ଅାଜି ସଂଧ୍ୟାରେ ପହଞ୍ଚିବ କେରଳରୁ ଅାସୁଥିବା ସ୍ପେଶାଲ୍‌ ଟ୍ରେନ୍‌

ଭୁବନେଶ୍ୱର: ଆଜି ସଂଧ୍ୟାରେ ପହଞ୍ଚିବ କେରଳରୁ ଆସୁଥିବା ସ୍ପେଶାଲ ଟ୍ରେନ। କେରଳ ବନ୍ୟାରେ ଫସିରହିଥିବା ଓଡ଼ିଆ ଲୋକମାନେ ଏହି ଟ୍ରେନ୍‌ରେ ଆସୁଛନ୍ତି।  ଆଜି ସକାଳେ ଟ୍ରେନ୍‌ଟି ଭୁବନେଶ୍ୱର ଷ୍ଟେସନ୍‌ରେ ପହଞ୍ଚିବାର ଥିଲା।  କିନ୍ତୁ ୮ ଘଣ୍ଟା ବିଳମ୍ବ ଥିବା ଯୋଗୁଁ ସଂଧ୍ୟାରେ ଭୁବନେଶ୍ୱର ପହଞ୍ଚିବାନେଇ ସୂଚନା ମିଳିଛି। କେରଳର ପ୍ରଳୟଙ୍କରୀ ବନ୍ୟାରେ ବହୁ ଓଡ଼ିଆ ଫସି ରହିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସ୍ପେଶାଲ ଟ୍ରେନ୍‌ର ବ୍ୟବସ୍ଥା କରାଯାଇଛି।

କେରଳରୁ ଓଡ଼ିଆ ଲୋକ ଆସିବା ପାଇଁ ବିନାମୂଲ୍ୟରେ ଟ୍ରେନ୍‌ର ୩ଟି ବଗିରେ ବ୍ୟବସ୍ଥା କରାଯାଇଛି। ତ୍ରିଭେନ୍ଦ୍ରମ୍ ଓ କୋଚିରୁ ବନ୍ୟାରେ ଫସିଥିବା ଲୋକଙ୍କୁ ନେଇ ଟ୍ରେନ୍‌ଟି ଓଡ଼ିଶା ଆସୁଛି। ଅନ୍ୟପଟେ କିଛି ବନ୍ୟା ପୀଡ଼ିତ ଓଡ଼ିଆ ଟ୍ରେନ୍‌ରେ ଆସି ବ୍ରହ୍ମପୁରରେ ପହଞ୍ଚିଛନ୍ତି। ନିଜ ବ୍ୟବସ୍ଥାରେ ଏମାନେ ଟ୍ରେନ୍‌ରେ କେରଳରୁ ଆସି ବ୍ରହ୍ମପୁରରେ ପହଞ୍ଚିଛନ୍ତି। ୪ଦିନ ଧରି ଅଖିଆ ଅପିଆ ଥିବା କହିଛନ୍ତି ପହଞ୍ଚିଥିବା ଯାତ୍ରୀ।

You might also like