ଭୁବନେଶ୍ୱରରୁ ନୂଆଦିଲ୍ଲୀକୁ ଗଡ଼ିଲା ସ୍ୱତନ୍ତ୍ର ଟ୍ରେନ୍

ନୂଆଦିଲ୍ଲୀ/ଭୁବନେଶ୍ୱର: ଭୁବନେଶ୍ୱରରୁ ନୂଆଦିଲ୍ଲୀକୁ ଗଡ଼ିଲା ସ୍ୱତନ୍ତ୍ର ଟ୍ରେନ୍। ଆଜି ଦିନ ୧୦ଟାରେ ଏହି ଟ୍ରେନ୍ ଭୁବନେଶ୍ୱରରୁ ଯାତ୍ରା ଆରମ୍ଭ କରିଛି। ଭୁବନେଶ୍ୱରରୁ ଟ୍ରେନ ଛାଡ଼ିବା ପୂର୍ବରୁ ଏନେଇ ଷ୍ଟେସନ୍ ପରିସରରେ ସୁରକ୍ଷା ବ୍ୟବସ୍ଥା ସହ ସାନିଟାଇଜେସନ୍‌ର ବ୍ୟବସ୍ଥା ହୋଇଥିଲା। ଯାତ୍ରୀଙ୍କ ଥର୍ମାଲ ସ୍କାନିଂ କରିବା ସହ ମାସ୍କ ଓ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଇଛି। ଯାତ୍ରୀମାନେ ଟ୍ରେନ୍‌ରେ ଯାତ୍ରା କରିବା ପୂର୍ବରୁ ଟ୍ରେନ୍‌କୁ ବି ବିଶୋଧନ କରାଯାଇଛି। ଆଜି ୫୪୫ ଜଣ ଯାତ୍ରୀ ଏହି ସ୍ୱତନ୍ତ୍ର ଟ୍ରେନ୍‌ରେ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି।

ଆସନ୍ତା କାଲି ୧୦ଟା ୪୫ରେ ଏହି ସ୍ୱତନ୍ତ୍ର ଟ୍ରେନ୍ ନୂଆଦିଲ୍ଲୀରେ ପହଞ୍ଚିବ। ସେହିପରି ଆସନ୍ତା କାଲି ସନ୍ଧ୍ୟା ୫ଟା ୫ରେ ନୂଆଦିଲ୍ଲୀ ଛାଡ଼ି ପରଦିନ ସନ୍ଧ୍ୟା ୫ଟା ୨୫ରେ ଭୁବନେଶ୍ୱରରେ ପହଞ୍ଚିବ ଟ୍ରେନ୍‌।

ଦେଶରେ ପ୍ରାଥମିକ ପର୍ଯ୍ୟାୟରେ ଦିଲ୍ଲୀରୁ ଭୁବନେଶ୍ୱର ସମେତ ଦେଶର ପ୍ରମୁଖ ସହରକୁ ୧୫ ଯୋଡ଼ା ଟ୍ରେନ୍ ଚଳାଚଳ ଆରମ୍ଭ କରିଛି। ଏଥିଲାଗି ନିର୍ଦ୍ଦେଶାବଳୀ ଜାରି କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ। ସେହି ଅନୁସାରେ କେବଳ କନଫର୍ମ ଇ-ଟିକେଟ ଥିବା ଯାତ୍ରୀଙ୍କୁ ଷ୍ଟେସନରେ ପ୍ରବେଶ ଅନୁମତି ମିଳିବ।

ଆହୁରି ପଢ଼ନ୍ତୁ

ରାଜଧାନୀରେ ଦିନକରେ ୩୪୨ କରୋନା ପଜିଟିଭ୍ ଚିହ୍ନଟ

IT ଛାତ୍ର ତିଆରି କଲେ ଦେଶୀ ଭେଣ୍ଟିଲେଟର

ପୁଣି ନିର୍ମାଣ ହେବ ପାଥରପୁରୀ ହଷ୍ଟେଲ ପାଚେରୀ

ପ୍ରବଳ ବର୍ଷିବ, ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଆସିପାରିଲାନି ଆମ୍ବୁଲାନ୍ସ, ଅଧା ବାଟରେ ପ୍ରସବ କଲେ ମହିଳା

ବରମୁଣ୍ଡା ବସ୍ ଷ୍ଟାଣ୍ଡ ହେବ ISBT

ଅଧ୍ୟାପକ ସ୍ୱାମୀଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ମହିଳା IIC

ମହଙ୍ଗା ପଡ଼ିଲା କ୍ଷମତାର ଅପବ୍ୟବହାର: ଆଦିବାସୀଙ୍କ ଘର ଭାଙ୍ଗିଥିବା ମହିଳା ସରପଞ୍ଚ ନିଲମ୍ବିତ

ହୋଟେଲରେ ଚାଲିଥିଲା ସେକ୍ସ ରାକେଟ୍, ୨ ମହିଳାଙ୍କ ସମେତ ଗ୍ରାହକ ଓ ହୋଟେଲ ମ୍ୟାନେଜର ଅଟକ

ସୁପ୍ରିମକୋର୍ଟ ଗଲେ ବର୍ଷା

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

Corona Update In Odisha: ୨୪ ଘଣ୍ଟାରେ ୪,୨୦୯ ପଜିଟିଭ୍‌ ଚିହ୍ନଟ

You might also like