ବାତ୍ୟାକୁ ନେଇ ବଡ଼ ସୂଚନା ଦେଲେ ଏସଆରସି: ଜାଣନ୍ତୁ କଣ କହିଛନ୍ତି ଏସଆରସି…

କଣ କହିଲେ ଏସଆରସି?

ଭୁବନେଶ୍ୱର: ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ SRC ପ୍ରଦୀପ ଜେନା ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ୨୨ NDRF ଟିମ୍ ଆସିଯାଇଛି, ଆଜି ଆଉ ୩୦ ଟିମ୍ ଆସି ପହଞ୍ଚିବ। ଏହାସହ ଓଡ୍ରାଫ୍ ଟିମ୍ ୫୦ରୁ ୬୦ ଓ ଅଗ୍ନିଶମ ଟିମ୍ ୧୭୫ରୁ ୨ଶହ ପ୍ରସ୍ତୁତ ମଧ୍ୟ ରହିଛି। ବାତ୍ୟା ପାଇଁ ୩୫ଟି ଗଛକଟା ଟିମ୍, ପୂର୍ତ୍ତ ବିଭାଗର ୧୬୫ ଓ ଗ୍ରାମ୍ୟ ଉନ୍ନୟନର ୩ଶହ ଟିମ୍ ପ୍ରସ୍ତୁତ ହୋଇ ରହିଛନ୍ତି। ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ଲୋକମାନଙ୍କୁ ସ୍ଥାନାନ୍ତରଣ କରାଯିବ ପାଇଁ ନିର୍ଦ୍ଦେଶ ରହିଛି। କଚ୍ଚା ଘରେ ରହୁଥିବା ସବୁ ଲୋକଙ୍କୁ ଆଶ୍ରୟସ୍ଥଳୀକୁ ନିଆଯିବ। କାଲି ଅପରାହ୍ନ ସୁଦ୍ଧା ଆଶ୍ରୟସ୍ଥଳୀକୁ ଲୋକମାନଙ୍କୁ ସ୍ଥାନାନ୍ତର କରାଯିବ। ସେଠି ଅଙ୍ଗନବାଡ଼ି, ଆଶା କର୍ମୀ ରହିବେ ଓ ସମସ୍ତଙ୍କୁ ମାସ୍କ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି।

ବାତ୍ୟା ୟାସ୍ ର ସମସ୍ତ ଲାଇଭ ଉପଡେଟ୍ ପଢନ୍ତୁ

ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ,  ବାତ୍ୟା ବେଳେ ଦଲକା ପବନ ଆସି କିଛି ସମୟ ଶାନ୍ତ ପଡ଼ିଯାଏ। କିଛି ସମୟ ଶାନ୍ତ ପଡ଼ିବା ପରେ ପୁଣି ୨ୟ ଦଫା ପବନ ଆସେ। ତେଣୁ ବାତ୍ୟା ସଂପୂର୍ଣ୍ଣ ନସରିବା ଯାଏ ଘରୁ ବାହାରକୁ ବାହାରନ୍ତୁ ନାହିଁ। ବାତ୍ୟା ପବନ ଆରମ୍ଭରୁ ଶେଷ ଯାଏ ଘର ଭିତରେ ହିଁ ରହିବାକୁ ଲୋକଙ୍କୁ ପରାମର୍ଶ ଦେଲେ SRC। ଆମ୍ବ, ପଣସ, ନଡ଼ିଆ ଗୋଟାଇବାକୁ ପବନ ବେଳେ ଆଦୌ ନବାହାରିବା ଲାଗି ପରାମର୍ଶ ଦେଇଛନ୍ତି ଏସଆରସି। ସାଇକେଲ, ବାଇକ ଧରି ବୁଲିବାକୁ ବାହାରୁଥିବା ପିଲାଙ୍କୁ ବାରଣ କରିବା ସହ ପବନ ପୂର୍ବରୁ ପାଣି ଗଛିତ ରଖିବାକୁ ସେ ପରାମର୍ଶ ଦେଇଛନ୍ତି। ମଝିରେ ମଝିରେ କୂଅ କିମ୍ବା ନଳକୂଅକୁ ନଯିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ଏସଆରସି।ଏହାସହ ଜିରୋ କାଜୁଆଲିଟି ଆମର ଲକ୍ଷ୍ୟ ବୋଲି କହିଛନ୍ତି SRC।

ସେପଟେ, ପାଗକୁ ଦେଖି ବିଳମ୍ବ ନ କରି ଲୋକଙ୍କୁ ସ୍ଥାନାନ୍ତରଣ ଆରମ୍ଭ କରିବା ଲାଗି ସେ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ଆସନ୍ତାକାଲି ଅପରାହ୍ନ ସୁଦ୍ଧା ସ୍ଥାନାନ୍ତରଣ ଶେଷ କରିବାକୁ ସେ ନିର୍ଦ୍ଦେଷ ଦେଇଛନ୍ତି। ଏହାସହ ଲୋକଙ୍କ ସ୍ଥାନାନ୍ତରଣକୁ ଗୁରୁତର ସହ ନେବାକୁ ପରାମର୍ଶ ଦେଇଛନ୍ତି ଏସଆରସି। କେବଳ ଏତିକି ନୁହେଁ ଠିକାଦାର ଅସ୍ଥାୟୀ କ୍ୟାମ୍ପରୁ ନିର୍ମାଣ ଶ୍ରମିକଙ୍କୁ ନିରାପଦ ସ୍ଥାନକୁ ନେଇଯିବା ଲାଗି ସେ ପରାମର୍ଶ ଦେଇଛନ୍ତି। ଜିରୋ କାଜୁଆଲିଟି ଆମର ଲକ୍ଷ୍ୟ ବୋଲି SRC କହିଛନ୍ତି । ତେବେ ବାତ୍ୟାକୁ ନେଇ ସରକାରୀ ସ୍ତରରେ ଜୋରସୋରରେ ଚାଲିଛି ପ୍ରସ୍ତୁତି। କେମିତି କୌଣସି ବ୍ୟକ୍ତିର କିଛି କ୍ଷତି ନହୁଏ ସେଥିଲାଗି ସମସ୍ତ ଚେଷ୍ଟା କରାଯାଉଥିବା କହିଛନ୍ତି ଏସଆରସି।

You might also like