• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଭଦ୍ରକ: ସର୍ବସାଧାରଣ ସ୍ଥାନ ବା ଖୋଲା ଜାଗାରେ ଛେପ ପକାଇବା ପୂର୍ବରୁ ଏଣିକି ସାବଧାନ ହୁଅନ୍ତୁ। କାରଣ ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଜରିମାନା ଗଣିବାକୁ ପଡ଼ିପାରେ। ଏଭଳି ନିର୍ଦ୍ଦେଶନାମା ଜାରି କରିଛି ଭଦ୍ରକ ଜିଲ୍ଲା ପ୍ରଶାସନ।

କରୋନା ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଉଛି।୨ୟ ପର୍ଯ୍ୟାୟ ଲକ୍‌ଡାଉନରେ ଗାଇଡଲାଇନ ମାନିବାକୁ ନେଇ କଟକଣା ଜାରି କରାଯାଇଛି।  ଭଦ୍ରକ ଜିଲ୍ଲାପାଳ ଏନେଇ ଗତକାଲି ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ନିର୍ଦ୍ଦେଶନାମାରେ କୁହାଯାଇଛି,ଏଣିକି ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ୫୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବେ।

ଜିଲ୍ଲପାଳ ତାଙ୍କ ନିର୍ଦ୍ଦେଶନାମାରେ ଉଲେଖ କରିଛନ୍ତି, ଛେପ ଦ୍ୱାରା କରୋନା ବ୍ୟାପିବାର ଆଶଙ୍କା ରହଛି । ଏହି ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ଏହି ଚରମ ପଦକ୍ଷେପ ନିଆଯାଇଛି । ପୂର୍ବରୁ ଗଞ୍ଜାମ ଜିଲ୍ଲାପାଳ ମଧ୍ୟ ଖୋଲା ସ୍ଥାନରେ ଛେପ ପକାଇବେ ୫ଶହ ଟଙ୍କା ଫାଇନ ପଡିବ ବୋଲି ନିର୍ଦ୍ଦେଶ ଦେଇଥିଲେ।

ସୂଚନାଥାଉ କି, ଭଦ୍ରକରେ ତିନି କଣ୍ଟେନମଣ୍ଟ ଜୋନରୁ ପୁରୁଣା ବଜାରକୁ ବାଦ ଦିଆଯାଇଛି । କିନ୍ତୁ ଅନ୍ୟ ଦୁଇ ଚରମ୍ପା ଓ ଏରେଇଁକୁ କଣ୍ଟେନମଣ୍ଟ ଜୋନରେ ରଖାଯାଇଛି । କୋଲକାତା ତଥା ପଡୋଶୀ ରାଜ୍ୟ ମାନଙ୍କରୁ ଆସିଥିବା ୧୩୦ ଜଣଙ୍କୁ କ୍ୱାରେଣ୍ଟିନରେ ରଖାଯାଇଛି । ସେମାନଙ୍କର ସ୍ୱାବ ପରୀକ୍ଷା କରାଯିବାର ବ୍ୟବସ୍ଥା ହୋଇଛି । ସେହିପରି କଣ୍ଟେନମେଣ୍ଟ ଜୋନରେ ରହୁଥିବା ଲୋକମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ଯାଜପୁରର ୫୬ ନମ୍ବର କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିବା ଭଦ୍ରକର ସମସ୍ତ ଲୋକଙ୍କୁ କ୍ୱାରେଣ୍ଟିନରେ ରଖାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି।

 

Spitting-in-public-place-is-banned-in-bhadrakh
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories