• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ଭୁବନେଶ୍ୱର : ରାଜ୍ୟ ପୁଲିସ ଡିଜି ଡଃ ଆରପି ଶର୍ମା ନିଜ ଦାୟିତ୍ୱରୁ ଖୁବଶୀଘ୍ର ଅବ୍ୟାହତି ନେଇପାରନ୍ତି। ଆସନ୍ତାମାସରେ ଡିଜିପି ଭାବେ ତାଙ୍କର ଦୁଇବର୍ଷ ପୂରଣ ହେଉଥିବାରୁ ତାଙ୍କ ବଦଳରେ ସରକାର ଅନ୍ୟଜଣେ ବରିଷ୍ଠ ଆଇପିଏସଙ୍କୁ ରାଜ୍ୟ ପୁଲିସର ମଙ୍ଗ ଧରିବାର ସୁଯୋଗ ଦେବେ ବୋଲି ପାୱାର କରିଡରରେ ଚର୍ଚ୍ଚା ହେଉଛି।

ମିଳିଥିବା ସୂଚନା ଅନୁସାରେ, ପୁଲିସ ଡିଜି ଡଃ ଶର୍ମାଙ୍କୁ ରାଜ୍ୟ ସରକାର ଓଡ଼ିଶା ଲୋକାୟୁକ୍ତ ସଦସ୍ୟ ଭାବେ ନିଯୁକ୍ତି ଦେବାକୁ ଯୋଜନା କରୁଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜଣେ ଡିଜିପି ଅତିକମରେ ୨ବର୍ଷ କାର୍ଯ୍ୟକାଳ ପୂରଣ କରିବାର ପ୍ରାବଧାନ ଥିବାରୁ ଡଃ ଶର୍ମାଙ୍କ ଏହି ଅବଧି ଅଗଷ୍ଟ ୩୧ ତାରିଖରେ ଶେଷ ହେଉଛି। ତେଣୁ ସରକାର ଏବେଠୁ ନୂଆ ଡିଜିପି ଖୋଜା ଆରମ୍ଭ କରିଥିବା ଆଇପିଏସ୍ ମହଲରୁ ସୂଚନା ମିଳିଛି। ଡଃ ଶର୍ମା ନିଜଆଡ଼ୁ ଡିଜିପି ପଦରୁ ଓହରିବାକୁ ଚାହୁଁଛନ୍ତି ନା ସରକାର ତାଙ୍କୁ ଏହି ଦାୟିତ୍ୱରୁ ଅବ୍ୟାହତି ଦେବାକୁ ପ୍ରୟାସ କରୁଛନ୍ତି ତାହା ଜଣାପଡ଼ିନି ।

ତେବେ ପୁଲିସ ପ୍ରଶାସନରେ ତୃତୀୟ ମହଲାର ମାତ୍ରାଧିକ ହସ୍ତକ୍ଷେପ ଯୋଗୁ ପୁଲିସ ବାହିନୀ ଏବେ ଅଣନିଃଶ୍ୱାସୀ ଅବସ୍ଥାରେ ରହିଛି। ପୁଲିସ ବାହିନୀକୁ କ୍ରିୟାଶୀଳ କରିବା ନିମନ୍ତେ ଅନ୍ୟଜଣେ ମୁଖିଆଙ୍କ ଆବଶ୍ୟକତା ମଧ୍ୟ ରହିଥିବା ରାଜ୍ୟ ସରକାର ଅନୁଭବ କରୁଛନ୍ତି। ଏପଟେ ବିଜେଡିର ଏକ ପ୍ରଭାବଶାଳୀ ଗୋଷ୍ଠୀ ଏବେ ରାଜ୍ୟ ଡିଜିପି ପଦବୀରେ ଅନ୍ୟଜଣେ ଆଇପିଏସଙ୍କୁ ଅବସ୍ଥାପିତ କରିବା ପାଇଁ ଚାପ ପକାଇବାରେ ଲାଗିଛି। ଡଃ ଶର୍ମା ୨୦୨୦ ମେ’ ମାସରେ ସରକାରୀ ଚାକିରିରୁ ଅବସର ନେବେ ଓ ଯଦି ତାଙ୍କୁ ଏହି ଦିନ ପର୍ଯ୍ୟନ୍ତ ପୁଲିସ ଡିଜି ଭାବେ କାର୍ଯ୍ୟ କରିବାକୁ ସୁଯୋଗ ମିଳେ, ତା’ହେଲେ ବିଜେଡିର ପ୍ରଭାବଶାଳୀ ଗୋଷ୍ଠୀ ଚାହୁଁଥିବା ଆଇପିଏସଙ୍କୁ ଡିଜିପି ପଦବୀରେ ଥଇଥାନ କରିବା ସହଜ ହେବନି। କାରଣ ଡିଜିପି ପଦବୀରେ ଅବସ୍ଥାପିତ ହେବାକୁ ଥିବା ଆଇପିଏସଙ୍କ ଚାକିରି କାଳ ସର୍ବନିମ୍ନ ଦୁଇବର୍ଷ ବାକି ଥିବା ଜରୁରୀ।

