ସେପ୍ଟେମ୍ବର ୧୨ରୁ ପ୍ରବାସୀ ଓଡ଼ିଆଙ୍କ ପାଇଁ ଚାଲିବ ସ୍ପେଶାଲ ଟ୍ରେନ୍

ଭୁବନେଶ୍ୱର: ପୁନର୍ବାର କାର୍ଯ୍ୟକ୍ଷେତ୍ରକୁ ଫେରିବାକୁ ଚାହୁଁଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ଆସନ୍ତା ୧୨ ତାରିଖରୁ ୩ଟି ସ୍ପେଶାଲ ଟ୍ରେନ୍‌ ଚାଲିବ। ପ୍ରବାସୀ ଓଡ଼ିଆଙ୍କ ସୁବିଧା ଲାଗି ପୁରୀ-ଅହମ୍ମଦାବାଦ, ପୁରୀ-ଗାନ୍ଧିଧାମ, ପୁରୀ-ଓଖା ରୁଟ୍‌ରେ ଏହି ସ୍ପେଶାଲ୍‌ ଟ୍ରେନ୍‌ ଚଳାଚଳ କରିବ।

‌ଟ୍ରେନ୍‌ ଚାଲିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳମନ୍ତ୍ରୀ ପୀୟୁଷ ଗୋଏଲ୍‌ଙ୍କୁ ଧର୍ମେନ୍ଦ୍ର ପ୍ରଧାନ କୃତଜ୍ଞତା ଜ୍ଞାପନ କରିଛନ୍ତି।

ସୂଚନାଥାଉ କି, ସ୍ପେଶାଲ ଟ୍ରେନ୍‌ ଚଲାଇବା ପାଇଁ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ଧର୍ମେନ୍ଦ୍ର।

 

You might also like