏସଆରସି କହିଛନ୍ତି।

You might also like