ବରିଷ୍ଠତା ଦୃଷ୍ଟିରୁ ଦେଖିଲେ ପୁଲିସ ଡିଜି ଡଃ ଶର୍ମାଙ୍କ ବଦଳରେ ଏହି ପଦବୀ ପାଇଁ ଯଥାକ୍ରମେ ଅଭୟ, ପ୍ରଦୀପ କପୁର, ବିକେ ଶର୍ମା, ଏମ ନାଗେଶ୍ୱର ରାଓ, ସୁନୀଲ କୁମାର ବଂଶଲ, ସୁନୀଲ ରାଏ, ସୁରେନ୍ଦ୍ର କୁମାର ପନୱର ଓ ସତ୍ୟଜିତ୍ ମହାନ୍ତିଙ୍କ ନାଁ ଉପରେ ସରକାର ବିଚାର କରିପାରନ୍ତି। କିନ୍ତୁ ଏମାନଙ୍କ ମଧ୍ୟରୁ ନବୀନ ସରକାର ସହ ତିକ୍ତ ଅନୁଭୂତି ଥିବା ଅଭୟ ଏବେ କେନ୍ଦ୍ରୀୟ ଡେପୁଟେସନରେ ଥିବାବେଳେ ଶ୍ରୀ କପୁର, ଶ୍ରୀ ରାଓ, ଶ୍ରୀ ବଂଶଲ ଓ ଶ୍ରୀ ପନୱର କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି। ସୁନୀଲ ରାଏ ଓ ନାଗେଶ୍ୱର ରାଓ ୨୦୨୦ ମସିହାରେ ଅବସର ନେଉଥିବାରୁ ଡିଜିପି ପଦରେ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଧାରିତ ୨ବର୍ଷିଆ ସର୍ତ୍ତାବଳୀ ଆଧାରରେ ସେମାନେ ଏହି ପଦ ନିମନ୍ତେ ଯୋଗ୍ୟ ହେବେ ନାହିଁ। ସେହିପରି ଶ୍ରୀ ପନୱର ଓ ଶ୍ରୀ ମହାନ୍ତି ୨୦୨୧ ଅଗଷ୍ଟ ମାସରେ ଅବସର ନେବେ। ଯଦି ଡଃ ଶର୍ମା ଆସନ୍ତା ମାସରେ ପୁଲିସ ଡିଜି ପଦରୁ ଅବ୍ୟାହତି ନିଅନ୍ତି ତା’ହେଲେ ହିଁ ସେମାନେ ଡିଜିପି ପଦରେ ଅବସ୍ଥାପିତ ପାଇଁ ଯୋଗ୍ୟ ହେବେ।

ଏମାନଙ୍କୁ ବାଦ୍ ଦେଲେ ଡିଜିପି ପଦ ପାଇଁ ମୁଖ୍ୟ ଦାବିଦାର ଭାବେ ଶ୍ରୀ କପୁର ଓ ବିକେ ଶର୍ମାଙ୍କ ନାଁ ସର୍ବାଗ୍ରେ ରହିଛି ଓ ଏମାନେ ୨୦୨୨ ଅକ୍ଟୋବର-ନଭେମ୍ବରରେ ଅବସର ନେବେ। ବିଭିନ୍ନ କାରଣରୁ ଶ୍ରୀ କପୁରଙ୍କୁ କେନ୍ଦ୍ରୀୟ ଡେପୁଟେସନରୁ ଆଣି ଡିଜିପି କରିବାକୁ ସରକାର ଚାହିଁବେ ନାହିଁ। ତେଣୁ ବିକେ ଶର୍ମା ହିଁ ଡିଜିପି ପଦ ନିମନ୍ତେ ଏବେ ମୁଖ୍ୟ ଦାବିଦାର ଅଛନ୍ତି। ଗତ ସାଧାରଣ ନିର୍ବାଚନବେଳେ ଡଃ ଶର୍ମାଙ୍କ ଅନୁପସ୍ଥିତିରେ ସେ ଡିଜିପି ଭାବେ ଦକ୍ଷତାର ସହ କାର୍ଯ୍ୟ କରିସାରିଛନ୍ତି। ତେଣୁ ଯେଭଳି ସମୀକରଣ କଲେ ମଧ୍ୟ ବିକେ ଶର୍ମା ଡିଜିପି ପଦ ପାଇଁ ଦୃଢ଼ ଦାବିଦାର ଭାବେ ଉଭା ହେଉଛନ୍ତି। ଆଉ ବିଜେଡି ଗୋଷ୍ଠୀ ଚାହୁଁଥିବା ଆଇପିଏସଙ୍କୁ ଡିଜିପି ପଦରେ ଅବସ୍ଥାପିତ କରିବାକୁ ହେଲେ ଡଃ ଶର୍ମାଙ୍କୁ ଆସନ୍ତାମାସରେ ଦାୟିତ୍ୱମୁକ୍ତ କରିବାର ଆବଶ୍ୟକତା ରହିଛି। ଡିଜିପି ଡଃ ଶର୍ମାଙ୍କୁ ଓଡ଼ିଶା ଲୋକାୟୁକ୍ତ ସଦସ୍ୟ ଭାବେ ନିଯୁକ୍ତି ପାଇଁ ସରକାର ଅଫର୍ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତେଣୁ ଅଗଷ୍ଟ ୧୫ ତାରିଖ ସୁଦ୍ଧା ରାଜ୍ୟ ପୁଲିସ ଡିଜିପି ବଦଳିବେ କି ନାହିଁ ତା’ର ସ୍ପଷ୍ଟ ଚିତ୍ର ମିିଳିଯିବ ବୋଲି ଜଣାପଡ଼ିଛି।

Speculations-on-who-will-be-the-next-odisha-dgp
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories