୩ ଥର ଭୁଲ ପାଇଁ ୨୦୦, ତା’ ପରେ ଦେବେ ୫୦୦ ଟଙ୍କା

କୋରାପୁଟ: କରୋନା ସଂକ୍ରମଣକୁ ରୋକିବା ପାଇଁ ବାହାରେ ଛେପ ପକାଇବାକୁ ବାରଣ କରାଯାଇଛି। କାରଣ ଛେପରେ ସଂକ୍ରମଣର ଭୟ ରହିଛି। ତେଣୁ ଖୋଲା ସ୍ଥାନରେ କିମ୍ବା ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ଉପରେ ବାରଣ କରାଯାଇଛି। ପୂର୍ବରୁ ବ୍ରହ୍ମପୁରରେ ଏ ନେଇ କଟକଣା ଜାରି କରାଯାଇଥିବାବେଳେ ଗତକାଲି ଭଦ୍ରକ ଓ  କୋରାପୁଟ ଜିଲ୍ଲାରେ କଟକଣା ଜାରି କରାଯାଇଛି।

କୋରାପୁଟ ଜିଲ୍ଲାରେ ମଧ୍ୟ ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ନେଇ କଟକଣା ଜାରି କରାଯାଇଛି। ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଛି ବିଧିବଦ୍ଧ ବିଜ୍ଞପ୍ତି । ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଫାଇନ ଦେବାକୁ ପଡ଼ିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି । ତେବେ ଜିଲ୍ଲା ପ୍ରଶାସନ ନିୟମ ଉଲ୍ଲଘଂନକାରୀଙ୍କୁ ଭୁଲ ସୁଧାରିବା ପାଇଁ କିଛିଟା ସୁଯୋଗ ବି ଦେଇଛି।

ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଥର ପାଇଁ  ଜରିମାନା ପରିମାଣ କିଛିଟା କମ୍‌ ରହିଛି। ଅର୍ଥାତ ୨ଶହ ଟଙ୍କା ଧାର୍ଯ୍ୟ କରାଯାଇଛି। ଏହା ସତ୍ତ୍ୱେ ଯଦି ନ ସୁଧୁରିଲେ ତେବେ ପରବର୍ତ୍ତୀ ଅବସ୍ଥାରେ ଧରାପଡ଼ିଲେ ପ୍ରତିଥର ୫ଶହ ଟଙ୍କା ଲେଖାଏ ଜରିମାନା ଦେବାକୁ ପଡ଼ିବ ବୋଲି ଉକ୍ତ ବିଜ୍ଞପ୍ତିରେ କୁହାଯାଇଛି।

ବ୍ଲକ୍ ସଂପ୍ରସାରଣ ଅଧିକାରୀ, ଅତିରିକ୍ତ ତହସିଲଦାର, ଥାନା ଏଏସ୍ଆଇ କିମ୍ବା ସହରାଞ୍ଚଳରେ ଓ୍ୱାର୍ଡ ଅଫିସର୍ ଏବଂ ସେମାନଙ୍କ ଉପରିସ୍ଥ ଅଧିକାରୀମାନେ ଏହି ଜରିମାନା ଆଦାୟ କରିପାରିବେ।

You might also like