ଏକାଦଶାହରେ ପୁଲଓ୍ୱାମା ସହିଦ୍ ଦୁଇ ଓଡ଼ିଆ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

ସହିଦ୍ ପ୍ରସନ୍ନଙ୍କ ପତ୍ନୀଙ୍କ ସାହସିକତାକୁ ମନ୍‌ କି ବାତ୍‌ରେ ମୋଦିଙ୍କ ପ୍ରଶଂସା

କଟକ /ଜଗତସିଂହପୁର/ନୀଳଗିରି : ଏକାଦଶାହ ଅବସରରେ ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ୍‌ ଦୁଇ ଓଡ଼ିଆ ଯବାନ ପ୍ରସନ୍ନ ସାହୁ ଓ ମନୋଜ ବେହେରାଙ୍କୁ ଶ୍ରଦ୍ଧାଞ୍ଜଳି। ଏହି ଉପଲକ୍ଷେ ଦୁଇ ସହିଦ୍‌ଙ୍କ ଗାଁରେ ଆଜି ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

ବୀର ବାପ ଭଳି ଶତ୍ରୁ ବିରୋଧରେ ଯୁଦ୍ଧକୁ ଓହ୍ଲାଇବ ପୁଅ। ବାପ ସିନା ଶତ୍ରୁ ରାଷ୍ଟ୍ରର ଭୀରୁତାପୂର୍ଣ୍ଣ ଷଡ଼ଯନ୍ତ୍ରରୁ ସହିଦ୍‌ ହେଲା। ପୁଅ ମାଟି ମାଆ ପାଇଁ ସିଧା ଲଢ଼ିବ, ଭୀରୁ ଶତ୍ରୁ ସେନାର ଛାତି ହେବ ତା ବନ୍ଧୁକର ଶେଷ ନିଶାନା। ଇଏ ହେଉଛି ସହିଦ୍‌ ପ୍ରସନ୍ନ ସାହୁଙ୍କ ପତ୍ନୀଙ୍କ ଇଚ୍ଛା।

ଜଗତ୍‌ସିଂହପୁର ପାରିଶିଖର ଗାଁରେ ବାପାଙ୍କ ଏକାଦଶାହ ପାଳନ ଅବସରରେ ପୁଅ ବି ପଣ କରିଛି ସୁଯୋଗ ମିଳିଲେ ଦେଶ ପାଇଁ ଲଢ଼ିବ। ସେପଟେ ପୁଅକୁ ସିଆର୍‌ପିଏଫ୍‌ରେ ଭର୍ତ୍ତି କରିବା ଲାଗି ସହିଦ୍‌ ପ୍ରସନ୍ନଙ୍କ ପତ୍ନୀ ମୀନାଙ୍କ ସାହସକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ମନ୍ କି ବାତ୍ କାର୍ଯ୍ୟକ୍ରମରେ ସୁରକ୍ଷାକର୍ମୀ ଓ ସହିଦ୍‌ଙ୍କ ବୀରତା ଓ ସ୍ପର୍ଦ୍ଧାକୁ ମନେପକାଇବା ବେଳେ ଦେଶ ମୀନାଙ୍କ ସାହସକୁ ସଲାମ୍ କରୁଛି ବୋଲି କହିଛନ୍ତି ମୋଦି।

ଏକାଦଶାହ ଅବସରରେ ପୁଲଓ୍ୱାମା ଆତଙ୍କବାଦୀ ହମ୍‌ଲାରେ ସହିଦ୍‌ ଆଉ ଜଣେ ବୀର କଟକ ରତନପୁରର ରତ୍ନ ମନୋଜ ବେହେରାଙ୍କୁ ମଧ୍ୟ ଶତ ପ୍ରଣାମ କରିଛି ଏ ଜାତି। ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରେ ସହିଦ୍‌ ଦୁଇ ଓଡ଼ିଆ ଯବାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ତିଳତର୍ପଣ କରାଯାଇଛି।

ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୁରୀରେ ଶ୍ରଦ୍ଧାଞ୍ଜଳି ପ୍ରଦାନ ସହ ମୁକ୍ତିମଣ୍ଡପ ବ୍ରାହ୍ମଣଙ୍କୁ ମହାପ୍ରସାଦ, ଅନ୍ନ ବସ୍ତ୍ର ଦାନ କରାଯାଇଥିଲା। ଏଥିସହ  ସହିଦ୍‌ଙ୍କ ଚିତାଭସ୍ମକୁ ମହୋଦଧିରେ ବିସର୍ଜନ କରାଯାଇଥିଲା।

ଆହୁରି ପଢ଼ନ୍ତୁ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

You might also like