• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ନରାୟଣପାଟଣା: ଦାନା ପାଇଁ ଦାଦନ ଖଟିବାକୁ ଯାଇ ରାଜ୍ୟ ବାହାରେ ନିର୍ଯାତିତ ହେଉଛନ୍ତି ଶ୍ରମିକ। ବାରମ୍ୱାର ଏମିତି ଘଟଣା ସମଗ୍ର ରାଜ୍ୟରେ ଘଟୁଥିଲେ ମଧ୍ୟ କାହାରି ଚେତା ପଶୁନି। ଆଜି ପୁଣି ଏମିତି ଏକ ଘଟଣା କୋରାପୁଟ ଜିଲ୍ଲାରେ ଘଟିଛି। ୧୮ ଜଣ ଯୁବତୀ ରାଜ୍ୟ ବାହାରକୁ ଯାଇ ସେଠାରେ ବନ୍ଧା ପଡ଼ିଛନ୍ତି।

ଏହା ଜଣାପଡ଼ିବା ପରେ ବଣପାହାଡ଼ ଘେରା କୋରାପୁଟ ଜିଲ୍ଲା ପିପଲପଦର ପଞ୍ଚାୟତ ଚୁଚୁକଣା ଓ ପିସ୍କାଡାଙ୍ଗ ଗାଁର ନିରୀହ ଆଦିବାସୀମାନଙ୍କ ମଧ୍ୟରେ ଭାଳେଣି ପଡ଼ିଛି। କାହା ମନକୁ ପାପ ଛୁଉଁଛି ତ ଆଉ କାହା ମନ ଭିତରେ ବସା ବାନ୍ଧିଛି ଭୟ। କାରଣ ଏମାନଙ୍କର ବଢ଼ିଲା ଝିଅ ହାଇଦ୍ରାବାଦକୁ ଯାଇ ସେଠାରେ ବନ୍ଧା ପଡ଼ିଛନ୍ତି।

ଏବେ ସେମାନେ କେମିତି ଅଛନ୍ତି, କାହା ପାଖରେ କିଛି ଖବର ନାହିଁ। ଏହି ଦୁଇ ଗାଁର ୧୮ ଯୁବତୀଙ୍କୁ ନେଇ ଅଜଣା ଆତଙ୍କରେ ରହିଛନ୍ତି ସମ୍ପର୍କୀୟ ଓ ପରିବାର ଲୋକେ।

ଆଜିକୁ ୩ ମାସ ତଳେ ରାୟଗଡ଼ା ଜିଲ୍ଲା କାରଲାକଣା ଗାଁର ଚାଚ୍ରୀ ପ୍ରାସ୍କା ଓ ଦାଣ୍ଡିପୁର ଗାଁର ଗୋପୀ ନାମକ ଦୁଇ ଦଲାଲ ଜେକେପୁରରେ କାମ ଦେବାକୁ କହି ଭୁଆଁବୁଲାଇ ଯୁବତୀମାନଙ୍କୁ ହାଇଦ୍ରାବାଦର ଏକ ଇଟାଭାଟିରେ ନେଇ ଛାଡ଼ି ଦେଇଥିଲେ। ତେବେ ୩ ମାସ ପରେ ସଂପୃକ୍ତ ଯୁବତୀମାନେ ନ ଫେରିବାରୁ ପରିବାର ଲୋକେ ଇଟାଭାଟି ମାଲିକଙ୍କୁ ଯୋଗାଯୋଗ କରିଥିଲେ। କିନ୍ତୁ ଶ୍ରମିକ ଦଲାଲ୍ ନଆସିବା ପର୍ଯ୍ୟନ୍ତ ଯୁବତୀମାନଙ୍କୁ ଛଡ଼ାଯିବ ନାହିଁ ବୋଲି ଇଟାଭାଟି ମାଲିକ କହିବା ପରେ ଆତଙ୍କିତ ହୋଇପଡ଼ିଛନ୍ତି ପରିବାର ଲୋକେ।

ସେପଟେ ପ୍ରଶାସନିକ ସ୍ତରରେ ସଂପୃକ୍ତ ଯୁବତୀମାନଙ୍କୁ ଉଦ୍ଧାର କରିବା ପାଇଁ ଜାରି ରହିଛି ପ୍ରକ୍ରିୟା। ଜିଲ୍ଲା ପ୍ରଶାସନ ଓ ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ଗାଁକୁ ଯାଇ ଖୋଳତାଡ଼ କରିବା ପରେ ଗାଁର ଜଣେ ବ୍ୟକ୍ତିଙ୍କୁ ଧରି ହାଇଦ୍ରାବାଦ ଯାଇଛନ୍ତି। ବନ୍ଧକ ଥିବା ଯୁବତୀ ଓ ଇଟାଭାଟି ମାଲିକଙ୍କ ସହ ଯୋଗସୂତ୍ର ରକ୍ଷାକରି ସମସ୍ତଙ୍କୁ ଉଦ୍ଧାର କରି ଅଣାଯିବ ବୋଲି କହିଛନ୍ତି ଡେପୁଟୀ ଲେବର କମିଶନର ଗୀତାଞ୍ଜଳି ପତି।

Special-team-to-visit-hyderabad-to-rescue-18-tribal-women-working-as-labourers-in-a-brick-kiln
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories